ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଶୁ ଶ୍ରମିକ ଲଗାଇ ବିନା ସୂଚନା ଫଳକରେ ଚାଲିଛି ପାଚେରୀ କାମ,କାର୍ଯ୍ୟନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ନିବେଦନ

କାମାକ୍ଷାନଗର ( ମ ନି ସ)୧୪/୦୩_ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କେରଯୋଳି ପଞ୍ଚାୟତ ରୋଡଙ୍ଗ ଗ୍ରାମର ନିର୍ମାଣ କରାଯାଇଥିବା ବନ ବିଭାଗ ଅଧିକାରୀଙ୍କ କାର୍ଯ୍ୟାଳୟର ପାଚେରୀ କାମ ବିନା ସୂଚନା ଫଳକରେ ବନବିଭାଗ ଅଧିକାରୀ ଓ ଠିକା ଦାରଙ୍କ ମଧୁଚନ୍ଦ୍ରିକାରେ ଚାଲିଛି କାମ। ନିମ୍ନମାନର ଇଟା ସହିତ ନିମ୍ନ ମାନର ବାଲି ସହିତ ଶିଶୁ ଶ୍ରମିକ ଲଗାଇ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। ଏଠି ପ୍ରଶ୍ନବାଚୀ ସୃଷ୍ଠି କରୁଛି କି ଯଦି ଗୋଟିଏ ପାଚେରୀ କାମ କରାଯାଉଛି ,ସେଥିରେ ସୂଚନା ଫଳକ ନାହିଁ l ଯଦି ସୂଚନା ଫଳକ ଲଗାଯାଇ ନାହିଁ ତାହାଲେ କେତେ ଟଙ୍କାର କାମ ତାହା ମଧ୍ୟ ଜଣାନାହିଁ। କାମରେ ବିଭାଗୀୟ ଯନ୍ତ୍ରୀ କିମ୍ବା ଠିକା ଦାର ଉପସ୍ଥିତ ନ ରହି କାମ ଚାଲିଛି। ବିଭାଗୀୟ ଅଧିକାରୀ ଉପସ୍ଥିତ ନ ରହି କାମ କରାଯାଉଛି କାହିଁକି। କଥାରେ ଅଛି ସରକାର କା ମାଲ ଦରିଆ ମେ ଡାଲ। ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କାର ପାଚେରୀ କାମ ପାଇଁ ଅର୍ଥ ବିନୀଯୋଗ କରୁଥିବା ବେଳେ ନିମ୍ନ ମାନର ଇଟା, ବାଲି, ଓ ଶିଶୁ ଶ୍ରମିକ ଲଗାଇ କାମ କରାଯାଉଛି ରୋଡଙ୍ଗ ବନ ବିଭାଗ ଅଧିକାରୀଙ୍କ କାର୍ଯ୍ୟାଳୟରେ। ଏଠି ରାଜ୍ୟ ସରକାର କେତେ ଟଙ୍କା ପାଚେରୀ କାମ ନିମନ୍ତେ ମଞ୍ଜୁର କରିଛନ୍ତି କି କେଉଁ ପାଣ୍ଠିରୁ ମଞ୍ଜୁର ଆସିଛି ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏଠି ବାଲି ଭାଗ ୧୬ଟା ବାଲି ରେ ଗୋଟିଏ ସିମେଣ୍ଟ ଲଗାଇ କାମ କରିବା ସହିତ ଖଣ୍ଡ ଖଣ୍ଡ ଇଟା ଲଗାଇ କାମ କରାଯାଉଛି। ଯାହାଫଳରେ କି ପାଚେରୀ କାମ ବହୁତ୍ କମ୍ ଦିନରେ ଭୁଶୁଡ଼ି ଯିବାର ଅନେକ ସମ୍ଭାବନା ରହିଛି। ଏଭଳି ନିମ୍ନ ମାନର ପାଚେରୀ କାମ ନିର୍ମାଣ ଦେଖି ସାଧାରଣରେ ଦାବୀ ହୋଇଛି। ଏବେ ଦେଖିବାକୁ ବାକି ରହିଲା ବିନା ସୂଚନା ଫଳକ, ନିମ୍ନ ମାନର ଇଟା, ବାଲି, ଓ ଶିଶୁ ଶ୍ରମିକ ଲଗାଇ କାମ କରୁ ଥିବା ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ପ୍ରତି ପ୍ରଶାସନ କଣ ପଦକ୍ଷେପ ନେଉଛନ୍ତି।

 ଉପଖାଣ୍ଡ ରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ୍

Related posts

ଅବସର ଭବନରେ ବିଶ୍ଵ ବୟୋଜ୍ୟେଷ୍ଠ ଦିବସ ପାଳନ 

Sunil Chandra Nayak

କ୍ଷତ୍ରିୟ ଧାକଡ ସମାଜ ମହା ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

କାଳୀକୃଷ୍ଣ ସଂଘର ନୂଆଁଖାଇ ଭେଟଘାଟ ଶ୍ରୀ ଶ୍ରୀ ସତ୍ୟାନନ୍ଦ ଦର୍ଶନ ପୁସ୍ତକ ଉନ୍ମୋଚିତ

Sunil Chandra Nayak

Leave a Comment

error: Content is protected !!