ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲୁଗାଁ ଆଙ୍କୁଲା ଗ୍ରାମର ନିଆରା ପ୍ରତିଭା ସୈମ୍ୟ ରଞ୍ଜନ : ଚିତ୍ର କଳାରେ ସିଦ୍ଧହସ୍ତ !!!

ବାଲୁଗାଁ:-ବୟସ ମାତ୍ର ୧୫ କିନ୍ତୁ ତାଙ୍କ ପାଖରେ ରହିଛି ଅନେକ ପ୍ରତିଭା। ପିଲାଟି ଦିନରୁ ଅନେକ ପ୍ରତିଭା ପଦର୍ଶନ କରି ଆଖ ପାଖ ଅଞ୍ଚଳରେ ସେ ଏବେ ବେଶ ଜଣା ଶୁଣା। ବିନା ପଶିକ୍ଷଣ ଏପରି ଭାବରେ ଚିତ୍ର ଆଙ୍କି ଦେଉଛନ୍ତି ଯେ ଆପଣ ଆଖିରେ ଦେଖିଲେ ବିଶ୍ୱାସ କରି ପାରିବେନି। ଏଭଳି କଳା ପ୍ରତିଭାର ଅଧିକାରୀ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଆଙ୍କୁଲା ଗ୍ରାମର ସରକାରୀ କର୍ମଚାରୀ ଭଗବାନ ଯୁଝାରସିଂହ ମାଆ ପଙ୍କଜ ବାସିନୀ ଯୁଝାରସିଂହ ଙ୍କ ପୁଅ ସୈମ୍ୟ ରଞ୍ଜନ ଯୁଝାରସିଂହ। ସୈମ୍ୟ ରଞ୍ଜନ ନିଜ ଗ୍ରାମ କାନ୍ଥମାହାଲ ଆଙ୍କୁଲା ସ୍ଥିତ ଭଗବତ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟ ର ଅଷ୍ଟମ ଶ୍ରେଣୀର ଛାତ୍ର ଅଟନ୍ତି। ସୈମ୍ୟ ଭଲ ପାଠ ପଢିବା ସହିତ ଏବେ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କି ବିଭିନ୍ନ ଜାଗାରେ ନିଜର କଳା ପ୍ରଦର୍ଶନ କରି ସାଧାରଣରେ ବେଶ ଚର୍ଚ୍ଚାର କେନ୍ଦ୍ର ବିନ୍ଧୁ ପାଲଟି ଛନ୍ତି। ବିଭିନ୍ନ ରଙ୍ଗ ବେରଙ୍ଗର ଚଢ଼େଇ, ଦେବା ଦେବୀଙ୍କ ଚିତ୍ର ଓ ଯେ କୌଣସି ଯୁବକ ଯୁବତୀ ଙ୍କ ଫୋଟ ଓ ଫୁଲ ଝୋଟି କୁ ମୁରୁଜ ସାହାଯ୍ୟରେ ଏପରି ଚିତ୍ର ଆଙ୍କି ଦେଉଛନ୍ତି ଯେ ତାହା ତାଙ୍କ ହାତରେ ଜୀବନ୍ତ ହୋଇ ପଢୁଛି। ସେ ଏବେ ୟୁଟୁବ ମାଧ୍ୟମରୁ ଯେ କୌଣସି ଚିତ୍ର ଦେଖନ୍ତି ସଙ୍ଗେ ସଙ୍ଗେ ପେନସିଲ ଓ କଲର ସାହାଯ୍ୟରେ ଅବିକଳ ସେଭଳି ଚିତ୍ର ଆଙ୍କି ଦେଉଛନ୍ତି ସୈମ୍ୟ ରଞ୍ଜନ । ବିଗତ ଦିନ ତଳେ ବାଲୁଗାଁ ବଡ଼କୂଳ ସ୍ଥିତ ଓଡ଼ି ଆର୍ଟ ସେଣ୍ଟର୍ ପରିସରରେ ହେଇଥିବା “ଚିଲିକା ସେଲଡକ କାଣ୍ଣିଭାଲ” ଆୟୋଜିତ ଚିତ୍ର କଳା ପତିଯୋଗିତାରେ ଭାଗ ନେଇ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏପରି କି ଚିତ୍ର କଳା ବ୍ୟତୀତ୍ୱ ନିଜ ବିଦ୍ୟାଳୟରେ ବିଭିନ୍ନ ପତିଯୋଗିତା ଯଥା ହସ୍ତାକ୍ଷର, ରଚନା, ପ୍ରବନ୍ଧଲିଖନରେ ଭାଗ ନେଇ ପୁରସ୍କୃତ ହେବା ସହ ବିଭିନ୍ନ ସ୍ଥାନ ଅଧିକାର କରିଥିବାର ଦେଖିବାକୁ ମିଳିଛି। ଏଥି ପାଇଁ ବାପା ଭଗବାନ ଙ୍କ ସହ ମାଆ ପଙ୍କଜ ବାସିନୀ ଓ ଭଉଣୀ ଚନ୍ଦ୍ରକାନ୍ତି ପ୍ରେରଣା ଯୋଗାଉ ଥିବାର ଦେଖିବାକୁ ମିଳିଛି । ଆଗାମୀ ଦିନରେ ପୁଅ କୁ ଚିତ୍ରକଳା ସମ୍ପର୍କରେ ଅଧ୍ୟୟନ କରି ଅଗ୍ରଣୀ କଳାକାର ବନାଇବେ ବୋଲି ତାଙ୍କ ବାପା ଭଗବାନ ଯୁଝାରସିଂହ କହିଛନ୍ତି। ଏ ଚିତ୍ରକଳା ଦିଗରେ ଯଦି ଆଘକୁ ପ୍ରୋସ୍ରାହାନ ମିଳି ପାରିବ ଯଦି ରାଜ୍ୟ ତଥା ଅନ୍ତର୍ଜାତୀୟ ସ୍ତରରେ ନାଁ କମେଇ ପାରିବେ ବୋଲି ସୈମ୍ୟ ରଞ୍ଜନ ଦୃଢ଼ତାର ସହ ପ୍ରକାଶ କରିଛନ୍ତି।।

ବାଲୁଗାଁ ରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ଷଣ୍ଢମୂଳରେ ଆସ ସ୍କୁଲ ଯିବା ଅଭିଯାନ ଅନୁଷ୍ଠିତ 

Sunil Chandra Nayak

କ୍ଷେତ ଓ ଗ୍ରାମୀଣ ଶ୍ରମିକ ୟୁନିୟନ ଏକାଦଶ ରାଜ୍ୟ ସମ୍ମିଳନୀ ଉପଲକ୍ଷେ ଖାଦ୍ୟ, କାମ, ବାସଗୃହ ଓ ସାମାଜିକ ନିରାପତ୍ତା ଦାବିରେ ଲାଲ୍ ପଟୁଆର

ରାଜ୍ୟ ସ୍ତରୀୟ ୧୫ବର୍ଷରୁ କମ୍ ମୁଖ୍ୟମନ୍ତ୍ରୀ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ନବରଙ୍ଗପୁର ଜିଲ୍ଲା ଦଳ ଗ୍ରୁପ୍ ଚାମ୍ପିଅନ 

masiha

Leave a Comment

error: Content is protected !!