ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ବସ୍ତି ସାହିତ୍ୟ ସଂସଦର କଥା କବିତାୟନ ଆସନ୍ତା ୧୧ ଓ ୧୨ତାରିଖରେ

ରାଉରକେଲା/ ସ୍ବସ୍ତି ସାହିତ୍ୟ ସଂସଦର ୪୨ତମ ବାର୍ଷିକୋତ୍ସବ ଅବସରରେ କଥା କବିତାୟନ ୨୦୨୩ ଆସନ୍ତା ୧୧ ଓ ୧୨ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବ ବୋଲି ସଂସଦ ତରଫରୁ ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ସଂସଦର ସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ସଂପାଦକ ରାଜୀବ ପାଣି କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରି କହିଲେ ଯେ ଆସନ୍ତା ୧୧ ତାରିଖ ଦିନ ଦିବା ୧୦ଟା ୪୫ ରେ ପ୍ରଥମ ପର୍ଯ୍ୟାୟ ଛେଣ୍ଡ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟଠାରେ ଅନୁଷ୍ଠିତ ହେବ । ଉଦଘାଟକ ଭାବେ ହରପ୍ରସାଦ ଦାସ  ମୁଖ୍ୟ ଅତିଥି ଭାବେ ପ୍ରଭାକର ଶତପଥୀ ଓ ଅନ୍ୟାନ୍ୟ ଅତିଥିମାନେ ଯୋଗଦେଇ ଏକବିଂଶ ଶତାବ୍ଦୀରେ କବିତା: ବ୍ୟକ୍ତି,ଦେଶ ଓ ବିଶ୍ବ ସଂପର୍କରେ ଆଲୋଚନା କରିବେ। ଦ୍ୱିତୀୟ ପର୍ଯ୍ୟାୟରେ ସିଭିକ ସେଣ୍ଟର୍ ଠାରେ ଅପରାହ୍ନ ସାଢେ ୪ଟାରେ କଥା କାହାଣୀରେ ମଂଚ ଲୋକାର୍ପଣ ରେ ଦାଶ ବେନହୁର ଓ ଅନ୍ୟାନ୍ୟ ଅତିଥିମାନେ ସହରୀ ଜୀବନ: ଆଜିର କଥା ଓ କାହାଣୀ ସଂପର୍କରେ ଆଲୋଚନା କରିବେ। ସେହିପରି ସଂଧ୍ୟାରେ ଶବ୍ଦ, ସଂଗୀତ, ଆଲୋକ ଓ ମଞ୍ଚ ସଜ୍ଜାରେ କବିତାୟନ କାର୍ଯ୍ୟକ୍ରମରେ ରାଜ୍ୟର ପ୍ରତିଷ୍ଠିତ କବିମାନେ କବିତା ପାଠ କରିବେ। ଦ୍ବିତୀୟ ଦିନ ୧୨ତାରିଖ ଦିନ ମନ୍ଦିରା ଡ୍ୟାମ ନିକଟସ୍ଥ ଲାଇଙ୍ଗ ମେଗା ନର୍ସରୀ ଠାରେ ବନବିହାର ଏବଂ କଥା,କବିତା ଓ ସଂଗୀତ କାର୍ଯ୍ୟକ୍ରମ ହେବ ।ଏହି କାର୍ଯ୍ୟକ୍ରମରେ ଜର୍ଜ ତିର୍କୀ ଉଦଘାଟକ ଭାବେ ଯୋଗଦେବେ। ଅନ୍ୟ ଅତିଥି ମାନେ ସାହିତ୍ୟ ସୃଜନ: କେତେ ମୌଳିକ ସଂପର୍କରେ ଆଲୋଚନା କରିବା ସହ ସହରର ୨୦ଜଣ କବି କବିତା ପାଠ କରିବେ। ଦ୍ବିତୀୟ ପର୍ଯ୍ୟାୟ ବନ ଉପବନରେ କବିତା କଦମ୍ବ କାର୍ଯ୍ୟକ୍ରମରେ ୨୦ଜଣ ଓ ତୃତୀୟ ପର୍ଯ୍ୟାୟରେ କବିମାନେ କବିତା ପାଠ କରିବେ। ଏହି ଅବସରରେ ମନୋରଞ୍ଜନ ଦାଶ, ପ୍ରତାପ ରାୟ, ଅଜିତ ପୂଜାରୀ ଓ ସ୍ମିତା ମିଶ୍ର ସଂଗୀତ ପରିବେଷଣ କରିବେ। କାର୍ଯ୍ୟକ୍ରମରେ ଅଙ୍ଗୁରବାଳା ପରିଡା ଙ୍କ ନଇ ନାରୀ ଓ ଅଶୋକ ପଟ୍ଟନାୟକ ଙ୍କ ତିମିସ୍ରାର ନୀଳଜହ୍ନ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିବେ ବୋଲି ସୂଚନା ଦିଆଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ଶଙ୍କର ପ୍ରସାଦ ତ୍ରିପାଠୀ, ରାଜକୁମାର ମହାନ୍ତି ପ୍ରମୁଖ ବକ୍ତବ୍ଯ ରଖିଥିବାବେଳେ ବିଭୁତି ଭୂଷଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ସୁଶାନ୍ତ ନାୟକ, ରଶ୍ମି ସାହୁ, ବବିତା ମହାଳିକ, ଗୌତମ ଦାସ, ବିକ୍ରମ ଆଚାର୍ଯ୍ୟ, ଚନ୍ଦ୍ରମଣି ମାଝୀ, ବିଜୟିନୀ ଜେନା, ସ୍ନେହଲତା ପଟ୍ଟନାୟକ, ନୃସିଂହ ଚରଣ ବିଶ୍ବାଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ 

ରାଉରକେଲା ରୁ ସସ୍ମିତା ପ୍ରଧାନ ଙ୍କ ରିପୋର୍ଟ

Related posts

କଳିଙ୍ଗ ମିଡ଼ିଆ ସର୍ଭିସେସର ୧୪ତମ ବ୍ୟାଚ ସମାବର୍ତ୍ତନ ଏବଂ କଳିଙ୍ଗ ମିଡ଼ିଆ ସମ୍ମାନ ସମର୍ଦ୍ଧନା ସମାରୋହ ଅନୁଷ୍ଠିତ

masiha

ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୫ ଅନୁଷ୍ଠିତ

masiha

ଢଉପଦା ବିଦ୍ୟାଳୟ ର ବାର୍ଷିକ ଉତ୍ସବ

masiha

Leave a Comment

error: Content is protected !!