ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ନୂଷାଡିହି ଗ୍ରାମରେ ଚିର ସବୁଜ ଯୁବକ ସଂଘ ଆନୁକୂଲ୍ୟରେ ୩୯ ତମ ବାର୍ଷିକ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତା ସମାରୋହ

ମୟୂରଭଞ୍ଜ – (ମସିହା) ୯//୨/୨୩ ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଳକର ନୂଷାଡିହୀ ଗ୍ରାମର ଚିର ସବୁଜ ଯୁବକ ସଂଘ ଆନୁକୂଲ୍ୟର ଆନୁକୁଲ୍ୟରେ ୩୯ ତମ ବାର୍ଷିକ ତ୍ରିଦୀବସୀୟ( ୭,୮ ଏବଂ ୯ ତାରିଖ )କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତା ସମାରୋହ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି । ୮ ତାରିଖ ଦିନ ଦିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ତଥା ପୂର୍ବତନ ସାଂସଦ ଡାଃ ପ୍ରଦୀପ ମାଝୀ, ସମ୍ମାନିତ ଅତିଥି ମୟୂରଭଞ୍ଜ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡ଼ାଃ ଦେବାଶିଷ ମାରାଣ୍ଡି , ଉପାଧ୍ଯକ୍ଷା କମଳା ତିରିଆ, ରାଇରଙ୍ଗପୁର ପୌରପାଳ ଅଭିଷେକ ପଟ୍ଟନାୟକ, ବିଜାତଳା ବ୍ଳକ ପୂର୍ବତନ ଅଧ୍ୟକ୍ଷ ନିମାଇଁ ମୁର୍ମୁ, ପୂର୍ବତନ ଅଧ୍ୟକ୍ଷ ମାଝିଆରାମ ମାଝୀ,୩୧ ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ପାର୍ବତୀ ଟୁଡୁ,,ନୂସାଡିହି ସରପଞ୍ଚ ଶ୍ରୀ ଦୁର୍ଗା ଚରଣ ହେମ୍ବ୍ରମ,ଚିର ସବୁଜ କ୍ଳବ୍ ଉପଦେଷ୍ଟା ମନୋରଞ୍ଜନ ହାଁସଦା, ନାରୀ ନେତ୍ରୀ ତନୁଜା ମହାନ୍ତ, ଅଂଜଳି ସୋରେନ, ଏବଂ ଅନ୍ୟମାନେ ଉପସ୍ଥିତ ପ୍ରମୁଖ ଯୋଗ ଦେଇ ପଡ଼ିଆରେ କ୍ରୀଡାବିତ ଏବଂ ନୃତ୍ୟ ଦଳଙ୍କୁ ଉତ୍ସାହିତ କରିଥିଲେ । ପଡିଆ ଭିତରକୁ ଯାଇ ଗ୍ରାମୀଣ କ୍ରୀଡା ଓ ନୃତ୍ୟ ଦେଖିବାକୁ ଆସିଥିବା ଦର୍ଶକମାନଙ୍କ ସହିତ ମିଶିଥିଲେ। ଡାଃ ପ୍ରଦୀପ ମାଝୀ ଏହି ଗ୍ରାମୀଣ ଉତ୍ସବରେ ହଜାର ହଜାର ଦର୍ଶକମାନଙ୍କ ସମାଗମ ଦେଖି ଅତ୍ୟନ୍ତ ବିମୋହିତ ହୋଇପଡ଼ିଥିଲେ । ମୟୂରଭଞ୍ଜର ଲୋକକଳା କ୍ରୀଡା ଓ ନୃତ୍ୟ ଏକ ନିଆରା ପର୍ବ ।ସେ କହିଥିଲେ କ୍ରୀଡା ନୃତ୍ୟ ଅଂଚଳରେ ଭାଇଚାରା , ସୁସଂପର୍କ,ଓ ସଂସ୍କୃତି କୁ ଉଜ୍ଜିଵୀତ କରେ । କର୍ମମୟ ଜୀବନରେ ଦିନେ ହେଲେବି ଆନନ୍ଦିତ କରି ରଖିଥାଏ ।ଏହି କ୍ରୀଡା ରେ ଲୋକକଳା ବଂଚି ରହିବା ସହ କ୍ରୀଡାରୁ ନୂତନ ଯୁବକ୍ରୀଡାବିତ୍ ସୃଷ୍ଟି ହୁଅନ୍ତି । ରାଜ୍ୟ ସରକାର ସବୁବେଳେ ଆଦିବାସୀ ଙ୍କ ଆର୍ଥିକ ଉନ୍ନତି,କଳା,ଭାଷା, ସଂସ୍କୃତି ପାଇଁ ବହୁ ପଦକ୍ଷେପ ନେଇଛନ୍ତି । ଆଦିବାସୀ ଙ୍କ ଉନ୍ନତି ପାଇଁ ଅର୍ଥ ବିକାଶରେ ବାଧା ସାଜିଛି ନାହିଁ। ଡ଼ା ଦେବାଶିଷ ମାରାଣ୍ଡି କହିଥିଲେ ନୂଷାଡିହି ପଡ଼ିଆର ବିକାଶ ଏବଂ କ୍ରୀଡା ଓ ନୃତ୍ଯ ପାଇଁ ଯାହାକିଛି ଆବଶ୍ୟକ ସ୍ବତନ୍ତ୍ର ଉନ୍ନୟନ ପରିଷଦ ସହଯୋଗର ହାତ ବଢାଇବ ।

 ପୌରପାଳ ଅଭିଷେକ ପଟନାୟକ କହିଥିଲେ ଚିର ସବୁଜ ଯୁବକ ସଂଘ ସହିତ ସେ ସଦା ସର୍ବଦା ଜଡ଼ିତ ।ଯାହାକିଛି ଆବଶ୍ୟକ ସେ ତାଙ୍କ ଦ୍ବାରା ଚେଷ୍ଟା କରିବେ ବୋଲି କହିଥିଲେ । ଦୁଇ ଦିନ ଧରି ସବୁ ବର୍ଗରଙ୍କ ପାଇଁ ଖେଳକୁଦ ର ଦୌଡ଼, ଲମ୍ବଡିଆଁ, , ଜ୍ଞାନ ପରୀକ୍ଷା, ପୁରୁଷଙ୍କ ସାଇକେଲ ରେସ, ମହିଳାଙ୍କ କଳଶ ଦୌଡ଼, ବୟସ୍କଙ୍କ ଦୌଡ଼ ଅନୁଷ୍ଠିତ ହୋଇଥିଲା । ଏହି ଖେଳ ପଡ଼ିଆରେ ବିଭିନ୍ନ ଆଦିବାସୀ ଲୋକନୃତ୍ୟ ଦଳ ସେମାନଙ୍କ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ ।ପଡ଼ିଆରେ ମଧ୍ୟ ଆକର୍ଷଣୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା ଅତିଥିଗଣ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମକୁ ଚିର ସବୁଜ କ୍ଳବ୍ ସଭାପତି ପରମେଶ୍ବର ପାତ୍ର,,ସଂପାଦକ ରଘୁନାଥ ସୋରେନ,,ଦୁର୍ଗା ମାଝୀ, ପ୍ରଧାନ ହେମ୍ବ୍ରମ,ନାରାନ ହେମ୍ବ୍ରମ ଏବଂ ଅନ୍ୟ ସହଯୋଗୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶାନ୍ତି ଶୃଙ୍ଖଳାର ସହ ବାଇଦାପୋଷୀ କ୍ରୀଡା ଓ ନୃତ୍ୟ କୁମ୍ଭମେଳା ସମ୍ପନ୍ନ ହୋଇଥିବାରୁ ନୂଷାଡିହି ଗ୍ରାମବାସୀ,ଅଂଚଳବାସୀ,ଅତିଥିବୃନ୍ଦ ଏବଂ ଆୟୋଜୋକ କାରୀଙ୍କୁ ସଂପାଦକ ରଘୁନାଥ ସୋରେନ କୃତଜ୍ଞତା ଜଣାଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗୀତା 

masiha

8 ତମ ମା’ ଲଣ୍ଡାବୀର ଆୟୋଜିତ କ୍ରିକେଟ ଟୁର୍ଣ୍ଣlମେଣ୍ଟ ଉଦଯାପନୀ ହୋଇଯାଇଛି 

masiha

ଖଡ଼ିଆଳଠାରେ ଅନ୍ତଃ ଜିଲ୍ଲା ଡବଲସ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ ଉଦଯାପିତ

masiha

Leave a Comment

error: Content is protected !!