ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ବିଶ୍ୱ ପୁରୁଷ ହକିକପ ଅବସରରେ ଫୁଲବାଣୀ ଠାରେ ଜିଲ୍ଲା ସ୍ତରୀୟ କ୍ରୀଡା ମହୋତ୍ସବ ୨୦୨୩ ଅନୁଷ୍ଠିତ

କ୍ରୀଡ଼ା ଗୁରୁତ୍ୱ କୁ ଉପଲବ୍ଧ କରି ପ୍ରତ୍ୟେକ ଙ୍କ ଭିତରେ ଅନ୍ତର୍ନିହିତ ଥିବା ପ୍ରତିଭାର ବିକାଶ ନିମନ୍ତେ ଓଡ଼ିଶା ରେ ପୁରୁଷ ହକି ବିଶ୍ୱକପ ର ଆୟୋଜନ କରାଯାଇଛି।ପ୍ରତ୍ୟେକ ଙ୍କ ଭିତରେ ଏକ କ୍ରୀଡ଼ା ମାହଲ ସୃଷ୍ଟି କରିବା ନିମନ୍ତେ ପ୍ରତି ଜିଲ୍ଲାରେ ବିଭିନ୍ନ କ୍ରୀଡ଼ାର ଆୟୋଜନ କରାଯାଇଛି। ସେହି ପରିପ୍ରେକ୍ଷୀରେ ଆମ୍ଭ ଜିଲ୍ଲା କନ୍ଧମାଳ ରେ ତା ୧୩/୧/୨୦୨୩ ରିଖ ଠାରୁ ୧୭/୧/୨୦୨୩ ରିଖ ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ କ୍ରୀଡା ମହୋତ୍ସବ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ହୋଇଅଛି। ଆଦ୍ୟ ତା ୧୩/୧/୨୦୨୩ ରିଖ ଦିବା ୧୦.୨୦ ମିନିଟ ସମୟରେ କୋରନେସନ ପଡ଼ିଆ ଠାରେ କନ୍ଧମାଳ ର ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଏହି କ୍ରୀଡା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜର ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ।ସେ ନିଜ ବକ୍ତବ୍ୟ ରେ କହିଥିଲେ କି ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଓଡ଼ିଶା ରେ ଯେଉଁ ବିଶ୍ୱ ପୁରୁଷ ହକି ଖେଳ ଆୟୋଜନ କରିଛନ୍ତି ତାହାକୁ ସମ୍ମାନ ଜଣାଇ ଆମେ ଏହି ଜିଲ୍ଲା ସ୍ତରୀୟ କ୍ରୀଡ଼ା ମହୋତ୍ସବ ଆୟୋଜନ କରିଛୁ।ଛାତ୍ରଛାତ୍ରୀ ମାନେ ନିଜ କ୍ରୀଡା ନୈପୁଣ୍ୟତା ପ୍ରଦର୍ଶନ ଆମ ଜିଲ୍ଲା ନାମ କୁ ଟେକି ରଖିବା ସଙ୍ଗେ ସେମାନେ ଆଗକୁ ବଡି ଚାଲିବେ। ମୁଖ୍ୟବକ୍ତା ଭାବେ କନ୍ଧମାଳ ଜିଲ୍ଲା ଆଦିବାସୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରୋଦନ ମଲ୍ଲିକ ଯୋଗ ଦେଇ ନିଜ ବକ୍ତବ୍ୟ ରେ କହିଲେ କି ଆଜିର ଦିନଟିକୁ ସ୍ଵର୍ଣ୍ଣ ଅକ୍ଷର ରେ ଲିପିବଦ୍ଧ ହୋଇ ରହିବ । ପୁରୁଷ ବିଶ୍ୱ ହକି କପ ଆୟୋଜନ କରି ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଓଡ଼ିଶା କୁ ବିଶ୍ଵଦରବାରରେ ପହଞ୍ଚାଇ ପାରିଛନ୍ତି। ସୁନ୍ଦରଗଡ ଜିଲ୍ଲାର ରାଉରକେଲା ରେ ବିର୍ଷାମୁଣ୍ଡା ନାମକ ହକିର ଷ୍ଟାଡିୟମ ପ୍ରତିଷ୍ଠା କରି ସେ ଓଡ଼ିଶା ବାସୀଙ୍କୁ କ୍ରୀଡା ପ୍ରତି ଆକୃଷ୍ଟ କରୁଛନ୍ତି।ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଫୁଲବାଣୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି କହିଲେ ଯେ ଆଜି ସର୍ବତ୍ର କ୍ରୀଡ଼ା ର ମହକ ଖେଳି ଯାଇଛି। ପ୍ରତ୍ୟେକ ବ୍ଲକ ଏବଂ ଏନ ଏ ସି ରୁ ଆସିଥିବା ଛାତ୍ରଛାତ୍ରୀ ସମସ୍ତେ ଖେଳୁଆଡ଼ ମନବୃତ୍ତି ନେଇ ଖେଳିବା ଉଚିତ ଖେଳରେ ହାର ଜିତ ରହିଛି। ତାକୁ ଭୃକ୍ଷେପ ନକରି ଆଗକୁ ଆଗେଇବା କୁ ଉତ୍ସାହିତ କରିଥିଲେ। କ୍ରୀଡା ପ୍ରତିଯୋଗିତାର ପ୍ରାରମ୍ଭ ରେ ଦିବ୍ୟାଙ୍ଗ ମାନଙ୍କ ପାଇଁ ୫୦ ମିଟର ହୁଇଲ ଚେୟାର ରେସ ରଖା ଯାଇଥିଲା। ଏଥିରେ ସୁଦାମ ଦାସ,ଅଖିଳ କହଁର, ମିଥୁନ ବଡ଼ ପରଜା, ପ୍ରଥମ, ଦ୍ୱିତୀୟ, ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ଅନ୍ୟାନ୍ୟ କ୍ରୀଡ଼ାର ପ୍ରତିଯୋଗିତା ରଖାଯାଇଛି। ଏହି କାର୍ଯ୍ୟକ୍ରମ ରେ କନ୍ଧମାଳ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ,କ୍ରୀଡା ଶିକ୍ଷକ ଶିକ୍ଷୟିତ୍ରୀ ଓ ଦର୍ଶକ ଉପସ୍ଥିତ ରହି କାର୍ଯ୍ୟକ୍ରମ ଉପଭୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ କନ୍ଧମାଳ ବିଶ୍ୱରଞ୍ଜନ ନାୟକ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ 

Related posts

ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ , ମୁନିଗୁଡ଼ାକୁ ହରାଇ ଜୟପାଟଣା ବିଜୟୀ

Sunil Chandra Nayak

ପ୍ରଜ୍ଞା ମେମୋରିଆଲ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ଵୀତୀୟ ମ୍ୟାଚ୍ ବଲାଙ୍ଗୀର , ସ୍ପୋର୍ଟସ ହଷ୍ଟେଲ ୪ ଗୋଲରେ ବିଜୟୀ

Sunil Chandra Nayak

ଯୁବଶକ୍ତି କ୍ଲବ ତରଫରୁ ଫୁଟବଲ ପ୍ରତିଯୋଗିତା 

masiha

Leave a Comment

error: Content is protected !!