ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରେଷ୍ଠ ନାଟ୍ୟକାର ଅଧ୍ୟାପକ ଶ୍ରୀଯୁକ୍ତ ଗୋପାଳ ମହାରଣା

ବଳିଷ୍ଠ କଥାବସ୍ତୁ ଓ ସଂଳାପ ପାଇଁ ଶ୍ରେଷ୍ଠ ନାଟ୍ୟକାର ଭାବେ ମନୋନୀତ ହୋଇ ନବରଙ୍ଗପୁର ଜିଲ୍ଲାକୁ ଗୌରବ ଆଣିଦେଇଛନ୍ତି ଅଧ୍ୟାପକ ଗୋପାଳ ମହାରଣା, ତାଙ୍କ ରଚିତ ଅନେକ ଲେଖା ଦର୍ଶକ ଏବଂ ବିଚାରକଙ୍କୁ ସବୁବେଳେ ବିମୋହିତ କରିଆସିଥିବା ବେଳେ ଚଳିତ ଗଞ୍ଜାମ ଜିଲ୍ଲା ମଞ୍ଚ କଳାକାର ସମ୍ମିଳନୀ ବ୍ରହ୍ମପୁର ଦ୍ୱାରା ଆୟୋଜିତ ଷଷ୍ଠ ରାଜ୍ୟସ୍ତରୀୟ ତଥା ଓଡିଶା ନାଟକ ମହୋତ୍ସବ ରେ ସଫଳତା ପାଇ ଏବେ ସେ ସାରା ରାଜ୍ୟରେ ପୁଣି ନବରଙ୍ଗପୁର ଜିଲ୍ଲାର ଗୌରବ ରକ୍ଷା କରିବାରେ ଜଣେ ବଳିଷ୍ଠ ନାଟ୍ୟକାର ର ପରିଚୟ ଦେଇଛନ୍ତି . ଶ୍ରୀ ମହାରଣା ଝରୀଗାଁ ମହାବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକ ଥିବା ବେଳେ ତାଙ୍କ ଲେଖାକୁ ରୂପ ଦେବାପାଇଁ କଳାକାରଙ୍କୁ ଖୋଜି ମଞ୍ଚରେ ନଚାନ୍ତି ଆଉ ସେ ମଧ୍ୟ ଅଭିନୟ କରନ୍ତି l ନବରଙ୍ଗପୁର ଜିଲ୍ଲାର ଅଗ୍ରଣୀ କଳା ଓ ସାଂସ୍କୃତିକ ଅନୁଷ୍ଠାନ ଭାରତୀ କଳାନିକେତନ ଜରିଆରେ ଜିଲ୍ଲା ଏବଂ ରାଜ୍ୟସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସବୁବେଳେ ତାଙ୍କ ଲେଖା, ସଂଳାପ ଓ ବିଷୟବସ୍ତୁ ପାଇଁ ସେ ଖୁବ ପ୍ରଶଂସିତ ହୋଇଥାନ୍ତି. ନିସ୍ଵାର୍ଥ ପର ଭାବେ କଳାକାରଙ୍କୁ ମଞ୍ଚ ଯୋଗେଇବା ପାଇଁ ପାଗଳ ପ୍ରାୟ ଶ୍ରୀ ମହାରଣା ନିଜ ପରିବାର କୁ ମଧ୍ୟ ସେଇ କଳା ରେ ନିପୁଣ କରିବାରେ ଜଣେ ସମର୍ଥ ମଣିଷଟିଏ. ପତ୍ନୀ ଅଧ୍ୟାପିକା ମଧୁସ୍ମିତା ମହାରଣା ଜଣେ ଶ୍ରେଷ୍ଠ ନିର୍ଦ୍ଧେଶିକା ଭାବେ ଏବଂ କନ୍ୟାରତ୍ନ ସାଇଅନୁଷ୍କା ମହାରଣା ଜଣେ ଶିଶୁ କଳାକାର ଭାବେ ଖ୍ୟାତି ଅର୍ଜନ କରିଛନ୍ତି.।

        ତେବେ ଚଳିତ ଏହି ରାଜ୍ୟ ସ୍ତରୀୟ ତଥା ଦକ୍ଷିଣ ଓଡିଶା ନାଟକ ମହୋତ୍ସବରେ ତାଙ୍କ ଦ୍ୱାରା ରଚିତ ନାଟକ’ ସମ୍ପର୍କ ‘ ବ୍ରହ୍ମପୁର ପ୍ରକାଶମ ହଲ ଠାରେ ପରିବେଷଣ ହୋଇଥିଲା, ଅଧ୍ୟାପକ ଶ୍ରୀଯୁକ୍ତ ମହାରଣା ଙ୍କ କଥାବସ୍ତୁ, ଏବଂ ଅଧ୍ୟାପିକା ମଧୁସ୍ମିତା ମହାରଣା ଙ୍କ ବଳିଷ୍ଠ ନିର୍ଦ୍ଧେଶନା ସାଙ୍ଗକୁ କଳାକାରଙ୍କ ଅଭିନୟ ଦର୍ଶକ ଏବଂ ବିଚାରକ ମଣ୍ଡଳୀଙ୍କ ମନଙ୍କୁ କବଳିତ କରିଥିଲା, ତେବେ ଏହି ସମ୍ପର୍କ ନାଟକଟିର କଥାବସ୍ତୁ ଓ ସଂଳାପ ପାଇଁ ବିଚାରକ ମାନେ ଏହାକୁ ଶ୍ରେଷ୍ଠ ପାଣ୍ଡୁଲିପି ଭାବେ ମନୋନୀତ କରିବା ସହ ଅଧ୍ୟାପକ ଶ୍ରୀ ଗୋପାଳ ମହାରଣଙ୍କୁ ଶ୍ରେଷ୍ଠ ନାଟ୍ୟକାର ରୂପେ ମନୋନୀତ କରିଥିଲେ.।

ଝରିଗାଁ ରୁ କିଶୋର ଚନ୍ଦ୍ର ମଣ୍ଡଳ ଙ୍କ ରିପୋର୍ଟ 

Related posts

ପ୍ରେରକ ସଙ୍ଘ ପକ୍ଷରୁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଦାବିପତ୍ର

Sunil Chandra Nayak

ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ନିକଟରୁ ସବ ରେଜେଷ୍ଟ୍ରି ଅଫିସ ପର୍ଯ୍ଯନ୍ତ ଜବରଦଖଲ ଉଚ୍ଛେଦ କଲା ଜିଲ୍ଲା ପ୍ରଶାସନ

masiha

Leave a Comment

error: Content is protected !!