ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ କର୍ମଚାରୀଙ୍କ ପୁଣି କାର୍ଯ୍ୟ ବନ୍ଦ ଆନ୍ଦୋଳନ

ଜିଲ୍ଲା ପ୍ରଶାସନର ପ୍ରତିଶୃତିର ୭ ଦିନ ବିତିଯାଇଥିଲେ ମଧ୍ୟ କାଯ୍ୟାନୁଷ୍ଟାନ ନାହିଁ 

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ବିବାଦୀୟ ଇଚ୍ଛାପୁର ପଞ୍ଚାୟତ କାର୍ଯ୍ୟାଳୟ ଖୋଲିବା ପାଇଁ ଯାଇଥିବା ସରକାରୀ କର୍ମଚାରୀଙ୍କୁ ଚଳିତ ମାସ ୨୭ ତାରିଖରେ ହୋଇଥିବା ଆକ୍ରମଣ ଘଟଣାର ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିଲେ ବ୍ଲକର ସରକାରୀ କର୍ମଚାରୀ। କାର୍ଯ୍ୟବନ୍ଦ ଆନ୍ଦୋଳନର ଚାରି ଦିନ ପରେ ଜିଲ୍ଲାର ବିଭିନ୍ନ ସରକାରୀ କର୍ମଚାରୀ ସଂଘର କର୍ମକର୍ତ୍ତା ପହଞ୍ଚି ଆନ୍ଦୋଳନକୁ ସମର୍ଥନ କରିଥିଲେ।ସେହିପରି ଘଟଣା ସମ୍ପର୍କରେ ନବରଙ୍ଗପୁର ଜିଲ୍ଲାପାଳଙ୍କ ସହିତ ଆଲୋଚନା କରାଯିବା ପରେ ଯଦି ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ସହଯୋଗ ନମିଳେ ତେବେ ଏହି ଆନ୍ଦୋଳନ ସମସ୍ତ ବ୍ଲକସ୍ତରରୁ ଆରମ୍ଭ ହୋଇ ଜିଲ୍ଲାସ୍ତରରେ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଥିଲେ।ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହେବେ ବୋଲି ଉପସ୍ଥିତ ଜିଲ୍ଲାସ୍ତରୀୟ ନେତୃବୃନ୍ଦ ଜଣାଇଥିଲେ।ପଞ୍ଚମ ଦିନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଟିମ କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଳରେ ପହଞ୍ଚି ସାତ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଧାରଣାରୁ ବ୍ଲକ କର୍ମଚାରୀ ମାନେ ଉଠି ଥିଲେ।ତେବେ ପ୍ରତିଶ୍ରୁତି ଦେବାର ସାତ ଦିନ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଯୋଗୁଁ ଆଜି ଠାରୁ ପୁଣି ବ୍ଲକ କର୍ମଚାରୀ ମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି।

ସୂଚନା ଯୋଗ୍ୟ ଝରିଗାଁ ବ୍ଲକର ନୂତନ ପଞ୍ଚାୟତ ଇଚ୍ଛାପୁରର ପଞ୍ଚାୟତ କାର୍ଯ୍ୟାଳ ସ୍ଥାପନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖା ଦେଇଛି। ଇଚ୍ଛାପୁର ସାପ୍ତାହିକ ବଜାରରେ ଏକ ଅସ୍ଥାୟୀ ଘରେ ପଞ୍ଚାୟତ କାର୍ଯ୍ୟାଳୟ ଚାଲିଥିବା ବେଳେ କରଲାମାଲ ଗ୍ରାମରେ ପଞ୍ଚାୟତର ନୂତନ କୋଠା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହାକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀ ମଧ୍ୟରେ ଅନେକ ଥର ରକ୍ତାକ୍ତ ସଂଘର୍ଷ ଘଟିଥିଲା। ଅନ୍ୟପଟେ ହାଇକୋର୍ଟଙ୍କ ଆଦେଶ ସହିତ ଜିଲ୍ଲା ଓ ବ୍ଲକ ପ୍ରଶାସନର ଚିଠି ଅନୁଯାୟୀ ଚଳିତ ମାସ ୨୭ ତାରିଖରେ କରଲାମାଲରେ ନିର୍ମିତ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ଖୋଲିବା ପାଇଁ ଯାଇଥିଲେ ଜିପିଇଓ ରମେଶ ହରିଜନ, ଜିଆରଏସ ପିତାମ୍ବର ଜେନା, ଯୋଗାଣ ସହାୟକ ପଦଲାମ ସାନ୍ତାଙ୍କ ସହିତ ଅନ୍ୟ କିଛି ଜଣ। ତେବେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ଖୋଲାଯାଉଥିବା ନେଇ ଅନ୍ୟ ଗୋଷ୍ଠୀ ଖବର ପାଇବା ପରେ ପ୍ରାୟ ୩୦୦ରୁ ଊର୍ଦ୍ଧ୍ବ ଲୋକ ଘଟଣାର ବିରୋଧ କରି ସରକାରୀ କର୍ମଚାରୀ ଏବଂ କୁନୁ ତିୱାରୀଙ୍କୁ ଆକ୍ରମଣ କରିଥିଲେ। ଏପରିକି କୁନୁ ତିୱାରୀଙ୍କୁ ଅଟକ ରଖାଯାଇଥିଲା। ଇଚ୍ଛାପୁର ପଞ୍ଚାୟତର ପୂର୍ବତନର ସରପଞ୍ଚଙ୍କ ସ୍ବାମୀ ଦିଗାମ୍ବର ଘଟଣା ସମ୍ପର୍କରେ ଝରିଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଇଚ୍ଛାପୁରରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ କୁନୁଙ୍କୁ ଉଦ୍ଧାର କରିଥିଲା। ସରକାରୀ କର୍ମଚାରୀଙ୍କ କୌଣସି ଦୋଷ ନଥିବା ସତ୍ତ୍ୱେ ତାଙ୍କ ଉପରେ ଆକ୍ରମଣ କରାଯାଇଥିବା ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଝରିଗାଁ ବିଡିଓ ସତ୍ୟନାରାୟଣ ମେହେରଙ୍କ ସହିତ ଥାନାରେ ଲିଖିତ ଭାବେ ଜଣାଇଥିଲେ। କିନ୍ତୁ ଏହି ଘଟଣାରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଗତ ୩୧ ତାରିଖରେ ବ୍ଲକରେ କାର୍ଯ୍ୟରତ ସମସ୍ତ ପିଇଓ, ଜିଆରଏସ୍‌, ଯୋଗାଣ ସହାୟକ ଏବଂ ଅନ୍ୟ କର୍ମଚାରୀ ପ୍ରମୁଖ କାର୍ଯ୍ୟ ବନ୍ଦ କରି ଝରିଗାଁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥି‌ଲେ।ଆନ୍ଦୋଳନର ଚତୁର୍ଥ ଦିନରେ ଜିଲ୍ଲାର ଅମଲା ସଂଘ, ପିଇଓ ସଂଘ, ଜିଆରଏସ ସଂଘ ଏବଂ ଯୋଗାଣ ସହାୟକ ସଂଘର ପଦାଧିକାରୀ ପ୍ରମୁଖ ଝରିଗାଁରେ ପହଞ୍ଚି ଆନ୍ଦୋଳକୁ ସମର୍ଥନ କରିବା ସହିତ ଘଟଣାର ତୀବ୍ର ସମାଲୋଚନା କରିଥିଲେ।ପଞ୍ଚମ ଦିନରେ ଘଟଣା ସମ୍ପର୍କରେ ନବରଙ୍ଗପୁର ଜିଲ୍ଲାପାଳଙ୍କ ସହିତ ଆଲୋଚନା କରାଯିବାର ଥିଲା। ଯଦି ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ସହଯୋଗ ନମିଳେ ତେବେ ଏହି ଆନ୍ଦୋଳନ ସମସ୍ତ ବ୍ଲକସ୍ତରରୁ ଆରମ୍ଭ ହୋଇ ଜିଲ୍ଲାସ୍ତରରେ ବ୍ୟାପକ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା।ତେବେ ପଞ୍ଚମ ଦିନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଡ଼ିଏମ ଭାସ୍କର ରଇତ,ଏପିଡ଼ି ଦେବୀ ପ୍ରସାଦ ଟାଲି ଏବଂ ପୋଗ୍ରାମ ଅଫିସର ରାଜେଶ ପଟ୍ଟନାୟକ ପ୍ରମୁଖ ଧାରଣା ସ୍ଥଳରେ ପହଂଚି ପିଇଓ,ଜିଆରଏସ ଓ ଯୋଗାଣ ସହାୟକ ତଥା ବ୍ଲକ କର୍ମଚାରୀ ମାନଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ।ଶେଷରେ ସାତ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଡ଼ିଏମ ଭାସ୍କର ରଇତ ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ବ୍ଲକ କର୍ମଚାରୀ ମାନେ ଉଠି ଥିଲେ।ଯଦି ସାତ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ପୁଣି ଥରେ ଧାରଣା ଦିଆଯିବ ବୋଲି ବ୍ଲକ କର୍ମଚାରୀ ମାନେ ଚେତାବନୀ ଦେଇଥିଲେ।ତେବେ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତିର ସାତ ଦିନ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଯୋଗୁଁ ଶୁକ୍ରବାର ଠାରୁ ପୁଣି କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି।ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଯିବା ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ସଙ୍ଘ ଚେତାବନୀ ଦେଇଛନ୍ତି।

ଝରିଗାଁ ରୁ କିଶୋର ଚନ୍ଦ୍ର ମଣ୍ଡଳ ଙ୍କ ରିପୋର୍ଟ 

Related posts

ନିଖିଳ ଓଡ଼ିଶା ଆଇନଜୀବୀ ପରିଷଦର ଲଗାତାର ୭ମ ଥର ପାଇଁ ଉପସଭାପତି ହେଲେ ରାଇରଙ୍ଗପୁର ର ମନୋଜ ଦାସ

masiha

ପବିତ୍ର ଉତ୍କଳ ଦିବସ ଉପଲକ୍ଷେ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ଦହିପଣା ଓ ତରଭୁଜ ଖଣ୍ଡ ବଣ୍ଟନ 

masiha

ରାୟଗଡ଼ରେ ‘Swimming and Drowning Survival Skill Development’ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ସମାପନ 

Sunil Chandra Nayak

Leave a Comment

error: Content is protected !!