ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ବଡଦିନ ପାଳିତ 

ଡାବୁଗାଁ ବଡଦିନ ପାଳିତ 

ଡାବୁଗାଁ, ୨୫/୧୨ (ମ. ନି. ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଞ୍ଚଳରେ ଥିବା ବିଭିନ୍ନ ଚର୍ଚ୍ଚରେ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଲୋକ ମାନେ ପ୍ରଭୁ ଯୀଶୁ ଙ୍କ ଜନ୍ମ ଦିନ ମହାଆଡମ୍ବରରେ ବୁଧବାର ବଡଦିନ ପାଳିତ ହୋଇଯାଇଛି | ଏହି ଅବସରରେ ସ୍ଥାନୀୟ ଚର୍ଚ୍ଚରେ ମଙ୍ଗଳବାର ସନ୍ଧ୍ୟାରୁ ପ୍ରାର୍ଥନା ସଭା ଆୟୋଜନ କରାଯାଇ ଆଜି ପର୍ଯ୍ୟନ୍ତ ଚାଲିଥିଲା | ଚର୍ଚ୍ଚର ପାଳିକା ବିନ୍ଦୁ ପ୍ରଭା କ୍ଷୁଦ୍ର ଯୀଶୁଖ୍ରୀଷ୍ଟ ଙ୍କ ବାଣୀ ଏବଂ ବାଇବେଲର ନୀତିବାଣୀ ପଠନ କରି ଆଲୋଚନା କରିଥିଲେ | ଏଥିରେ ଚର୍ଚ୍ଚର ପ୍ରାଚୀନ ପ୍ରଦୀପ ଗରଡ଼ା, ସଭାପତି ପ୍ରତାପ କୁମାର ନାୟକ, ଉପସଭାପତି ସୁମିତ କୁମାର ନାଗ, ସମ୍ପାଦକ କେଶରୀ ନାୟକ, ଦୀପକ ନାୟକ, କୋଷାଧ୍ୟକ୍ଷ ଗୋପାଳ ବାହାଦୁର, ଜ୍ୟୋତିମହିନୀ ଭତ୍ରା, ଜଗଦୀଶ ଭତ୍ରା, କଇନ କିଶୋର ଖୋସଲା, ଦୀପକ ନାୟକ ଓ ବୁଲୁ ଗରଡା ପ୍ରମୁଖ ବିଧିବଦ୍ଧ ଭାବେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ଏଥିରେ ଖ୍ରୀଷ୍ଟୀୟ ବିଶ୍ଵାସୀ ମାନେ ଉପସ୍ଥିତ ରହି ବଡଦିନ ପାଳନ କରିଥିଲେ l

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ରାୟଗଡ଼ ଜିଲ୍ଲା ରାଜ୍ୟ ପ୍ରାଚୀନ କଳା ଓ ସଂସ୍କୃତି ପୁନଃରୁଦ୍ଧାର ପରିଷଦ ପକ୍ଷରୁ ୧୫ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ

Sunil Chandra Nayak

ଶ୍ରମିକନେତା ବନମାଳୀ ଧୁପାଳଙ୍କ ସ୍ମୃତିରେ ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର 

masiha

ଜିଲ୍ଲାସଦର ମହକୁମାରେ ନବନିର୍ମିତ ଟାଉନ୍ ଥାନା ଗୃହ ଆଭାସୀ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଦ୍ଵାର ଉଦଘାଟିତ

masiha

Leave a Comment

error: Content is protected !!