ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଫୁଲବାଣୀ,କୋଟଗଡ଼/ କୋଟଗଡ ଥାନା ଝରିଆପଦା ସାହିରେ ଘଟିଛି ଏକ ଅଭାବନୀୟ ଘଟଣା । ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ସମ୍ପୃକ୍ତ ଶିକ୍ଷକଙ୍କୁ  ସ୍ଥାନୀୟ ଲୋକେ ପ୍ରଥମେ କୋଟଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି । ଆକ୍ରମଣର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପରକିୟା ପ୍ରିତୀ ଯୋଗୁଁ ଏଭଳି ଘଟଣା ଘଟିଥାଏ ପାରେ ବୋଲି ସାଧାରଣରେ ଆଲୋଚନା ହେଉଛି । ସୂଚନା ପ୍ରକାରେ ଆଜି ସକାଳେ ପ୍ରାୟ ୯ଟା ସମୟରେ କୋଟଗଡ଼ ବ୍ଲକ୍ ଗେଟାବାଲି ପ୍ରଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ପଦ୍ମଚରଣ ରଥ ଝରିଆପଦାରେ ରହୁଥିବା ଘର ବାହାରେ ଥିବାବେଳେ ସେହି ସାହିର କୁନା ବେହେରା ନାମକ ଜଣେ ବ୍ୟକ୍ତି ହଠାତ୍ ଆସି ଟାଙ୍ଗିଆରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା । ନିକଟରେ ଥିବା କିଛି ଲୋକ ଶିକ୍ଷକଙ୍କୁ ଆକ୍ରମଣକାରୀ ଠାରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ସୁଯୋଗ ଦେଖି ଆକ୍ରମଣକାରୀ କୁନା ବେହେରା ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ସେପଟେ ଖବରପାଇ ଘଟଣାସ୍ଥଳରେ କୋଟଗଡ଼ ଥାନା ଅଧିକାରୀ ଲୋଳିତ ମୋହନ ସାଗର ପହଁଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

କନ୍ଧମାଳ ରୁ ଜୟ ସେନ ପରିଡା ଙ୍କ ରିପୋର୍ଟ 

Related posts

ବିବାହିତା ମହିଳାଙ୍କ ଆତ୍ମହତ୍ୟା ଘଟଣା..ଆତ୍ମହତ୍ୟା ପାଇଁ ଉସୁକାଇଥିବା ଅଭିଯୋଗରେ ସ୍ବାମୀଙ୍କୁ କୋର୍ଟଚାଲାଣ

Sunil Chandra Nayak

ପୁଞ୍ଜିଲାଲ କୁ ଆଜିବନ କାରାଦଣ୍ଡ ସହିତ 50 ହାଜର ଜରୀ ବାନା

masiha

ଇନ୍ଦ୍ରାବତୀ ପାଲଟିଛି ଠକ ଙ୍କ ଚରା ଭୂଇଁ : ବର୍ତ୍ତମାନ ଚର୍ଚ୍ଚା ରେ ୪୦ ଲକ୍ଷ ରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗ ରେ ଅବସର ପ୍ରାପ୍ତ ପୋଲିସ ଅଧିକାରୀ ଙ୍କ ପୁଅ 

Sunil Chandra Nayak

Leave a Comment

error: Content is protected !!