ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ପଞ୍ଚାୟତ ସ୍ତରୀୟ କ୍ରୀଡା ଉତ୍ସବ ଅନୁଷ୍ଠିତ

ବୌଦ୍ଧ -06-01-( ହୃଦାନନ୍ଦ ମେହେର)- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାଧାନଗର ଗ୍ରାମ ପଞ୍ଚାୟତର ପିପଳକଟା ଖେଳ ପଡିଆ ଠାରେ ରାଧାନଗର ଗ୍ରାମ ପଞ୍ଚାୟତର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବାର୍ଷିକ କ୍ରୀଡା ଉତ୍ସବରେ ରାଧାନଗର ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଗଣେଶ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମଥୁରା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ପ୍ରଦୀପ କୁମାର କହଁର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବାର୍ଷିକ କ୍ରୀଡା ଉତ୍ସବରେ ରାଧାନଗର ଗ୍ରାମ ପଞ୍ଚାୟତର ସମସ୍ତ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଯୋଗଦାନ କରିଥିଲେ। ଦୁଇ ଦିନ ଧରି ଆୟୋଜିତ ଏହି କ୍ରୀଡା ଉତ୍ସବର ପ୍ରଥମ ଦିନରେ ଲମ୍ବା ଡିଆଁ, ମ୍ୟୁଜିକ୍ ଚେୟାର,ଅନ୍ଧପୁଟୁଳି,ଧନ ସଂଗ୍ରହ, ବେଲୁନ ଫଟା,ଦଉଡି ଡିଆଁ,୫୦,୧୦୦ ଏବଂ ୨୦୦ ମିଟର ଦୈ।ଡ଼ ପ୍ରତିଯୋଗିତା ସମାପ୍ତ ହୋଇ ଯାଇଛି। କ୍ରୀଡା ଉତ୍ସବକୁ ଦେଖିବା ପାଇଁ ବହୁ ସଂଖ୍ୟାରେ କ୍ରୀଡା ପ୍ରେମୀ ଯୋଗଦାନ ଦେଇଥିବା ବେଳେ ଗ୍ରାମ ପଞ୍ଚାୟତର ବିଭିନ୍ନ ସ୍ବେଛାସେବୀ ଭାଇ ମାନେ ଖେଳ ପରିଚାଳନାରେ ସହଯୋଗ କରିଥିଲେ।

Related posts

ଏମ ଏମ ସି ସି ନକ ଆଉଟ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ,  ସୁନ୍ଦିରିଜୋର ଚମ୍ପିୟାନ

Sunil Chandra Nayak

ସି ପି ଏମ ପ୍ରିମିୟମ ଲିଗ୍ ଫାଇନାଲ ମ୍ୟାଚ ଅନୁଷ୍ଠିତ 

Sunil Chandra Nayak

ଆନ୍ତ ଜିଲ୍ଲା ସାହାଣୀ କପ ଫୁଟବଲର ମ୍ୟାଚରେ ନବରଙ୍ଗପୁର ଜିଲାର ଦମଦାର ପ୍ରଦର୍ଶନ ଜାରି 

masiha

Leave a Comment

error: Content is protected !!