ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜୁନାଗଡ ବିଧାନ ସଭା କ୍ଷେତ୍ର ର ରାଜ ନୈତିକ ଚିତ୍ରପଟ :   ରାଜପରିବାର ର ଗଡ ଜୁନାଗଡ ବିଧାନ ସଭା ଆସନ ରେ ୨୦୨୪ ନିର୍ବାଚନ ରେ କାହା ମୁଣ୍ଡରେ ଶିରପା ? 

ଜୁନାଗଡ ବିଧାନ ସଭା କ୍ଷେତ୍ର ର ରାଜ ନୈତିକ ଚିତ୍ରପଟ :  

ରାଜପରିବାର ର ଗଡ ଜୁନାଗଡ ବିଧାନ ସଭା ଆସନ ରେ ୨୦୨୪ ନିର୍ବାଚନ ରେ କାହା ମୁଣ୍ଡରେ ଶିରପା ? 

    କଳାହାଣ୍ଡି ତା ୩୦/୦୪/୨୪ //  କଳାହାଣ୍ଡି ଜିଲ୍ଲା ର ଗୁରୁତ୍ବ ପୂର୍ଣ୍ଣ ବିଧାନ ସଭା ଆସନ ଭାବରେ ୭୮-ଜୁନାଗଡ ବିଧାନ ସଭା ଆସନ ପରିଗଣିତ । ଏଠାରେ ରାଜ ନୈତିକ ଦଳ ଗୁଡିକର ସବୁପ୍ରକାର ଗୋଟି ଚାଳନା ଫେଲ ହୋଇ ଯାଉ ଥିବାର ଅନେକ ଉଦାହରଣ ରହିଛି । ଅତୀତକୁ ରୋମନ୍ଥନ କଲେ ଏହା ସ୍ପଷ୍ଟ ଯେ ଜୁନାଗଡ ନିର୍ବାଚନ ମଣ୍ଡଳୀ କାହିଁକି ସମଗ୍ର କଳାହାଣ୍ଡି ଜିଲ୍ଲାରେ ରାଜ ପରିବାର ର ସ୍ଵତନ୍ତ୍ର ପତିଆରା ରହି ଆସିଛି । ପ୍ରଥମ ସାଧାରଣ ନିର୍ବାଚନ ୧୯୫୧ରେ କଳାହାଣ୍ଡି ମହାରାଜା ପ୍ରତାପ କେଶରୀ ଦେଓ ଜୁନାଗଡ ବିଧାୟକ ଭାବେ ନିର୍ବାଚିତ ହେବା ପରଠାରୁ ୧୯୭୪ ମସିହା ରେ ଉଦିତ ପ୍ରତାପ ଦେଓ ନିବାଚିତ ହେବା ପର୍ଯ୍ୟନ୍ତ ରାଜ ପରିବାର ଅଧୀନରେ ଜୁନାଗଡ ବିଧାନ ସଭା କ୍ଷେତ୍ର ରହି ଆସିଥିଲା । ସେହିପରି ୧୯୫୭ ରେ ହୋଇଥିବା ଦ୍ବିତୀୟ ସାଧାରଣ ନିର୍ବାଚନ ପରଠାରୁ ୧୯୭୭ ନିର୍ବାଚନ ପର୍ଯ୍ୟନ୍ତ କଳାହାଣ୍ଡି ଲୋକସଭା ସଭ୍ୟ ଭାବେ ଅଣ କଂଗ୍ରେସ ପାର୍ଟି ରୁ କଳାହାଣ୍ଡି ମହାରାଜା ପ୍ରତାପ କେଶରୀ ଦେଓ ନିର୍ବାଚିତ ହୋଇଛନ୍ତି । 

        ବିଜୁ ପଟ୍ଟନାୟକ ଙ୍କ ଏକାନ୍ତ ସହଯୋଗୀ ଭାବେ ପରିଚିତ ଏବଂ କଳାହାଣ୍ଡି ଜିଲ୍ଲାରେ କଂଗ୍ରେସ କୁ ବଞ୍ଚାଇ ରଖିଥିବା ତଥା ୧୯୬୭ ରେ କଂଗ୍ରେସ ପ୍ରାର୍ଥୀ ଭାବେ ହାରିଥିବା ପରିବାର ର ଦାୟାଦ ଭାବେ ରାସ ବିହାରୀ ବେହେରା ପ୍ରଥମେ ୧୯୭୪ ରେ ଭବାନୀପାଟଣା ୧୯୭୭ ରେ କୋକସରା ବିଧାନ ସଭା ଆସନ ରେ ବିଜୟୀ ହୋଇଥିବା ବେଳେ ସେହି କଂଗ୍ରେସ ହାୱା ରେ ଜୁନାଗଡ ସରପଞ୍ଚ ଓ ଏନ ଏ ସି ର ଅଧ୍ୟକ୍ଷ ଥିବା ମହେଶ୍ବର ବରାଡ କଂଗ୍ରେସ ଦଳ ରୁ ପ୍ରସନ୍ନ ବେହେରା, ଭାଗରଥୀ ସାମନ୍ତରାୟ, ତ୍ରିନାଥ ଠାକୁର, ଭଳି ଅନେକ ତୁଙ୍ଗ ନେତାଙ୍କ ଆନ୍ତରିକ ସହଯୋଗରେ ଜୁନାଗଡ ଆସନ ରେ ବିଜୟୀ ହୋଇଥିଲେ । ସେହିପରି ୧୯୮୦ ରେ ଲୋକସଭା ସଭ୍ୟ ଭାବେ ରାସ ବିହାରୀ ବେହେରା ବିଜୟୀ ହୋଇ ପ୍ରତାପ କେଶରୀ ଦେଓ ଙ୍କୁ ପ୍ରଥମ କରି ନିର୍ବାଚନ ରେ ହରାଇଥିଲେ। ସେହିପରି ଜୁନାଗଡ ବିଧାନ ସଭା କ୍ଷେତ୍ର ରେ ଶ୍ରୀ ବରାଡ ସେହି ସମର୍ଥକ ମାନଙ୍କ ସହାୟତାରେ ପୁନର୍ବାର ବିଜୟୀ ହୋଇଥିଲେ କିନ୍ତୁ ୧୯୮୫ ରେ ପି କେ ଦେଓ ଙ୍କ ପୁତ୍ର ବିକ୍ରମ କେଶରୀ ଦେଓ ରାଜ ପରିବାର ର ଆନୁଗତ୍ୟ ଥିବା ଏବଂ ସମର୍ଥକ ଥିବା ବୁଦ୍ଧିଜୀବୀ ସମ୍ପ୍ରଦାୟ ଙ୍କ ସହଯୋଗ ରେ ଜୁନାଗଡ ବିଧାନ ସଭା ଆସନକୁ ଦଖଲ କରିନେବାରେ ସଫଳ ହୋଇଥିଲେ ।  

   ଗତ ୧୯୯୭ ରେ ଜୁନାଗଡ ବିଧାୟକ ଥିବା ବିକ୍ରମ କେଶରୀ ଦେଓ ନିଜ ପିତାଙ୍କ ପାରମ୍ପରିକ କଳାହାଣ୍ଡି ଲୋକସଭା ଆସନ କୁ ପୁନର୍ବାର ଦଖଲ କରିବାରେ ସଫଳ ହେବା ପରେ ଜୁନାଗଡ ବିଧାନ ସଭା ଆସନ ଖାଲି ପଡିଥିବା ବେଳେ ତାଙ୍କର ଅନୁଗତ୍ୟ ସ୍ଵୀକାର କରିଥିବା ପୂର୍ବତନ ବ୍ଲକ ଅଧ୍ୟକ୍ଷ ହିମାଂଶୁ ମେହେର ଙ୍କୁ ବିକ୍ରମ କେଶରୀ ଦେଓ ବିଜେପି ରୁ ପ୍ରାର୍ଥୀ କରାଇଥିଲେ । ରାଜ୍ୟ ରେ କଂଗ୍ରେସ ସରକାର ଚାଲିଥିବା ବେଳେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ବହୁ ହେଭିୱେଟ ନେତାଙ୍କ ପ୍ରଚାର ସତ୍ବେ କେବଳ ଅଜୟ ପାଣିଗ୍ରାହୀଙ୍କ ଉପରେ କଂଗ୍ରେସିଆ ଙ୍କ ଆକ୍ରମଣ ହୋଇଥିବା କାରଣରୁ ଏବଂ ଶ୍ରୀ ଗୋପାଳ ଜୀ ଙ୍କ ଦୟାରେ କଂଗ୍ରେସ ଠାରୁ କମ ଭୋଟ ବ୍ୟବଧାନ ରେ ହେଉ ପଛକେ ହିମାଂଶୁ ମେହେର ବିଜୟୀ ହୋଇଥିଳେ ଏବଂ ଜୁନାଗଡ ରେ ବିଜେପି ଗଡ଼କୁ ସୁଦୃଢ କରି ପାରିଥିଲେ । ତାର ପରଠାରୁ ସେହି ମାନଙ୍କ ଗୋଟି ଚଳନାରେ ୨୦୦୦ ଓ ୨୦୦୪ ନିର୍ବାଚନରେ ମଧ୍ୟ ହିମାଂଶୁ ମେହେର ବିଜୟୀ ହୋଇଥିବା ବେଳେ ୨୦୦୯ ରେ ପୂର୍ବରୁ ସମର୍ଥନ ଦେଉଥିବା ନିର୍ଦ୍ଧିଷ୍ଟ ସମ୍ପ୍ରଦାୟ ନୀରବ ରହିବା ପରେ ଏବଂ କଂଗ୍ରସ ର ପୁରୁଖା ନେତାଙ୍କ ଗୋଟି ଚଳନାରେ ଗୋବର୍ଦ୍ଧନ ଦାଶ ବିଜୟୀ ହୋଇଥିଲେ । ଅବଶ୍ୟ ବିଜେପି ରୁ ହିମାଂଶୁ ମେହେର ତିନି ଥର ବିଜୟୀ ହେବା ପରେ ଓ ମନ୍ତ୍ରୀ ହେବା ପରେ ଟିକେ ଅହଂ ଭାବ ବୃଦ୍ଧି ପାଇଥିବା ଏବଂ କେବଳ ମେହେର ମାନଙ୍କୁ ହିଁ ସବୁଥିରେ ଗୁରୁତ୍ବ ଦେଉଥିବାରୁ ହିମାଂଶୁ ମେହେର ଙ୍କୁ ହାରିବାକୁ ପଡିଲା ବୋଲି ସେତେବେଳେ ଚର୍ଚା ହେଉଥିଲା । 

     ଗତ ୨୦୧୪ ମସିହା ନିର୍ବାଚନ ରେ ବିଜେଡ଼ି ରୁ ଦିବ୍ୟ ଶଙ୍କର ମିଶ୍ର ଙ୍କ ଗୋଟି ଚାଳନା, ଚାଣକ୍ୟ ନୀତି ର ଅବଲମ୍ବନ ଏବଂ ମେହେର ବ୍ରଦର୍ଶ ଗୃପ ର ନୀରବ ସମର୍ଥନ ସର୍ବୋପରି ନବାଗତ ଅନିଲ ସିଂ ଙ୍କ ଦୁର୍ବଳତା ଯୋଗୁଁ ବିଜେଡ଼ି ରୁ ଦିବ୍ୟ ଶଙ୍କର ମିଶ୍ର ଜୁନାଗଡ ଆସନ ଦଖଲ କରିବା ପରେ ୨୦୧୯ ରେ ସ୍ଥାନୀୟ ପ୍ରାର୍ଥିତ୍ଵ ଦାବି ସତ୍ବେ ପୁନଃ ବିଜେଡ଼ି ରୁ ଦିବ୍ୟ ଶଙ୍କର ମିଶ୍ର ବିଜୟୀ ହୋଇଥିବା ବେଳେ ଦୁର୍ବଳ ନିର୍ବାଚନ ପରିଚାଳନା ଯୋଗୁଁ ବିଜେପି ପ୍ରାର୍ଥୀ ମନୋଜ ମେହେରଙ୍କୁ ପରାଜୟ ସ୍ଵୀକାର କରିବାକୁ ପଡିଥିଲା । 

        ଏସବୁ ସତ୍ବେ କ୍ରମାଗତ ଭାବେ ଜୁନାଗଡ ନିର୍ବାଚନରେ ବିଜେପି ର ଭୋଟ ପ୍ରତିଶତ ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟ ପକ୍ଷରେ ଜୁନାଗଡ ରେ ବିଜେଡ଼ି ର ମନମୁଖୀ କାରବାର, ଭୂମି, ଖଣି, ସଟଟା ମାଫିଆ ତଥା ଠିକା ମାଫିଆ ଙ୍କ ରାଜ ଚାଲିଥିବା ବେଳେ ସାଧାରଣ ଲୋକେ ହଇରାଣ ହରକତ ହେଉଥିବା ହେତୁ ଲୋକେ ବିଜେଡ଼ି ପ୍ରତି ମୂହ ମୋଦୀ ନେଉଥିବା ଦେଖାଯାଉଛି । ଚଳିତ ୨୦୨୪ ନିର୍ବାଚନରେ ମୋଦି ଜୀ ଙ୍କ ସବ କା ସାଥ, ସବକା ବିଶ୍ବାସ, ସବକା ପ୍ରୟାସ, ସବକା ବିକାଶ ଶ୍ଳୋଗାନ ରେ ବିଜେପି ର ସ୍ଥିତି ଦ୍ରୁତ ଗତି ରେ ବଢୁଥିବା ବେଳେ ସ୍ବତଃ ସରକାର ବଦଳାଇବା ପାଇଁ ଲୋକେ ଚିନ୍ତା କରୁଥିବା ବେଳେ ବିଜେପି ପକ୍ଷରୁ ସେଭଳି କିଛି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରଯାଇ ନ ଥିବା ଦେଖା ଯାଉଛି । ସଙ୍ଗଠନକୁ ସୁଦୃଢ କରିବା ପାଇଁ ଯଥେଷ୍ଟ ସମୟ ଦେବାକୁ ଦଳୀୟ ନେତୃତ୍ବ ବହୁ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେପି ପକ୍ଷରୁ ପ୍ରତି ବୁଥ ସ୍ତରରେ ଗଠିତ କମିଟି କୁ ମଧ୍ୟ ଉତ୍ସାହିତ କିମ୍ବା ସୁଦୃଢ କରାଯାଇ ପାରି ନାହି, ଏପରିକି ସମସ୍ତ ଜନ ହିତକର କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ଲୋକଙ୍କ ପାଖକୁ ସୂଚନା ପହଞ୍ଚାଇ ପାରୁନାହି, ଯାହା ଫଳରେ ସାଧାରଣ ଲୋକେ ସଠିକ ଭାବେ ଜାଣି ନ ଥିବାର ଦେଖା ଯାଉଛି । 

ଅନ୍ୟପକ୍ଷରେ ଜୁନାଗଡ ସହରରେ ଏବଂ ଗ୍ରାମାଞ୍ଚଳରେ ଅନ୍ୟ ଦଳରୁ ଅନେକ ନେତା ଓ କର୍ମୀ ବିରାଟ ବିରାଟ ପଟୁଆର ରେ ବିଜେପି ରେ ସାମିଲ ହେଉଥିବା ଦେଖି ବିଜେପି ନେତୃତ୍ବ ଏକ ପ୍ରକାର ନିର୍ବାଚନ ଜିତି ଯାଉଥିବା ଭଳି ଅନୁମାନ କରୁଥିବା ଦେଖାଯାଉଛି । ଏପରିକି ରାବଣ କୁ ବଧ କରିବାକୁ ରାମ ମାନଙ୍କୁ ଏକଜୁଟ ହେବାକୁ ପଡୁଛି ବୋଲି ବିଜେପି ଶିବିର ରେ ଚର୍ଚା ହେଉଥିବା ବେଳେ ରାମାୟଣ କୁ ଅପଭ୍ରଂଶ କରା ନ ଯାଉ କାରଣ ଦୁଷ୍ଟ ଶକ୍ତି ର ବିନାଶ ପାଇଁ କେବଳ ବ୍ରହ୍ମ ଶକ୍ତି ର ଆବଶ୍ୟକ ପଡିଥାଏ ବୋଲି ବୁଦ୍ଧିଜୀବୀ ମହଲରେ କୁହାଯାଉଛି । ଅବଶ୍ୟ ଓବିସି ଭୋଟ ଦ୍ବାରା ବିଜେପି ଜିତିଯିବାକୁ କଳନା କରୁଥିବା ବେଳେ କଂଗ୍ରେସ ପ୍ରାର୍ଥୀ ମଧ୍ୟ ସେହି ଓବିସି ଭୋଟ ରୁ ସିଂହ ଭାଗ ନେଉଥିବା ଆକଳନ ହେଉଛି । ବିଗତ ନିର୍ବାଚନ ଗୁଡିକ ଅପେକ୍ଷା ଚଳିତ ୨୦୧୪ ନିର୍ବାଚନ ର ଗଣିତ ସମ୍ପୂର୍ଣ୍ଣ ଅଲଗା ହେଉଥିବା ଦେଖାଯାଉଛି । ସମଗ୍ର ଓବିସି ଭୋଟ କୁ ଦୁଇ ଭାଗ କଳେ ଯଦିଓ ଦଳିତ ଭୋଟ କଂଗ୍ରେସ ସପକ୍ଷରେ ଗଲେ କଂଗ୍ରେସ ଜିତିଯିବାର ସମ୍ଭାବନାକୁ ଏଡାଇ ଦିଆ ଯାଇ ନ ପାରେ । ବିଜେଡ଼ି ର ପାରମ୍ପରିକ ଭୋଟ ରୁ କିଛି ଏପଟ ସେପଟ ହେଲେ ମଧ୍ୟ ବିଜେଡ଼ି ର ଚାଣକ୍ୟ ଗୋଟି ଚାଳନା ପ୍ରକ୍ରିୟା ରେ ସଫଳ ହେଲେ ବିଜେଡି କୁ ମଧ୍ୟ ଜିତିଯିବାର ସମ୍ଭାବନାକୁ ଏଡାଇ ଦିଆ ଯାଇ ନ ପାରେ । ସେହିପରି କେବଳ ଓବିସି ଭୋଟ ଦ୍ବାରା ବିଜେପି ଜିତିଯିବାକୁ କଳନା କଲେ ହୁଏତ ଗଣିତ ବିଗିଡି ଯାଇ ପାରେ କିନ୍ତୁ ବିଜେପି ନେତୃତ୍ବ କୌଣସି ଚକ୍ର ବ୍ୟୁହ ରେ ନ ପଡି ବିଜେପିରେ ରାଷ୍ଟ୍ର ପ୍ରତି ସମର୍ପିତ ମନୋଭାବ ସହିତ ଥିବା ଚାଣକ୍ୟ ଗୋଷ୍ଠୀ କୁ ଏକ ଜୁଟ କରି ପାରିଲେ ଏବଂ ପରିଶ୍ରମ କରି ମୋଦିଜୀ ଙ୍କ ବାର୍ତ୍ତା ପହଞ୍ଚାଇବା ସଙ୍ଗେ ସଙ୍ଗେ ବିଜେଡ଼ିର ଅସଫଳତା ଓ ଦୁର୍ନୀତିକୁ ଲୋକଙ୍କ ପାଖରେ ଉପସ୍ଥାପନ କରିବା ସହିତ ସାମୁହିକ ଭାବେ ନିର୍ବାଚନକୁ ନିର୍ବାଚନ ଭାବେ ଲଢିଲେ ବିଜେପି କୁ ମଧ୍ୟ ଜିତିଯିବାର ସମ୍ଭାବନାକୁ ଏଡାଇ ଦିଆ ଯାଇ ନ ପାରେ । ଆଗକୁ ସମୟ ହିଁ କହିବ ଜୁନାଗଡ ଆସନରେ କାହା ମୁଣ୍ଡରେ ଶିରପା !

ବରିଷ୍ଠ ସାମ୍ବାଦିକ ଦୁଷ୍ମନ୍ତ କୁମାର ପଣ୍ଡା ଙ୍କ ରିପୋର୍ଟ୍ 

Related posts

ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦେବା ଦାବିରେ ବିଜେପିର ବ୍ଲକ ଘେରାଓ

Sunil Chandra Nayak

ପୁଲିସ ଡିଜି, କମିଶନର ଓ ଡିସିପିଙ୍କ ନାଁରେ ଏତଲା ଦେଲେ ବିଜେପି କର୍ମକର୍ତ୍ତା 

Sunil Chandra Nayak

ପାଟଭାଲେରଠାରେ ବିଜେଡିର ପଞ୍ଚାୟତସ୍ତରୀୟ ବୈଠକ ଅନୁଷ୍ଠିତ 

masiha

Leave a Comment

error: Content is protected !!