ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଇରଙ୍ଗପୁରରେ ଓଡିଶା ବିଜେପି ବିନ୍ଧାଣି ଡ଼ଃ ଦେଵେନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ଗଭୀର ଶ୍ରଦ୍ଧାଞ୍ଜଳି 

ରାଇରଙ୍ଗପୁରରେ ଓଡିଶା ବିଜେପି ବିନ୍ଧାଣି ଡ଼ଃ ଦେଵେନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ଗଭୀର ଶ୍ରଦ୍ଧାଞ୍ଜଳି 

ମୟୂରଭଞ୍ଜ -୨୮/୦୩ଓଡ଼ିଶା ବିଜେପିର ବିନ୍ଧାଣି ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ତଥା ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଭୂପୃଷ୍ଠ ପରିବହନ ଓ କୃଷିମନ୍ତ୍ରୀ ତଥା ବିଜେପି ତିନି ତିନିଥର ଓଡ଼ିଶା ବିଜେପିର ରାଜ୍ୟ ସଭାପତି ଅଳଂଙ୍କୃତ କରିଥିବା ଡ଼ଃ ଦେବେନ୍ଦ୍ର ପ୍ରଧାନଙ୍କୁ ରାଇରଙ୍ଗପୁର ବିଜେପି କାର୍ଯ୍ୟାଳୟ ପରିସରରେ ରାଜ୍ୟ ବିଜେପି ସଂପାଦକ ନବୀନ ରାମଙ୍କ ସଭାପତିତ୍ବରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି ।

ଏହି ସ୍ମୃତି ଚାରଣ ସଭାରେ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ,,ବର୍ଷିୟାନ ବିଜେପି ନେତା ମନୋରଞ୍ଜନ ମହାନ୍ତି,, ବରିଷ୍ଠ ବିଜେପି ନେତା ଯୋଗେନ୍ଦ୍ର ବେହୁରା,ଜିଲ୍ଲା ବିଜେପି ସଂପାଦକ ଵାପି ଦାସ, ଜିଲ୍ଲା ସଂପାଦକ ସରୋଜ ମହାନ୍ତ, କୋଷାଧ୍ୟକ୍ଷ ବିକାଶ ମହାନ୍ତ,ଶିବୁ ଅଗ୍ରୱାଲ, କାଉନସିଲର କ୍ରୀଷ୍ଣା ଦେବୀ ସ୍ଵାମୀ,ଦିଲୀପ ସାଓ,ବିକାଶ ରାୟ,ଗୌରବ ଅଗ୍ରୱାଲ, ସିକନ୍ଦର ଦାସ,ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଆଲୋକ ରଂଜନ ମହାନ୍ତ, କାଉନସିଲର ଗଲୁ ନାଏକ,ଆଇଟି ସେଲ ମୁଖ୍ୟ ଶଶାଙ୍କ କୁମାର,ମଞ୍ଜୁଲତା ଗିରି ଏବଂ ୬ ଟି ବ୍ଳକ ର ବିଜେପି ନେତୃମଣ୍ଡଳୀ ଓ କର୍ମୀ ପ୍ରମୁଖ ଉପସ୍ଥିତ ରହି ଡଃ ଦେଵେନ୍ଦ୍ର ପ୍ରଧାନଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ । ରାଜ୍ୟ ବିଜେପି ସଂପାଦକ ଦିବଂଗତ ଦେବେନ୍ଦ୍ର ପ୍ରଧାନଙ୍କ ତ୍ଯାଗପୂତ ଜୀବନ ଉପରେ ଆଲୋକପାତ କରିଥିଲେ । ଡଃ ଦେବେନ୍ଦ୍ର ପ୍ରଧାନ ରାଜ୍ୟ ବିଜେପିର ବିନ୍ଧାଣି ଥିଲେ ।ସେ ବୃତ୍ତିରେ ଜଣେ ଡାକ୍ତର ଥିଲେ । ଡାକ୍ତର ପେଶାକୁ ତୁଛ କରି ପଛୁଆ ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ସରକାରୀ ଡାକ୍ତର ବୃତ୍ତିକୁ ତୁଛ କରି ୧୯୮୦ ମସିହାରେ ବିଜେପି ରାଜନୀତିକୁ ଆସିଥିଲେ ।ବିଜେପିକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଗାଁ ଗାଁ ବୁଲି ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ କରିଥିଲେ । ୨୦୨୫ ରେ ସେହି ମହାନ ନେତାଙ୍କ ସ୍ବପ୍ନ ଆଜି ପୂରଣ ହୋଇଛି ।ବିଜେପି ଆଜି ଓଡ଼ିଶାରେ ସରକାର ଗଢିଛି ।ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ସେ କେନ୍ଦ୍ର ମନ୍ତ୍ରୀ ନିଷ୍ଠାର ସହ ନିଭାଇଥିଲେ । ତାଙ୍କ ମନ୍ତ୍ରୀତ୍ଵ ସମୟରେ କନକତୋରାରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ( ଦେବଗଡ଼ ଓ ରିଆମାଳ) ଦେଇ ୨୦୦ ନମ୍ବର ଜାତୀୟ ରାଜପଥ ନିର୍ମିତ ହୋଇଥିଲା ।୨୩ ନମ୍ବର ଜାତୀୟ ରାଜପଥ ବଅଁରପାଳ- ରାଞ୍ଚି (ଦେବଗଡ଼ ଜିଲ୍ଲାର ବାରକୋଟ) ରାଜପଥର ସୁଧାର ଓ ଉନ୍ନତିକରଣ କରିଥିଲେ । ତାଙ୍କ ସମୟରେ କୃଷି ଓ କୃଷକ ପାଇଁ ବହୁବିଧ କାର୍ଯ୍ୟକ୍ରମ କରିଥିଲେ । ତାଙ୍କ ଦେହାନ୍ତରେ ଓଡ଼ିଶା ବିଜେପିରେ ପୁରପଲ୍ଲୀ ସବୁଠି ଶୋକରେ ଛାୟା ଖେଳିଯାଇଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବସ୍ତା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ହିନ୍ଦୁ ବିରୋଧୀ ମନ୍ତବ୍ୟ ପାଇଁ ରାହୁଲଙ୍କ କୁଶ ପୁତ୍ତଳିକା ଦାହ

masiha

ଚାଉଳ କଟାକୁ ବିରୋଧ କରି ୨୬ଗୋଟି ପଞ୍ଚାୟତର ବ୍ଲକ ସମ୍ମୁଖରେ ଧାରଣା

Sunil Chandra Nayak

ବିଶୋଇ ବିଜେପି ପକ୍ଷରୁ ଦୁର୍ନୀତି ବିରୋଧରେ ଜନଆକ୍ରୋଶ ସମାବେଶ ସୋଭାଯାତ୍ରା ସହିତ ବ୍ଲକ ଘେରାଉ

masiha

Leave a Comment

error: Content is protected !!