ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଦା ବିଷ୍ଣୁ ସାଜିଛି ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ର ଉଭୟ ପାର୍ଶ୍ଵ ରେ ମାଟି ପରି ବର୍ତ୍ତେ ପଡୁଛି ଚିଙ୍ଗୁଡ଼ି ଘେରିର ମଳ

ନିଦା ବିଷ୍ଣୁ ସାଜିଛି ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ର ଉଭୟ ପାର୍ଶ୍ଵ ରେ ମାଟି ପରି ବର୍ତ୍ତେ ପଡୁଛି ଚିଙ୍ଗୁଡ଼ି ଘେରିର ମଳ

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ର ଗୋଜା ବନ୍ଧ ରାମନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ର ପ୍ରଶସ୍ତିକରଣ କାର୍ଯ୍ୟ ପେଟଛିଲା ଠାରେ ନିର୍ମାଣ ଚାଲୁଅଛି, ମାତ୍ର ରାସ୍ତା ର ଉଭୟ ପାର୍ଶ୍ଵ ରେ ମାଟି ପରିବର୍ତ୍ତେ ଚିଙ୍ଗୁଡ଼ି ଘେରି ର ବର୍ଜ୍ୟ ବସ୍ତୁ ବା ଚିଙ୍ଗୁଡ଼ି ମଳ ପକାଇ ରାସ୍ତା କାର୍ଯ୍ୟ କରାଯାଉଛି, ସ୍ଥାନୀୟ ବାସିନ୍ଦା ମାନେ ଅଭିଯୋଗ କଲେ ମଧ୍ୟ ବିଭାଗୀୟ ଅଧିକାରୀ କର୍ଣ୍ଣ ପାତ କରୁ ନଥିବା ଅଭିଯୋଗ ହେଉଛି, ରାସ୍ତା ର ଉଭୟ ପାର୍ଶ୍ଵ ରେ କମ ପରିମାଣ ରେ ମାଟି ପକାଇ ଅବଶିଷ୍ଠ ସ୍ଥାନ ଗୁଡିକରେ ଚିଙ୍ଗୁଡ଼ି ମଳରେ କାମ ଚାଲିଛି,କେନ୍ଦ୍ରାପଡା ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀଙ୍କ ନିକଟରେ ଏ ଖବର ଅଛି କି ନାହିଁ ତାହା ଯନ୍ତ୍ରୀ ହିଁ ଜାଣନ୍ତି, କାର୍ଯ୍ୟ ଚାଲୁଥିବା ବେଳେ କୌଣସି ଅଧିକାରୀ ଙ୍କ ଦେଖା ମିଳୁନି, ନା ଅଧିକାରି ଜଣକ ସବୁ ଜାଣି ଶୁଣି ଚୁପ ବସୁଛନ୍ତି ସରକାର ୫ଟି କଥା କହୁଥିଲା ବେଳେ ଏଠି କିନ୍ତୁ ବାସ୍ତବ ରେ ଭିନ୍ନ ଚିତ୍ର ଦେଖିବାକୁ ମିଳୁଛି, ଏଠାରେ ପ୍ରଶ୍ନ ଉଠୁଛି ଯଦି ଚିଙ୍ଗୁଡ଼ି ମଳ ରେ ରାସ୍ତା ପ୍ରଶସ୍ଥି କରଣ କାମ ଚାଲେ ଦେବେ ଅସରାଏ ବର୍ଷାରେ ରାସ୍ତାରେ ପଡୁଥିବା ଚିଙ୍ଗୁଡ଼ି ମଳ ଧୋଇ ହୋଇଯିବା ର ସମ୍ଭାବନା ଏଡାଇହେଵ ନାହିଁ , ଉଚ୍ଚସ୍ତରୀୟ ବିଭାଗୀୟ ତୁରନ୍ତ ଦୃଷ୍ଟି ଦେବା କୁ ସାଧାରଣ ରେ ଦାବି ହେଉଛି।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!!

Related posts

ପ୍ରଧାନମନ୍ତ୍ରୀ ଙ୍କ ସ୍ୱଚ୍ଛ ଭାରତ ରେ ସାମିଲ ହେଲେ କେ ଏନ ପୁର ପଞ୍ଚାୟତ ର ଖାଜିପଲି ଗ୍ରାମବାସୀ 

Sunil Chandra Nayak

ଶିକ୍ଷକ ଅରୁଣ କୁମାର ସ୍ବାଇଁଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା 

masiha

ବିଶିଷ୍ଟ ଶ୍ରମିକ ନେତା,ସିଟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି ଙ୍କ ସ୍ମରଣେ ଜିଲ୍ଲା ସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

Leave a Comment

error: Content is protected !!