ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଅନାସ୍ଥା ଭୋଟିଂରେ ହାରିଲେ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ୍ ଅଧ୍ୟକ୍ଷା , ପରାଜିତ ହେଲେ କଲମପୁର ବ୍ଲକ ଅଧ୍ୟକ୍ଷା ମୋତି ବିହାରୀ

ଅନାସ୍ଥା ଭୋଟିଂରେ ହାରିଲେ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ୍ ଅଧ୍ୟକ୍ଷା ,

ପରାଜିତ ହେଲେ କଲମପୁର ବ୍ଲକ ଅଧ୍ୟକ୍ଷା ମୋତି ବିହାରୀ

କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଧ୍ୟକ୍ଷା ମୋତି ବିହାରୀଙ୍କ ବିରୋଧରେ ଆଜି ଅନାସ୍ଥା ଭୋଟ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି l ମୋଟ ୨୪ ଜଣ ଭୋଟରଙ୍କ ମଧ୍ୟରୁ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ଏବଂ ସମିତି ସଭ୍ୟ ଓ ସରପଞ୍ଚ ମିଶି ୨୨ ଜଣ ମତଦାନ କରିଥିଲେ l ସେମାନଙ୍କ ମଧ୍ୟରୁ ୨୧ ଟି ଭୋଟ ଅନାସ୍ଥା ସପକ୍ଷରେ ରହିଥିବାବେଳେ ଗୋଟିଏ ଭୋଟ ନାକଚ ହୋଇଥିବା ଉପସ୍ଥିତ ଭୋଟର ମାନେ ପ୍ରକାଶ କରିଛନ୍ତି l ଅତିରିକ୍ତ ଉପ ଜିଲ୍ଲାପାଳ ଅଜୟ ପ୍ରକାଶ ତୀର୍କୀ ନିର୍ବାଚନ ଅଧିକାରୀ ଭାବେ ଉପସ୍ଥିତ ରହି ଏହି ଅନାସ୍ଥା ନିର୍ବାଚନ ପରିଚାଳନା କରିଥିଲେ। 

ଧର୍ମଗଡ଼ ଉପ ଜିଲ୍ଲାପାଳ ଧୀମାନ ଚକମା ମଧ୍ୟ ବ୍ଲକ କାର୍ଯ୍ୟାଳୟରେ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଥିଲେ l କଲମପୁର ତହସିଲଦାର ସ୍ମରଣିକା ତୁଲ, ବିଡ଼ିଓ ବିଜୟ କୁମାର ମାଡାଙ୍ଗି ମଧ୍ୟ ଉପସ୍ଥିତ ଥିଲେ l 

     ଗତ ମାର୍ଚ୍ଚ ମାସ ୧୦ ତାରିଖ ଦିନ କଲମପୁର ବ୍ଲକର ସମିତି ସଭ୍ୟ ଏବଂ ସରପଞ୍ଚ ମାନେ ବ୍ଲକ ଅଧ୍ୟକ୍ଷା ମୋତି ବିହାରୀଙ୍କ ମନମୁଖୀ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଧର୍ମଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ କରିଥିଲେ l 

  ଏନେଇ ଆଜି ଦିନ ଧାର୍ଯ୍ୟ ହୋଇଥିଲା। ଅନାସ୍ଥା ଭୋଟ ସମୟରେ ବ୍ଲକ ଅଧ୍ୟକ୍ଷା ମୋତି ବିହାରୀ ମଧ୍ୟ ଉପସ୍ଥିତ ଥିଲେ l 

ମୋତି ବିହାରୀଙ୍କ ବିପକ୍ଷରେ ସମସ୍ତ ଭୋଟ ଯିବା ଗଣତି ସମୟରେ ଜଣାପଡିବା ପରେ ଅନାସ୍ଥା ସପକ୍ଷବାଦୀ ମହଲରେ ଉତ୍ସାହ ପରିଲକ୍ଷିତ ହୋଇଛି l ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୧ ପ୍ଲାଟୁନ ପୁଲିସ ଏବଂ ୫ ଜଣ ପୁଲିସ ଅଧିକାରୀଙ୍କୁ ମୁତୟନ କରାଯାଇଥିବା ଥାନା ଅଧିକାରୀ ନୀଳାମ୍ବର ଜାନୀ ସୂଚନା ଦେଇଛନ୍ତି l

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବିଜେପି ପକ୍ଷରୁ ଲଡୁଗାଁ ଓ ଆମପାଣି ପଞ୍ଚାୟତରେ ଗଣ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ସମ୍ବିଧାନ ହତ୍ୟା ଦିବସ ପାଳିତ 

masiha

ବଡଓଲମାରେ କଂଗ୍ରେସ ବିଧାୟକ ପାର୍ଥୀଙ୍କ କର୍ମୀ ସମ୍ମିଳନୀ 

masiha

Leave a Comment

error: Content is protected !!