ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ମହାପ୍ରଭୁ ଜଗନ୍ନାଥ” କାର୍ଟୁନ ଚଳଚ୍ଚିତ୍ର ମୁକ୍ତିଲାଭ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ଓ ମନ୍ଦିର ପ୍ରଶାସନଙ୍କୁ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନର ଦାବି

“ମହାପ୍ରଭୁ ଜଗନ୍ନାଥ” କାର୍ଟୁନ ଚଳଚ୍ଚିତ୍ର ମୁକ୍ତିଲାଭ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ଓ ମନ୍ଦିର ପ୍ରଶାସନଙ୍କୁ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନର ଦାବି

 ଭୁବନେଶ୍ୱର : ଆସନ୍ତା ଜୁଲାଇ ୧୭ ତାରିଖରେ ମୁକ୍ତିଲାଭ କରିବାକୁ ଥିବା ପ୍ରସ୍ତାବିତ “ମହାପ୍ରଭୁ ଜଗନ୍ନାଥ” କାର୍ଟୁନ ଚଳଚ୍ଚିତ୍ର ଉପରେ ତୁରନ୍ତ ରୋକ ଲଗାଇବା ପାଇଁ “ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ, ଇଣ୍ଡିଆ” ପକ୍ଷରୁ ଦୃଢ଼ ଦାବି କରାଯାଇଛି। ଏହି ସମ୍ପର୍କରେ ସଂଗଠନ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ଆଇନ ସଚିବ, ଜିଲ୍ଲାପାଳ, ପୋଲିସ କମିଶନର ଏବଂ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ସଂସ୍ଥାନର ସମ୍ପାଦକ ଡ଼. ନାରାୟଣ ମହାପାତ୍ର ଏବଂ ଉମାନାଥ ମିଶ୍ର ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି ଯେ, “ଜୟ ଜଗନ୍ନାଥ ଏଫ୍.ସି ସଂଗଠନ” ପକ୍ଷରୁ ନିର୍ମିତ ଏହି କାର୍ଟୁନ ଚଳଚ୍ଚିତ୍ରଟି ପ୍ରଥମେ ଗତ ଜୁଲାଇ ୧୦ ତାରିଖରେ ମୁକ୍ତିଲାଭ କରିବାର ଥିଲା, ଯାହାକୁ ଏବେ ଜୁଲାଇ ୧୭କୁ ଘୁଞ୍ଚାଯାଇଛି। ଏହି ଚଳଚ୍ଚିତ୍ର ଦ୍ୱାରା ଓଡ଼ିଶାର କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଆସ୍ଥା, ବିଶ୍ୱାସ ଓ ଧାର୍ମିକ ଭାବାବେଗ ଗଭୀର ଭାବେ ଆହତ ହେବାର ଆଶଙ୍କା ରହିଛି।

ଉଲ୍ଲେଖଯୋଗ୍ୟ ଯେ, ଗତ ଜୁଲାଇ ୦୬ ତାରିଖରେ ଅନୁଷ୍ଠିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବୈଠକରେ ମଧ୍ୟ ଏହି ଚଳଚ୍ଚିତ୍ରର ମୁକ୍ତିଲାଭ ଉପରେ ରୋକ ଲଗାଇବାକୁ ଆଦେଶ ଦିଆଯାଇଥିଲା। ଏହା ସତ୍ତ୍ୱେ ଏହି ଚଳଚ୍ଚିତ୍ରକୁ ମୁକ୍ତିଲାଭ କରାଇବା ପାଇଁ ହେଉଥିବା ପ୍ରୟାସ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ବିରୋଧୀ ଅଟେ।

“ପବିତ୍ର ନେତ୍ର ଉତ୍ସବ ଓ ନବ ଯୌବନ ଦର୍ଶନ କାର୍ଯ୍ୟକ୍ରମ ଅବସରରେ ଜଗତ ର କଲ୍ୟାଣ ପାଇଁ ମିଳିତ ପ୍ରାର୍ଥନା ସର୍ବେ ହୋଇବା ଏକମୁଖ.. ଡାକିବା ଶ୍ରୀ ଜଗନ୍ନାଥ ରଖ”କରି ଥିଲେ, ଈଶ୍ୱରୀୟଙ୍କ ଉପଲବ୍ଧି ପାଇଁ ଅନୁଷ୍ଠାନ ପକ୍ଷରୁ ତ୍ରିସନ୍ଧ୍ୟା ପୁସ୍ତକ ର ଲୋକାର୍ପଣ କରାଯାଇଥିଲା — ତ୍ରିସନ୍ଧ୍ୟା ସମସ୍ତେ କରିବାକୁ ଆହ୍ୱାନ ଦେଇ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ପକ୍ଷରୁ କୁହାଯାଇଛି ଯେ, ଶ୍ରୀ ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଓ ସଂରକ୍ଷଣ ଆମ ସମସ୍ତଙ୍କର ପରମ ଦାୟିତ୍ୱ। ଆଜିର ଭଜନ ଓ କଥାମୃତ କାର୍ଯ୍ୟକ୍ରମ ରେ ଭଜନ କଳାକାର ମାନେ ଅତି ସୁନ୍ଦର ପରିବେଷଣ କରିଥିଲେ ଶାସ୍ତ୍ରୀୟ ଓ ପରମ୍ପରା ଅନୁଯାୟୀ ହିଁ ପବିତ୍ର ରଥଯାତ୍ରା ଉତ୍ସବ ସମ୍ପନ୍ନ କରାଯାଉ। ତେଣୁ ଭକ୍ତମାନଙ୍କ ଭାବାବେଗକୁ ସମ୍ମାନ ଜଣାଇ ପ୍ରଶାସନ ତୁରନ୍ତ ଏହି ଚଳଚ୍ଚିତ୍ରର ପ୍ରଦର୍ଶନକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରନ୍ତୁ ବୋଲି ସଂସ୍ଥାନ ପକ୍ଷରୁ ଅନୁରୋଧ କରାଯାଇଛି।

ଜୁଲାଇ ୧୭ରେ ମୁକ୍ତିଲାଭ ହେବାକୁ ଥିବା “ମହାପ୍ରଭୁ ଜଗନ୍ନାଥ” କାର୍ଟୁନ ଚଳଚ୍ଚିତ୍ରକୁ ବିରୋଧ।ଆଜିର କାର୍ଯ୍ୟକ୍ରମ ରେ ପ୍ରଚେଷ୍ଟା ପ୍ରାଚୀତୋଷ ପ୍ରିୟତୋଷ,ଜୟ ଜଗନ୍ନାଥ ପରିବାର ଭଗବାନ ଦାଶ ସର୍ବ ବ୍ରାହ୍ମଣ ମହାସଭା ର ଚିନ୍ତାମଣି ମିଶ୍ର ଓ ଅନ୍ୟାନ୍ୟ କର୍ମକର୍ତ୍ତା ଓ ଭୁବନେଶ୍ୱର ରେ ଥିବା ମନ୍ଦିର ଗୌରାଙ୍ଗ ନାୟକ ସୁବାସ ଜଗତି କର୍ମ କର୍ତ୍ତା ଯୋଗ ଦେଇ ଥିଲେ 

ସମସ୍ତେ ଗତ ଜୁଲାଇ ୬ ତାରିଖ ମନ୍ଦିର ପରିଚାଳନା କମିଟି ବୈଠକର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ଦାବି କରିଥିଲେ । କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ଭାବାବେଗ ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଓ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନଙ୍କୁ ସ୍ମାରକପତ୍ର।

ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍ 

Related posts

ଡାବୁଗାଁରେ ବଡଦିନ ପାଳିତ 

masiha

ଡ୍ରାଇଭର ଙ୍କ ଆନ୍ଦୋଳନ ଦ୍ଵିତୀୟ ଦିନରେ – ଯାତ୍ରୀ ନାହିଁନଥିବା ଅସୁବିଧା ର ସମ୍ମୁଖୀନ 

Sunil Chandra Nayak

ବିଜୁଳୀ ଘଡଘଡ଼ି ପଡି ୨ ଟି ମଇଁଷି ମୃତ୍ୟୁ

masiha

Leave a Comment

error: Content is protected !!