ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉପନ୍ୟାସ ” ଅନ୍ତିମ ପରୀକ୍ଷା” ଓ ” ମମତା ” ପାଇଁ ଔପନ୍ୟାସିକ ଭାଗିରଥି ଗିରିଙ୍କୁ ସାରସ୍ବତ ସମ୍ମାନ 

ଉପନ୍ୟାସ ” ଅନ୍ତିମ ପରୀକ୍ଷା” ଓ ” ମମତା ” ପାଇଁ ଔପନ୍ୟାସିକ ଭାଗିରଥି ଗିରିଙ୍କୁ ସାରସ୍ବତ ସମ୍ମାନ 

କେନ୍ଦୁଝର,୩୧/୮ ସ୍ଥାନୀୟ ସଦର ବ୍ଳକ ଅନ୍ତର୍ଗତ ବଣିଆପାଟ ସରସ୍ବତୀ ଶିଶୁ ମନ୍ଦିର ପରିସରରେ ଉପନ୍ୟାସ ଅନ୍ତିମ ପରୀକ୍ଷା ଓ ମମତା ପାଇଁ ପ୍ରକାଶକ ସୁଦର୍ଶନ ନାଏକଙ୍କ ତରଫରୁ ଔପନ୍ୟାସିକ ଭାଗିରଥି ଗିରିଙ୍କୁ ସାରସ୍ବତ ସମ୍ମାନ ପ୍ରଦାନ କରାଯାଇଛି।

         ଆଜିକାର ଲେଖକକୀୟ ସମ୍ବର୍ଦ୍ଧନା ଉତ୍ସବର ସଭାପତି ଅବସରପ୍ରାପ୍ତ ସମବାୟ ବିଭାଗ ଅଧିକାରୀ ହୃଦାନନ୍ଦ ପ୍ରଧାନଙ୍କ ପୈାରୋହିତ୍ଯରେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ପ୍ରଧ୍ୟାପକ, ନାଟ୍ୟକାର ଡଃ କୁଳମଣି ପ୍ରଧାନ, ମୁଖ୍ୟ ବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା କବି ପିନାକୀ ମିଶ୍ର, ସମ୍ମାନିତ ଅତିଥି ରୂପେ ଓଷ୍ଟା ସଂଘର ପ୍ରାକ୍ତନ ରାଜ୍ୟ ଉପସଭାପତି ଓ ଶିକ୍ଷକ ଦର୍ପଣର ସଂପାଦକ ତଥା ଆଦର୍ଶ ଶିକ୍ଷକ ଭିକାରୀ ଚରଣ ସାହୁ ଏବଂ ସଂଯୋଗୀ ସଜଫୁଲର ସଂପାଦକ, ଦକ୍ଷ ସଂଗଠକ, ଶିକ୍ଷା ଓ ସୃଜନୀ ସାହିତ୍ୟର କର୍ଣ୍ଣଧାର ରୂପେ ପରିଚିତ କବି ବାବୁଲାଲ ପଲେଇ ଯୋଗଦେଇ ଔପନ୍ୟାସିକ ଭାଗିରଥି ଗିରିଙ୍କ ବହୁମୂଖୀ ପ୍ରତିଭା ବିଷୟରେ ଆଲୋକପାତ କରିବା ସହ ପ୍ରକାଶକ ସୁଦର୍ଶନ ନାଏକଙ୍କ ତରଫରୁ ଅତିଥି ବୃନ୍ଦ ତାଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରିଥିଲେ। ଉପନ୍ୟାସ “ଅନ୍ତିମ ପରୀକ୍ଷା ଓ ମମତା ” ପୁସ୍ତକର ସମୀକ୍ଷା ମାଧ୍ୟମରେ ସମ୍ପ୍ରତି ମାନବିକ ମୁଲ୍ୟବୋଧର ଅବକ୍ଷୟ,ବିଶ୍ବ ତାପନ, କୃଷି ଓ କୃଷକର ସମସ୍ଯା, ପାରିବାରିକ ବିଶୃଙ୍ଖଳା ଆଦି ସମାଜର ଅନେକ ସମସ୍ଯା କୁ, ବିଜ୍ଞାନ, ପୌରାଣିକ,ବହୁ ଧର୍ମଶାସ୍ତ୍ର ଭିତ୍ତିକ ଗୁଢତତ୍ତ୍ବ ଓ ନାଟକୀୟ ସଂଳାପର ପ୍ରୟୋଗ ସହ ଉପସ୍ଥାପନ କରି ତା’ର ନିରାକରଣ କିପରି ସରଳ ଉପାୟରେ ହୋଇପାରିବ, ତାହା ଏହି ପୁସ୍ତକ ଦୁଇଟି ଅଧ୍ୟୟନ କଲେ ଜାଣିପାରିବେ ବୋଲି ସମୀକ୍ଷକ ବାବୁଲାଲ ପଲେଇ ଦୃଢ଼ ମତପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭିକାରି ଚରଣ ସାହୁ, ମନ୍ଦାକିନୀ ବେହେରା, ଡଃ କୁଳମଣି ପ୍ରଧାନ ଓ ପିନାକୀ ମିଶ୍ର ମଧ୍ୟ ପୁସ୍ତକ ଦୁଇଟିର ଆଲୋଚନା କରି ଶ୍ରୀଯୁକ୍ତ ଗିରିଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ୱାରା ସଭା ଉଦଘାଟିତ ହେବାପରେ ପ୍ରଧାନ ଆଚାର୍ଯ୍ୟ ଦୀନବନ୍ଧୁ ମହାକୁଡ଼ ନିମନ୍ତ୍ରିତ ଅତିଥି ମାନଙ୍କୁ ସ୍ବାଗତ ଜଣାଇଥିଲେ। ସଭାଟିକୁ ପରିଚାଳନା କରିଥିଲେ ଜନାର୍ଦ୍ଦନପୁର ବିଦ୍ୟାଳୟ, କେନ୍ଦୁଝରର ସହକାରୀ ଶିକ୍ଷୟିତ୍ରୀ ମନ୍ଦାକିନୀ କର, ଧନ୍ୟବାଦ ପ୍ରଦାନ କରିଥିଲେ ଗୁରୁଜୀ ଦୟାନିଧି ମହାନ୍ତ ଏବଂ ସଭା ପରିଚାଳନାରେ ଶିଶୁ ମନ୍ଦିରର ଗୁରୁଜୀ ଓ ଗୁରୁମାଆ ସହଯୋଗ କରିଥିଲେ ।।

ବାଲେଶ୍ଵର/କେନ୍ଦୁଝରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ ପ୍ରତିବାଦରେ ଉତ୍କଳ ବିକାଶ ପରିଷଦ ପକ୍ଷରୁ ଇଲେକ୍ଟ୍ରି ଅଫିସ୍ ଘେରାଉ

Sunil Chandra Nayak

ଢେଙ୍କାନାଳ କବିଭୂଷଣ ରାଜକିଶୋର ପଟ୍ଟନାୟକ ସ୍ମୃତି ସଂସଦ ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀ ବୀର ମୂଷା ମଲ୍ଲିକଙ୍କ ଶ୍ରାଦ୍ଧ ବାର୍ଷିକୀ- ୨୦୨୬ ପାଳିତ 

ତେନ୍ତୁଳିଖୁଣ୍ଟି ବ୍ଲକ ବ୍ରାହ୍ମଣ ସମାଜ ବାର୍ଷିକ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ

Sunil Chandra Nayak

Leave a Comment

error: Content is protected !!