ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶାମସୁନ୍ଦର ଗ୍ରାମରେ*ଆଦିବାସୀ ହୋ- ସମାଜର ପଣ୍ଡିତ ଲାକୋ ବଦରାଙ୍କ ୧୦୭-ତମ ଜନ୍ମ-ଜୟନ୍ତୀ ପାଳିତ

ଶାମସୁନ୍ଦର ଗ୍ରାମରେ*ଆଦିବାସୀ ହୋ- ସମାଜର ପଣ୍ଡିତ ଲାକୋ ବଦରାଙ୍କ ୧୦୭-ତମ ଜନ୍ମ-ଜୟନ୍ତୀ ପାଳିତ

ରାଇରଙ୍ଗପୁର – ୧୯/୦୯ ଆଦିବାସୀ ହୋ ଭାଷାର ୱାରାଂ ଚିତି ଲିପିର ଉଦ୍ଭାବକ ପଣ୍ଡିତ ଅତଗୁରୁ କୋଲ ଲାକୋ ବଦରାଙ୍କ ୧୦୭-ତମ ଜୟନ୍ତୀ ଅବସରରେ କୁସୁମୀ ବ୍ଲକ ଭୁଟକାବାଦୀ ପଞ୍ଚାୟତ ଅନ୍ତର୍ଗତ ଶ୍ୟାମସୁନ୍ଦର ଗ୍ରାମର ଲାକୋ ବଦରା ଛକଠାରେ ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମ ପାଳିତ ହୋଇଥିଲା।କାର୍ଯ୍ୟକ୍ରମ ପୂର୍ବରୁ ଗ୍ରାମର ଦିଉରୀଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ଆଦିବାସୀ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଥିଲେ। ପରେ ଲାକୋ ବଦରାଙ୍କ ସ୍ମୃତିସ୍ଥଳରେ ମାଲ୍ୟାର୍ପଣ ଓ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଦିବାସୀ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି ଯୋଗଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ହୋ-ଆଲବମ୍‌ର ଅଭିନେତା ଶ୍ରୀ ଅରବିନ୍ଦ ଟିୟୁ, ଅବସରପ୍ରାପ୍ତ ସେନା କର୍ମଚାରୀ ଶ୍ରୀ ନନ୍ଦୁରାମ ବାର୍ଦ୍ଦା, ଶ୍ରୀ ଲଦୁରା ବନରା ମାଷ୍ଟର, ଜଟିଆ ସାଂୟା, ଘନଶ୍ୟାମ ପିଙ୍ଗୁଆ, ରାମେଶ୍ୱର କୋଣ୍ଡାଙ୍କେଲ, ଦାମୋଦର ପୂର୍ତ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ମୁଖ୍ୟ ଅତିଥି ଓ ଅନ୍ୟ ଅତିଥିମାନଙ୍କୁ ଆଦିବାସୀ ପାରମ୍ପରିକ ନୃତ୍ୟ ଓ ଗୀତ ମାଧ୍ୟମରେ ସ୍ୱାଗତ କରାଯାଇ କାର୍ଯ୍ୟକ୍ରମ ସ୍ଥଳକୁ ପାଛୋଟି ନିଆଯାଇଥିଲା।

ଏହି ଅବସରରେ ପ୍ରହ୍ଲାଦ ପୂର୍ତ୍ତି କ୍ଲବର ସଦସ୍ୟମାନଙ୍କ ସହ ଆଲୋଚନା କରି ଆସନ୍ତା ବର୍ଷ ପଣ୍ଡିତ ଅତଗୁରୁ କୋଲ ଲାକୋ ବଦରାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସମସ୍ତେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ବିଶେଷ କରି ଯୁବସମାଜ ଆଗେଇ ଆସି ଦାୟିତ୍ୱ ନେଲେ ଆଦିବାସୀ ସମାଜ ଆହୁରି ଅଧିକ ସକ୍ରିୟ ଓ ସୁଦୃଢ଼ ହୋଇପାରିବ ବୋଲି ସେ କହିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ କ୍ଲବର ପ୍ରମୁଖ ସଦସ୍ୟ ଅନିଲ କୁମାର ବିରୁଆ, ଲମ୍ବୋଦର ବନରା, ହିନ୍ଦୁ ପୂର୍ତ୍ତି, ସିଦ୍ଧେଶ୍ୱର ବିରୁଆ, ନନ୍ଦୁରାମ ବରଦା, ମଟା ବିରୁଆ, ସର୍ଦାର ବରଦାଙ୍କ ସମେତ ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ। ଶେଷରେ ଲମ୍ବୋଦର ବନରା ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

କଳାହାଣ୍ଡି: କୋକସରା ରେ ଖୋଲିବ ଅବକାରୀ ଥାନା, ରାଜ୍ୟ କ୍ୟାବିନେଟ ରେ ପ୍ରସ୍ତାବ ପାରିତ

masiha

ବିଶ୍ଵ ହକିକପ ଉପଲକ୍ଷେ ନେସନାଲ କଲେଜ ପରିସର ମଧ୍ୟରେ ଫଟୋଚିତ୍ର ହକି ପ୍ରଦର୍ଶନୀ

Sunil Chandra Nayak

ଦ୍ବିଦିବସୀୟ ଆବାସିକ ମନଶକ୍ତି କର୍ମଶାଳା ଆୟୋଜିତ

Sunil Chandra Nayak

Leave a Comment

error: Content is protected !!