ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭେଷଜ ରମ୍ଭାବତୀ ମହାବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ

ଭେଷଜ ରମ୍ଭାବତୀ ମହାବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ

ରାଉରକେଲା/କୁଣ୍ଡୁକେଲା ସ୍ଥିତ ଭେଷଜ ରମ୍ଭାବତୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ଅନ୍ତର୍ଗତ ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ଜିଲ୍ଲା ବିଜେଡି ସଭାପତି ଯୋଗେଶ ସିଂହ ଓ ସୁନ୍ଦରଗଡ଼ ଜିଲା ପରିଷଦ ସଦସ୍ୟ ଅଶ୍ୱିନୀ ନାୟକଙ୍କ ଦ୍ଵାରା ଆନୁଷ୍ଠାନିକ ଭାବରେ ଉଦଘାଟିତ ହୋଇଯାଉଛି। ଅତିଥିଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ ପରେ ଅନୁଷ୍ଠାନର ଅଧ୍ୟକ୍ଷ ବସନ୍ତ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିବା ସହିତ ସରକାରଙ୍କ ଦ୍ଵାରା ପ୍ରଯୋଜିତ ଏହି କାର୍ଯ୍ୟକ୍ରମର ଉଦ୍ଦ୍ୟେଶ୍ୟ ସଂପର୍କରେ ସବିଶେଷ ସୂଚନା ଦେଇଥିଲେ। ମୁଖ୍ୟଅତିଥି ଶ୍ରୀ ସିଂହ ଓ ସମ୍ମାନିତ ଅତିଥି ଶ୍ରୀ ନାୟକ ଏହି ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ କିପରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ ମୌଳିକ ପ୍ରତିଭାର ଚିହ୍ନଟ ଓ ଦକ୍ଷତା ବିକାଶ ଦିଗରେ ସହାୟକ ହେବ, ତାହା ବିଭିନ୍ନ ଉଦାହରଣ ମାଧ୍ୟମରେ ବର୍ଣ୍ଣନା କରି ଛାତ୍ରଛାତ୍ରୀମାନଙ୍କୁ ଏଥିରେ ଭାଗ ନେବା ପାଇଁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସୃଜନ ଦକ୍ଷତା, ମୌଳିକ ଲିଖନ ଓ କବିତା ଆବୃତ୍ତି ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିବା ବେଳେ ଆଗାମୀ ଦିନମାନଙ୍କରେ କ୍ୟାରମ, ଚେସ୍, କ୍ରିକେଟ, ବ୍ୟାଡମିଣ୍ଟନ ଇତ୍ୟାଦି ଖେଳକୁଦ ପ୍ରତିଯୋଗିତା ସହିତ ପ୍ଲାଷ୍ଟିକ ବର୍ଜନ, ଯୌତୁକ ନିରାକରଣ ପରି ବିଭିନ୍ନ ସାମାଜିକ ସଂସ୍କାରମୂଳକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ। ଉଦଘାଟନୀ ସନ୍ଧ୍ୟାରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ବେଳେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଏଥିରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମର ନୋଡ଼ାଲ ଅଫିସର ଅଧ୍ୟାପିକା ପ୍ରଣତି ବେହେରା କାର୍ଯ୍ୟକ୍ରମ ସମ୍ପାଦନା ଓ ସଞ୍ଚାଳନ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

“ମୋହନ ସରକାରକୁ ଡ଼ିଡ଼ିସିଏ କଲା ବଦନାମ”ଟ୍ରେ ନମ୍ବର ଚୋରୀରେ ରାଜସ୍ୱହ୍ରାସକୁ ନୂତନ ନିର୍ଦ୍ଧେଶକ ଙ୍କୁ ବଡ ଚାଲେଞ୍ଜ

masiha

ନର୍ଲାରେ ଉପନିବନ୍ଧନ କାର୍ଯ୍ୟାଳୟ ଉଦଘାଟିତ

Sunil Chandra Nayak

୩୧ ଟି ଅଭିଯୋଗ ଶୁଣିଲେ ଜିଲ୍ଲାପାଳ 

Sunil Chandra Nayak

Leave a Comment

error: Content is protected !!