ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତୁଳସୀଡୁଙ୍ଗୁରି ଗାଁରେ ଆଉ ଜଳୁନି ଷ୍ଟ୍ରିଟ୍‌ ଲାଇଟ୍‌ , ଆଲୋକିକରଣ ବିଫଳ 

ତୁଳସୀଡୁଙ୍ଗୁରି ଗାଁରେ ଆଉ ଜଳୁନି ଷ୍ଟ୍ରିଟ୍‌ ଲାଇଟ୍‌ , ଆଲୋକିକରଣ ବିଫଳ 

 ପାଟଣାଗଡ଼ : ଅନ୍ଧକାରରୁ ମୁକ୍ତି ପାଇଁ ଗାଁ ଗାଁରେ ଲାଗିଥିଲା ଷ୍ଟ୍ରିଟ ଲାଇଟ୍‌। ମାତ୍ର କିଛି ଦିନ ଜଳିବା ପରେ ତାହା ବନ୍ଦ ହୋଇଯାଇଛି। ଅନେକ ଗାଁରେ ଆଉ ଜଳୁନି ଷ୍ଟ୍ରିଟ୍‌ ଲାଇଟ। ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକର ଅନେକ ପଞ୍ଚାୟତରେ ଏହି ଘଟଣା ଦେଖିବାକୁ ମିଳିଛି। ଗାଁରେ ବିଦ୍ୟୁତୀକରଣ ପାଇଁ ସରକାରଙ୍କ ପକ୍ଷରୁ ବିପୁଳ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଯୋଜନା ସମ୍ପୂର୍ଣ୍ଣ ସଫଳ ହୋଇ ନ ଥିବା ଏହା ପ୍ରମାଣିତ କରୁଛି। ଉକ୍ତ ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ଡି ପଞ୍ଚାୟତ ଅଧିନସ୍ଥ ଗାଁ ଗୁଡିକ ରେ ଷ୍ଟ୍ରିଟ୍‌ ଲାଇଟ ଲାଗିଥିଲା ବେଳେ କିଛି ମାସ ଧରି ଲୋକେ ଷ୍ଟ୍ରିଟ ଲାଇଟ ସୁବିଧା ପାଇଥିଲେ, ହେଲେ ଅଚଳ ହେତୁ ଗାଁ ଅନ୍ଧାରରେ ରହିଛି। ତୁଳସୀଡୁଙ୍ଗୁରି ଗାଁରେ 10 ଗୋଟି ଷ୍ଟ୍ରିଟ ସେଥିମଧ୍ୟରୁ 4 ଲାଇଟ ଖରାପ ହୋଇଥିବାରୁ ଏହାକୁ ମରାମତି ପାଇଁ ସେ ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣ ପାତ କରିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଥି ପ୍ରତି ବ୍ଳକ ପ୍ରଶାସନ ଦୃଷ୍ଟି ଦେଇ ଷ୍ଟ୍ରଟ ଲାଇଟ ମରାମତି କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି। 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

 

Related posts

ବନୀକରଣରେ ଦୁର୍ନୀତି ଅଭିଯୋଗ, ସପ୍ତାହେ ପରେ ବି କାର୍ଯ୍ୟାନୁଷ୍ଠାନ ନାହିଁ , ଦୋଷ ଲୁଚାଇବାକୁ ଚାଲିଛି ଗଳାବାଟ ଖୋଜା

masiha

Saipriya Walkers Club Leads Yet Another Green Initiative for a Sustainable Future

Sunil Chandra Nayak

ପାଣିରେ ବୁଡି ୫ବର୍ଷର ଶିଶୁପୁତ୍ର ମୃତ

masiha

Leave a Comment

error: Content is protected !!