ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ୟାଙ୍କ ଅଧିକାରୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା

ବ୍ୟାଙ୍କ ଅଧିକାରୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା

ରାଉରକେଲା : ଭାରତୀୟ ଷ୍ଟେଟ ବ୍ୟାଙ୍କ, ରାଉରକେଲା ଟାଉନସିପ ର ସହାୟକ ମହା ପ୍ରବନ୍ଧକ ସରୋଜ ରାଉତରାୟଙ୍କ ବଦଳି ଭୁବନେଶ୍ୱରକୁ ହୋଇଯାଇଛି । ଶ୍ରୀ ରାଉତରାୟ ଜଣେ ଦାୟିତ୍ଵ ସମ୍ପନ୍ନ ଅଧିକାରୀ ହେବା ସହ ଅତି ଶାନ୍ତ,ମେଳାପି ଓ ସରଳ ବ୍ୟକ୍ତି ଥିଲେ । ସେହିପରି ପେସାରେ ଜଣେ ବ୍ୟାଙ୍କର ହେଲେ ମଧ୍ୟ ସେ ଜଣେ ସମାଜସେବୀ, ପରୋପକାରି ଓ ବହୁମୁଖି ପ୍ରତିଭାର ଅଧିକାରୀ ଥିଲେ । ଗ୍ରାହକଙ୍କ ସନ୍ତୁଷ୍ଟି ତାଙ୍କର ମୂଳଲକ୍ଷ୍ୟ ଥିବା ବେଳେ ସେ ଦୀର୍ଘ ଦୁଇ ବର୍ଷ ଧରି ବ୍ୟାଙ୍କରେ ନିଷ୍ଠାର ସହିତ କଠିନ ପରିଶ୍ରମ କରି ବିଦାୟ ଦେଇଛନ୍ତି। ସେ ବ୍ୟାଙ୍କ୍ ଭିତରେ ଏବଂ ବାହାରେ ସବୁ ଷ୍ଟାଫ ଓ ଗ୍ରାହକ ମାନଙ୍କ ସହିତ ଅତି ସୁନ୍ଦର ବ୍ୟବହାର ,ମଧୁର ସମ୍ପର୍କ,ସର୍ବୋପରି ଆତ୍ମୀୟତା ର ସହିତ ଗୋଟିଏ ସୂତ୍ରରେ ବାନ୍ଧି ରଖିବାର ପ୍ରୟାସ ସମସ୍ତଙ୍କ ହୃଦୟରେ ତାଙ୍କ ପ୍ରତି ଭଲ ପାଇବା ସୃଷ୍ଟି କରି ପାରିଛି। ନିଜର ମହନୀୟତା ଯୋଗୁଁ ସେ ରାଉରକେଲାର ବିଭିନ୍ନ ଅନୁଷ୍ଠାନ ମାନଙ୍କରୁ ସମ୍ମାନିତ ଏବଂ ଅନେକ ପ୍ରଶଂସା ପତ୍ର ସାଉଁଟିଛନ୍ତି । କେବଳ ସେତିକି ନୁହେଁ , ବିଭିନ୍ନ ସମୟରେ ଲୋକମାନଙ୍କର ସୁବିଧା ପାଇଁ ଅନେକ ଥର ରକ୍ତଦାନ ଶିବିର ମାଧ୍ୟମରେ ସାହାଯ୍ୟ କରିଵା ,ବିପଦ ଆପଦରେ ଲୋକ ମାନଙ୍କ ପାଖରେ ଛିଡ଼ା ହେବା ତାଙ୍କର ବ୍ୟକ୍ତିତ୍ଵ ର ଅନ୍ୟଏକ ଦିଗ । ଏତଦ୍ ବ୍ୟତୀତ ସେ ଜଣେ ସଂସ୍କୃତି ପ୍ରେମୀ କଳାନୁରାଗୀ ମଧ୍ୟ,ତାଙ୍କ ଜୀବନ ରେ ସେ ଅନେକ ସାଂସ୍କୃତିକ କାର୍ଯ୍ୟ କରି ଲୋକ ମାନଙ୍କ ପାଖରେ ଉଚ୍ଚ ପ୍ରଶଂସିତ ହୋଇ ପାରିଛନ୍ତି। ଏହି ଭଳି ଜଣେ ବ୍ୟକ୍ତିତ୍ବ ଭାବେ ପରିଚିତ ଶ୍ରୀ ରାଉତରାୟଙ୍କୁ ବ୍ୟାଙ୍କ କର୍ମଚାରୀଙ୍କ ସହ ଅନ୍ୟ ବ୍ୟକ୍ତି ମାନେ ଭାବ ବିହ୍ବଳ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ। ସମ୍ବର୍ଦ୍ଧନା ପ୍ରତ୍ୟୁତ୍ତରରେ ଶ୍ରୀ ରାଉତରାୟ ରାଉରକେଲା ରହଣୀ ଓ ସହରର ଭାଇଚାରା ସବୁଦିନ ପାଇଁ ମନରହିବ ଵୋଲି କହିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ରେ ଆଉଟ ସୋରସିଂ କର୍ମଚାରୀଙ୍କ ହାତରେ ଟଙ୍କା କାରବାର , ଅମୃତ ସରୋବର ଅର୍ଥ ହେରଫେର ଅଭିଯୋଗ 

Sunil Chandra Nayak

ବୁଥ୍‌ସ୍ତରୀୟ ଅଧିକାରୀଙ୍କ ଏକଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

masiha

ଏନ୍‌ଆଇଟି ରାଉରକେଲାର ଦ୍ରୁତ ବିକାଶ ଗାଥା ର ମଙ୍ଗୁଆଳ – ପ୍ରଫେସର ଉମାମହେଶ୍ଵର ରାଓ

Sunil Chandra Nayak

Leave a Comment

error: Content is protected !!