ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରେମ ତରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ

ଭବାନୀପାଟଣା ତା.୨.୭.୨୩ ରିଖ ରବିବାର, ସ୍ଥାନୀୟ ମେଦିନୀପୁର ଉଚ୍ଚ ବିଦ୍ୟାଳୟ ଏବଂ ଗୋଟଭଟ୍ଟା ସରକାରୀ ଆଶ୍ରମ ବିଦ୍ୟାଳୟ ରେ, ଶ୍ରୀ ସତ୍ୟସାଇ ସେବା ସମିତି ଭବାନୀପାଟଣା ଦ୍ବାରା ପ୍ରେମ ତରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ର ଦିବ୍ୟ ପରିବେଶ ରେ ପ୍ରକୃତି ବନ୍ଧୁ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଥିବା ସ୍ଥଳେ, ମେଦିନୀପୁର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁଶୀଳ କୁମାର ବିଶ୍ବାଳ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଗୋଟଭଟ୍ଟା ଆଶ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଜୟ ବାଗ , ସମିତି ଆବାହକ ସୁବ୍ରତ ଖାଡେଙ୍ଗା , ସମିତି ର ସକ୍ରିୟ କର୍ମୀ ନାରାୟଣ ସେନାପତି, ଗତି କୃଷ୍ଣ ସାହୁ, ଏଲ୍ ଚନ୍ଦ୍ର ରାଓ, ସି ଆର୍ ସି ସି ଶ୍ରୀ ତୁଳସୀ ରାମ ସାହୁ, ଜିତେନ୍ଦ୍ର ପଟ୍ଟନାୟକ, ଦାଶରଥି ନନ୍ଦ, ସୁଶୀଳ ବାଗ, ବିଭୁତି ଭୁଷଣ ସାହୁ, ଭାସ୍କର ଦୋରା, କ୍ଷିତେଶ୍ବର ବେହେରା, ପ୍ରଦୀପ ଚକ୍ରବର୍ତ୍ତୀ, ରଞ୍ଜନ ପ୍ରଧାନ, ନିରଞ୍ଜନ ସ୍ବାଇଁ, ମୁକେଶ କୁମାର, ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଗଣ ମଧ୍ୟ ଏହି ପବିତ୍ର କାର୍ଯ୍ୟ ରେ ସାମିଲ୍ ହୋଇ ଥିଲେ। ଏହି କାର୍ଯ୍ୟକ୍ରମ ରେ ୪୦୦ ଟି ଚାରା ବୃକ୍ଷ ରୋପଣ କରାଯାଇ ଥିଲା। ମୂଖ୍ୟ ଅତିଥି ଶ୍ରୀ ପ୍ରଦୀପ କୁମାର ସାହୁ ଜୀବନ ଦାୟିନୀ ବନସ୍ପତି ବୃକ୍ଷରାଜି ର ମହିମା ବର୍ଣ୍ଣନା କରି କହିଥିଲେ ଯେ ବୃକ୍ଷ ହିଁ ଆମର ବନ୍ଧୁ, ବୃକ୍ଷ ହିଁ ଜୀବନ, ବୃକ୍ଷ ବିନା ଏ ଜୀବ ଜଗତ ର ସକଳ ପ୍ରାଣୀ ବଞ୍ଚିବା ଅସମ୍ଭବ, ତେଣୁ ଆମେ ସମସ୍ତେ ବୃକ୍ଷ ରୋପଣ କରି ତାର ଉପଯୁକ୍ତ ଯତ୍ନ ନେଇ ଆମ ଜୀବନ ଜଗତ କୁ ସବୁଜ ସୁନ୍ଦର କରି ଗଢି ତୋଳିବା। ଶେଷରେ ସି ଆର୍ ସି ସି ତୁଳସୀ ରାମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ରାଜ୍ୟ ସ୍ତରୀୟ ସମ୍ବିଧାନ ହତ୍ୟା ଦିବସ ପାଳନ ସମାରୋହରେ ଯୋଗ ଦେବେ ସୁନ୍ଦରଗଡ଼ ଜିଲ୍ଲାର ବାସିନ୍ଦା

masiha

ଗୁରୁ ଦିବସରେ ରାଜ୍ୟର ତିରିଶି ଜଣ ଲୋକ କଳା ଗୁରୁ ହେବେ ସମ୍ବର୍ଦ୍ଧିତ : ମହାସଂଘ 

Sunil Chandra Nayak

ବିଜାତଳା ସିଡିପିଓଙ୍କ ମନୋମୁଖୀ କାର୍ଯ୍ଯ ନେଇ ଅଙ୍ଗନୱାଡିକର୍ମୀମାନେ ଉପଜିଲ୍ଲାପାଳ କାର୍ଯ୍ଯାଳୟ ଦ୍ବାରସ୍ଥ          

Sunil Chandra Nayak

Leave a Comment

error: Content is protected !!