ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଡାକ୍ତର ଙ୍କ ଭୂମିକା ଅତୁଳନୀୟ

ସି ଡବ୍ଲୁ ଏସ ହସ୍ପିଟାଲ ରେ ଡାକ୍ତର ଦିବସ ପାଳିତ

ରାଉରକେଲା : ଡାକ୍ତରଙ୍କୁ ସମାଜରେ ସ୍ୱତନ୍ତ୍ର ସ୍ଥାନ ମିଳିଛି l କୁହାଯାଏ ଡାକ୍ତର ହେଉଛନ୍ତି ଦ୍ୱିତୀୟ ଭଗବାନ ବା ଭଗବାନଙ୍କ ଦ୍ଵିତୀୟ ଅବତାର l ବାସ୍ତବରେ ଜୀବନ ରକ୍ଷା ପାଇଁ ଡାକ୍ତରଙ୍କ ପ୍ରୟାସ ତଥା ଚିକିତ୍ସା କ୍ଷେତ୍ରରେ ଡାକ୍ତରଙ୍କ ଭୂମିକା ଅତୁଳନୀୟ l ଜୀବନ ଓ ମୃତ୍ୟୁ ସହସଂଗ୍ରାମ କରୁଥିବା ରୋଗୀଙ୍କୁ ଯେତେବେଳେ ଡାକ୍ତରଙ୍କ ଉପଯୁକ୍ତ ସେବାମିଳେ ଓ ରୋଗୀଟି ସୁସ୍ଥ ହୋଇପଡ଼େ, ସେତେବେଳେ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଉଲ୍ଲାସ ଖେଳିଯାଏ l ଡାକ୍ତରଙ୍କୁ ପ୍ରଶଂସା ମିଳେ l ଡାକ୍ତରଙ୍କ ପାଇଁ ରୋଗୀଙ୍କୁ ନୂଆଜୀବନ ମିଳିଲା କୁହାଯାଏ l ଏଥିରୁ ସ୍ପଷ୍ଟ ଅନୁମେୟ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଡାକ୍ତର ମାନଙ୍କ ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ l ରବିବାର ରାଷ୍ଟ୍ରୀୟ ଚିକିତ୍ସା ଦିବସ ବା ଡାକ୍ତର ଦିବସ ପାଳନ ଅବସରରେ ସିଡବ୍ଲୁଏସ ହସ୍ପିଟାଲର ଅଧ୍ୟକ୍ଷ ଫାଦର ବେନିଚାନ କେ. ପୀଟରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମତ ପ୍ରକାଶ ପାଇଛି l ହସ୍ପିଟାଲ ପରିସରରେରେ ପାଳିତ ଡାକ୍ତର ଦିବସରେ ଫାଦର ବି. କେ. ପୀଟର ସଭାପତିତ୍ବ କରିଥିବା ଵେଳେ ଆୟୋଜିତ ଏହି ଉତ୍ସବରେ ସି.ଡବ୍ଲୁ.ଏସ ହସ୍ପିଟାଲର ନିର୍ଦେଶକ ଡାକ୍ତର ସଂଜୀବ ମହାନ୍ତି, ସୁପେରିଟେଣ୍ଡେଣ୍ଟ ଡାକ୍ତର ଡ଼ି. ଆର. ମିଶ୍ର ପ୍ରମୁଖ ରୋଗୀଙ୍କୁ ସେବା ଯୋଗେଇ ଦେବାକ୍ଷେତ୍ରରେ ଡାକ୍ତର ମାନଙ୍କ ଭୂମିକା ଓ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ l ସି.ଡବ୍ଲୁ.ଏସ ହସ୍ପିଟାଲରେ ଡାକ୍ତର ମାନଙ୍କ ଉତ୍ତମ ସେବା ମନୋବୃତ୍ତି ଯୋଗୁଁ ଖୁବ କମ ସମୟ ମଧ୍ୟରେ ଏହା ଚିକିତ୍ସା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା କଥା ସେମାନେ ଉଲ୍ଲେଖ କରିଥିଲେ l ଅନୁଷ୍ଠିତ ଡାକ୍ତର ଦିବସର ଆଲୋଚ୍ୟ ବିଷୟ “ପ୍ରତିରୋଧ କ୍ଷମତା ଓ ଆରୋଗ୍ୟ ପ୍ରଦାନକାରି ହସ୍ତର ଉତ୍ସବ” ବିଷୟ ଉପରେ ହସ୍ପିଟାଲର ବରିଷ୍ଠ ଡାକ୍ତର ଡ. ବ୍ରିଜମୋହନ ସିଂ ବର୍ଣ୍ଣନା କରି ରୋଗୀମାନଙ୍କ ପ୍ରତି ଡାକ୍ତରଙ୍କ ସେବା ମନୋବୃତ୍ତି ଉପରେ ମତପ୍ରକାଶ କରିଥିଲେ l ଚିକିତ୍ସାକ୍ଷେତ୍ରରେ ବିଶିଷ୍ଟ ଡାକ୍ତର ଡ. ବିଧାନଚନ୍ଦ୍ର ରୟଙ୍କ ବଳିଷ୍ଠ ଅବଦାନକୁ ମନେପକେଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ଏହିଦିବସ କୁ ପାଳନ କରାଯାଉଛି l ତେଣୁ ପ୍ରତ୍ୟେକ ବର୍ଷ ଜୁଲାଇ ଏକ ତାରିଖକୁ ଡାକ୍ତର ଦିବସ ରୂପେ ପାଳନ କରାଯାଏ l ଏହି ଅବସରରେ ସିଡବ୍ଲୁଏସ ହସ୍ପିଟାଲରେ ଡାକ୍ତର ଦିବସ ପାଳନ କରାଯିବା ସହ ହସ୍ପିଟାଲରେ ଦୀର୍ଘବର୍ଷରୁ ଉତ୍ତମ ସେବାଯୋଗେଇ ଆସୁଥିବା ତିନି ଜଣ ଡାକ୍ତର ଡ. ଆର. ସି ନନ୍ଦ, ଡ. ଜେ. କେ ପଟ୍ଟନାୟକ ଓ ଡ. ସାଗରୀକା ସାହାଙ୍କୁ ପୁରସ୍କୃତ କରାଯାଇଥିଲା l ହସ୍ପିଟାଲର ସିଷ୍ଟର ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯିବା ସହ ଡାକ୍ତର ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା l ଅନ୍ୟମାନଙ୍କ ମଧ୍ୟରେ ଏହି ଉତ୍ସବରେ ବରିଷ୍ଠ ଡାକ୍ତର ପି.କେ. ପରିଡା, ଡାକ୍ତର କେ.ସି. ମହନ୍ତ, ଡା. ଅମରେଶ ପଟ୍ଟନାୟକ, ଡା. ଆର. କେ. ପାତ୍ର, ଡା. ଆର. କେ. ବେହେରା, ଡାକ୍ତର ହେଲେନ ଓ ଡାକ୍ତର ସଞ୍ଜୟ ତିର୍କି ପ୍ରମୁଖ ସମସ୍ତ ଡାକ୍ତର ଯୋଗଦାନ କରିଥିଲେ l ଶେଷରେ ଫାଦର ବେନିଚାନ କେ. ପୀଟର କହିଥିଲେ ଯେ ଆଗାମୀ ଦିନରେ ଏହି ହସ୍ପିଟାଲ ମଧ୍ୟ ଏନଏବିଏଚର ମାନ୍ୟତା ପାଇବାକୁ ଯାଉଛି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଜନମଂଗଳ, ରାସୋଳ ତରଫରୁ ବଣଭୋଜି କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

ବିଶୋଇ ରେ କାଳବୈଶାଖୀ ବିତ୍ପାତ; ଜଣେ ମୃତ,୮ ଗୁରୁତର,୪୦ ଉର୍ଦ୍ଧ ଆହତ,ଶତାଧିକ ଗୃହ ନଷ୍ଟ ଓ ଵହୁ ଗୃହପାଳିତ ପଶୁ ମୃତ ଓ ଆହତ , ପ୍ରଶାସନିକ ସହାୟତା ପାଇଁ ଖଡମଵେଡାରେ ୪୯ ନମ୍ବର ଜାତୀୟ ରାଜପଥ ରାସ୍ତାରୋକ

masiha

ବ୍ଳକ ସ୍ତରୀୟ ନବ ଭାରତ ସାକ୍ଷରତା ଅଭିଯାନ-୨୦୨୫-୨୬ “ଉଲ୍ଲାସ “କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!