ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉଦଯାପିତ ହେଲା ବୈଶାଖୀ ମହୋତ୍ସବ

ଢେଙ୍କାନାଳ,୪ା୫: ଗୁଡ୍ନାଇଟ୍ କ୍ଲବ୍ ତରଫରୁ ଢେଙ୍କାନାଳ ମିନିଷ୍ଟାଡିୟମ୍ ପରିସରରେ ୩ ଦିନ ବ୍ୟାପି ଆୟୋଜିତ ବୈଶାଖୀ ମହୋତ୍ସବ ଗୁରୁବାର ଉଦ୍ୟାପିତ ହୋଇଯାଇଛି । ଉଦ୍ୟାପନୀ ସଂଧ୍ୟାକୁ ଅଗ୍ନିଶମ ସେବା ଓ ଗୃହରକ୍ଷୀ ବିଭାଗର ଅବସରପ୍ରାପ୍ତ ମହାନିଦେ୍ର୍ଦଶକ ସନ୍ତୋଷ କୁମାର ଉପାଧ୍ୟାୟ ଉଦଘାଟନ କରିଥିଲେ । କଳା ଓ ସଂସ୍କୃତି ଢେଙ୍କାନାଳର ପରିଚୟ l ଜିଲ୍ଲାବାସୀ ମଧ୍ୟ କଳା ସଂସ୍କୃତିକୁ ଉପଭୋଗ କରିଥାନ୍ତି l ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଗୁଡନାଇଟ କ୍ଳବ ଭଳି ଅନୁଷ୍ଠାନ ନିରବଛିନ୍ନ ଉଦ୍ୟମ କରୁଥିବାରୁ ସେ ସାଧୁବାଦ ଜଣାଇଥିଲେ l ମୁଖ୍ୟବକ୍ତା ଭାବେ ଢେଙ୍କାନାଳ ଜିଲ୍ଲା ସରୋଜ କୁମାର ସେଠୀ ଯୋଗଦେଇ ଢେଙ୍କାନାଳ ହେଉଛି ଭାଇଚାରାର ଜିଲ୍ଲା l ଜିଲ୍ଲାର ଦୁର୍ଗମ ଅଞ୍ଚଳ ସୁଗମ ହୋଇଛି l ଆଜି ଜିଲ୍ଲା ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତାଘାଟ, ପର୍ଯ୍ୟଟନ ଆଦି ଯେଉଁ ବିକାଶ ପଥରେ ଅଗ୍ରସର ହେଉଛି ସେଥିପାଇଁ ସମସ୍ତଙ୍କ ଯୋଗଦାନ ରହିଛି l କୌଣସି ସ୍ୱାର୍ଥ, ଦ୍ୱେଷ, ଇର୍ଷା ଭାବ ନରଖି ଜିଲ୍ଲାକୁ ଏକ ନମ୍ବର କରିବା ପାଇଁ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ଢେଙ୍କାନାଳ ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଉଦୟ କୁମାର ମହାପାତ୍ର, ପୌର ଉପାଧ୍ୟକ୍ଷ ପ୍ରକାଶ କୁଅଁର, ସାମଲ ଗ୍ରୁପ୍ ଅଫ୍ କମ୍ପାନୀ ଚେୟାରମ୍ୟାନ୍ ଗଙ୍ଗାଧର ସାମଲ, ଓଡିଶା କ୍ରିକେଟ୍ ଆସୋସିଏସନ୍ ଉପସଭାପତି ପଙ୍କଜ ଲୋଚନ ମହାନ୍ତି ଯୋଗଦେଇ କହିଥିଲେ, କଳା ଓ ସଂସ୍କୃତିକୁ ବାଦ ଦେଇ କୌଣସି ମାଟି ଆଗକୁ ବଢ଼ି ନାହିଁ l ଢେଙ୍କାନାଳ ହେଉଛି ସାଂସ୍କୃତିକ ମାଟି l ଏହି ମାଟି ଅନେକ ପ୍ରତିଭାବାନଙ୍କୁ ସୃଷ୍ଟି କରିଛି l ସେମାନେ ରାଜ୍ୟ ଓ ଜାତୀୟ ସ୍ତରରେ ମାଟିର ଗୌରବ ବୃଦ୍ଧି କରିଛନ୍ତି ବୋଲି କହିଥିଲେ l ଏହି ଅବସରରେ ଅଗ୍ନିଶମ ସେବା ଓ ଗୃହରକ୍ଷୀ ବିଭାଗର ଅବସରପ୍ରାପ୍ତ ମହାନିଦେ୍ର୍ଦଶକ ସନ୍ତୋଷ କୁମାର ଉପାଧ୍ୟାୟ, ପୁଲିସ୍ ଅଧିକାରୀ ମାନସ ଗଡନାୟକ, ରାଜ୍ୟ ଚେସ୍ ଆସୋସିଏସନ୍ ସମ୍ପାଦକ ଦେବବ୍ରତ ଭଟ୍ଟ, ବରିଷ୍ଠ କ୍ରୀଡାବିତ୍ ଅଟଳ ବିହାରୀ ଦାସ, ଯୁବ ସାମ୍ବାଦିକ ବିନୋଦ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅଥୟ ସାହୁ, ଦିନେଶ ଦାସ ଓ ଦେବାଶିଷ ମିଶ୍ର ମାନପତ୍ର ପାଠ କରିଥିଲେ । ଗୁଡନାଇଟ୍ କ୍ଲବ୍ର ସଭାପତି ସୁକାନ୍ତ ମିଶ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବାବେଳେ ଆବାହକ ସତ୍ୟସ୍ୱରୂପ ଦାସ ଅନୁଷ୍ଠାନର ଆଭିମୁଖ୍ୟ ପ୍ରଦାନ କରିଥିଲେ । ଅରବିନ୍ଦ ସାହୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଲୋକନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଲକ୍ଷ୍ମୀକାନ୍ତ ସାହୁ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ପ୍ରସିଦ୍ଧ ଗାୟକ ବିଷ୍ଣୁମୋହନ କବି ଓ ସାଥୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ରାଜ୍ୟ ସରକାରଙ୍କ ଏକ ବର୍ଷର ଉପଲବ୍ଧିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ରାଉରକେଲାରେ ଗଡ଼ିଲା ବିକାଶ ବାହନ

masiha

ଶ୍ରଦ୍ଧା ରେ ଗୁରୁ ଦିବସ ପାଳନ

masiha

ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ଦେଓଗାଁ ସ୍ଥିତ ଏକ ବସ୍ତିରେ ରଙ୍ଗ ଓ ମିଠା ବଣ୍ଟା ଯିବାର ପ୍ରସ୍ତୃତି

masiha

Leave a Comment

error: Content is protected !!