ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଟଙ୍କା ହଡ଼ପ ଅଭିଯୋଗରେ ଫେରାର୍ ଏଲଆଈସି ଏଜେଣ୍ଟ ଗିରଫ , ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହଡ଼ପ ଅଭିଯୋଗ 

ରାଇଘର ୫/୫ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁନ୍ଦେଇ ପୁଲିସ ଜଣେ ଫେରାର୍ ଏଲଆଈସି ଏଜେଣ୍ଟଙ୍କୁ ଗିରଫ କରିଥିବା ଜଣାପଡିଛି | ଗିରଫ ଏଜେଣ୍ଟ ଜଣକ ହେଲେ ହାଟଭରାଣ୍ଡି ଗ୍ରାମର ଶତୃଘ୍ନ ନାୟକଙ୍କ ପୁଅ ପଞ୍ଚାନନ ନାୟକ ଏବଂ ସେ ଓଡ଼ିଶା ଓ ଛତିଶଗଡ଼ ଅଞ୍ଚଳରୁ ପ୍ରାୟ ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହଡ଼ପ କରିଥିବା କୁନ୍ଦେଇ ଥାନାରେ ଅଭିଯୋଗ ହୋଇଥିଲା | 

       ସୂଚନା ଅନୁଯାୟୀ ପଞ୍ଚାନନ ଜଣେ ଏଲଆଈସି ଏଜେଣ୍ଟ ଭାବେ କାମ କରୁଥିବା ବେଳେ ସେ ରାଇଘର ବ୍ଲକ ତଥା ଛତିଶଗଡ଼ ଅଞ୍ଚଳରେ ଲୋକଙ୍କୁ ବିମା କରୁଥିଲେ | କିନ୍ତୁ ବିମା ନାମରେ କିଛି ଦିନ ଟଙ୍କା ଆଦାୟ କରିବା ପରେ ସେ ଆଉ ଅଫିସ ରେ ପୈଠ ନକରି ସବୁତକ ହଡ଼ପ କରି ଦେଇଥିବା ଅଭିଯୋଗ ହୋଇଥିଲା | ମୂଖ୍ୟତଃ କୁନ୍ଦେଇ , ହାଟଭରଣ୍ଡି , ଯୋଡ଼ଜୋଙ୍ଗା, ଛେଳିଡଙ୍ଗରି, ରାଇଘର ଓ ପରଚିପାରା ଭଳି ବିଭିନ୍ନ ଅଂଚଳରୁ ପ୍ରାୟ ୨୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଥିଲା | ଏ ନେଇ କୁନ୍ଦେଇ ଥାନାରେ କିଛି ଲୋକ ଅଭିଯୋଗ କରିବା ଫଳରେ ସେ ଗତ ଏକ ବର୍ଷ ଧରି ଫେରାର ହୋଇ ଛତିଶଗଡ଼ ଅଞ୍ଚଳରେ ରହୁଥିଲେ l ଏପରିକି କିଛି ଦିନ ପୂର୍ବେ ପଞ୍ଚାନନଙ୍କ ଘର ସମ୍ମୁଖରେ ନକ୍ସଲ ପକ୍ଷରୁ ବ୍ୟାନର ମାରି ଲୋକଙ୍କ ଟଙ୍କା ଫେରାଇବାକୁ ଚେତାବନୀ ଦିଆଯାଇଥିଲା | ଅପରପକ୍ଷରେ ଗତକାଲି ପଞ୍ଚାନନ ହାଟଭରାଣ୍ଡି ଠାରେ କିଛି ସାଂଗ ମାନଙ୍କ ସହିତ ମଉଜ କରୁଥିବା ବେଳେ କୁନ୍ଦେଇ ପୁଲିସ ତାଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା | ଏହି ଗିରଫ ସମୟରେ କୁନ୍ଦେଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଥିଲା | ଆଜି ପଞ୍ଚାନନ ନାୟକଙ୍କୁ କୁନ୍ଦେଇ ଥାନା କେଶ୍ ନମ୍ବର ୪୩/୨୦୨୩ ରେ ଏକ ମାମଲା ଋଜ୍ଜୁ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି |

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବିଦ୍ୟୁତ ତାର ଚୋରି ଓ ହତ୍ୟା ଘଟଣା ର ସମସ୍ତ ଅଭିଯୁକ୍ତ ନିର୍ଦୋଷରେ ଖଲାସ

Sunil Chandra Nayak

ନାବାଳିକା ଦୁଷ୍କର୍ମ ଘଟଣା ରେ ଅଭିଯୁକ୍ତକୁ ୧୦ବର୍ଷ କାରାଦଣ୍ଡ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଦୌରାଜଜ୍

Sunil Chandra Nayak

ସାତ ଜଣ ବିହନ ବିକ୍ରେତାଙ୍କୁ କାରଣ ଦର୍ଶାଅ ନୋଟିସ

Sunil Chandra Nayak

Leave a Comment

error: Content is protected !!