ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୩ ଦିନିଆ ରାଜ୍ୟସ୍ତରୀୟ ୭୨ତମ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା–୨୦୨୬ ଉଦଯାପିତ

୩ ଦିନିଆ ରାଜ୍ୟସ୍ତରୀୟ ୭୨ତମ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା–୨୦୨୬ ଉଦଯାପିତ

ରାଇରଙ୍ଗପୁର, ତା: ( ଅକ୍ଷୟ ବିଶ୍ବାଳ) ୦୯-୦୮-୨୦୨୬ରିଖ :ରାଇରଙ୍ଗପୁରସ୍ଥିତ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଗତ ୭ତାରିଖ ଠାରୁ ୩ ଦିନ ଧରି ଚାଲିଆସୁଥିବା ରାଜ୍ୟସ୍ତରୀୟ ୭୨ତମ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା–୨୦୨୬ ଆଜି ଉତ୍ସାହ ଓ ଉଦ୍ଦୀପନାର ସହ ଉଦଯାପିତ ହୋଇଛି।

ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ମାନ୍ୟବର ମନ୍ତ୍ରୀ ଇଂ ଗଣେଶ ରାମ ସିଂଖୁଣ୍ଟିଆ ଯୋଗ ଦେଇଥବା ବେଳେ , ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ ଚରଣ ହେମ୍ବ୍ରମ, ମାନ୍ୟବର ସାଂସଦ ଶ୍ରୀ ନବ ଚରଣ ମାଝୀ, ବିଧାୟକ ଶ୍ରୀ ଜଲେନ ନାଏକ,ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲପାଳ ଶ୍ରୀ ଅଜିତ କୁମାର,ଅତିରିକ୍ତ ଜିଲ୍ଲାପାଳ, ମୟୂରଭଞ୍ଜ ଶ୍ରୀ ଦୁଃଖବନ୍ଧୁ ନାୟକ, ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ଉଗ୍ରସେନ ଓରାମ, ରାଇରଙ୍ଗପୁର ଆରକ୍ଷୀ ଅଧୀକ୍ଷକ, ଶ୍ରୀ ସୁରେଶ ଚନ୍ଦ୍ର ପାତ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଯଦୁନାଥ ଜେନା, ଓଡିଶା ଅଲମ୍ପିକ ଆସୋସିଏସନ ସଭାପତି ଶ୍ରୀ ସମୀର କୁମାର ମହାନ୍ତି ପ୍ରମୁଖଙ୍କ ସମେତ ସ୍ୱତନ୍ତ୍ର ଅତିଥି ଭାବେ କ୍ରୀଡା ଜଗତର ସୁନାମ ଧନ୍ୟ କ୍ରୀଡ଼ାବିତ ତଥା ଅଲମ୍ପିଆଡ଼ ଏବଂ ଅର୍ଜୁନ ପୁରସ୍କାର ପ୍ରାପ୍ତ ଧାବିକା ଦୁତି ଚାନ୍ଦ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗର ଅଧିକାରୀ, ଆଥଲେଟିକ୍ସ ସଂଘର କର୍ମକର୍ତ୍ତା, କ୍ରୀଡ଼ାବିତ୍, ପ୍ରଶିକ୍ଷକ, ଅଭିଭାବକ ଓ ବହୁ ସଂଖ୍ୟକ କ୍ରୀଡ଼ାପ୍ରେମୀ ଉପସ୍ଥିତ ଥିଲେ।

ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା କନିଷ୍ଠ ବର୍ଗର ଶତାଧିକ ପ୍ରତିଭାବାନ କ୍ରୀଡ଼ାବିତ୍ ବିଭିନ୍ନ ଦୌଡ଼, ଲମ୍ଫ ଓ ନିକ୍ଷେପ ଇଭେଣ୍ଟରେ ଅଂଶଗ୍ରହଣ କରି ନିଜର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରିଥିଲେ। ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ କରି ରେକର୍ଡ ସୃଷ୍ଟି କରିଥିବା କ୍ରୀଡ଼ାବିତ୍‌ମାନଙ୍କୁ ଉଦଯାପନୀ ଉତ୍ସବରେ ପଦକ, ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା।ସେମାନଙ୍କ ମଧ୍ୟରେ ବାଳକ -୧୮ ଜ୍ୟାଭଲିନରେ ବାଲେଶ୍ୱରର ସତ୍ୟରଞ୍ଜନ ନାୟକ ବାଳକ -୨୦ ଜ୍ୟାଭଲିନରେ କଟକର ଶୁଭମ ଦାସ, ବାଳିକା -୧୬ ଲଙ୍ଗଜାମ୍ପରେ ଯାଜପୁରର ସମୀକ୍ଷା ସ୍ମରଣିକା, ବାଳିକା -୧୮ ଜ୍ୟାଭଲିନରେ ଯାଜପୁରର ଆଲୋକିକାସ୍ୱାଇଁ ଅଜୟ ସ୍ୱାଇଁ, ବାଳକ -୨୦ ଲମ୍ବ ଡିଆଁରେ ସୁନ୍ଦରଗଡ଼ର ମହେନ୍ଦ୍ର ହାଁସଦା,ବାଳକ -୧୪ ଟ୍ରାଇଥଲନ -Aରେ ନବରଙ୍ଗପୁରର ପ୍ରତାପ ମାଝୀ, ବାଳିକା -୧୪ ଟ୍ରାଇଥାଲନ -B- ରେ ରାଉରକେଲା ଷ୍ଟିଲପ୍ଲାଣ୍ଟର ବୈଭଵି ଏସ, ବାଳକ -୧୪ ଟ୍ରାଇଥଲନ B ରେ କେନ୍ଦୁଝରର ଶ୍ରୀଲାଲ ସିଙ୍କୁ, ବାଳିକା -୧୮, ୩୦୦୦ ମିଟର ୱାକରେ ଝାରସୁଗୁଡାର ଚଞ୍ଚଳ କୁମାରୀ, ବାଳିକା -୧୮, ୧୦୦୦ ମିଟର ଦୌଡ଼ରେ ଭଦ୍ରକର ଶୁନ୍ୟସକ୍ତା ବାରିକ, ବାଳିକା -୧୮, ୧୦୦ ମିଟର ହାର୍ଡଲସ ରେ ଯାଜପୁରର ଦିପ୍ତୀମୟୀ ଦାସ, ବାଳକ -୧୬, ୬୦ ମିଟର ଦୌଡ଼ରେ କେନ୍ଦ୍ରାପଡ଼ାର ଶ୍ରେୟାଶ ମହାନ୍ତି, ବାଳିକା -୧୬, ୬୦ମିଟର ଦୌଡ଼ରେ ଯାଜପୁରର ସମୀକ୍ଷା ସ୍ମରଣିକା, ବାଳକ -୨୦ ସଟପୁଟ ରେ କଟକର ଓଁକାର ପ୍ରସାଦ ନନ୍ଦ ବାଳକ -୧୮ ହେପଥଲାନରେ ମୟୁରଭଞ୍ଜର ବନମାଳୀ ସିଂ, ବାଳକ -୧୮ ଉଚ୍ଚ ଡିଆଁରେ ଜଗତସିଂହପୁରର ସ୍ୱାଧୀନ ବେହେରା ଏବଂ ଗ୍ରୁପ ଚମ୍ପିୟାନ ଭାବେ ଯାଜପୁରର ବାଳିକା ଓ ବାଳକ -୧୪,ବାଳିକା -୧୬, କେନ୍ଦୁଝରର ବାଳକ -୧୬, ଯାଜପୁରର ବାଳିକା -୧୮,କୋରାପୁଟର ବାଳକ -୧୮, କିଟସର ବାଳିକା -୨୦, କଟକର ବାଳକ -୨୦ ଓ ସାମଗ୍ରୀକ ଭାବେ କଟକ ଚମ୍ପିୟାନ ହୋଇଥିବା ବେଳେ ଯାଜପୁର ରନର୍ସଅପ ହୋଇଛି।

ଉଦଯାପନୀ ଅବସରରେ ମୁଖ୍ୟ ଅତିଥି କ୍ରୀଡ଼ାବିତ୍‌ମାନଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ, କ୍ରୀଡ଼ା କେବଳ ଶାରୀରିକ ଦକ୍ଷତାର ବିକାଶ କରେ ନାହିଁ, ବରଂ ଶୃଙ୍ଖଳା, ଏକାଗ୍ରତା, ଧୈର୍ଯ୍ୟ, ନେତୃତ୍ୱ ଓ ଦଳଗତ ମନୋଭାବର ବିକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ।

ଅନ୍ୟାନ୍ୟ ଅତିଥି ବୃନ୍ଦ ଏହିପରି ରାଜ୍ୟସ୍ତରୀୟ ପ୍ରତିଯୋଗିତା କନିଷ୍ଠ କ୍ରୀଡ଼ାବିତ୍‌ମାନଙ୍କ ମଧ୍ୟରେ ନୂତନ ଉତ୍ସାହ ସୃଷ୍ଟି କରିବା ସହ ଭବିଷ୍ୟତରେ ରାଜ୍ୟ ଓ ଦେଶ ପାଇଁ ଉତ୍କୃଷ୍ଟ କ୍ରୀଡ଼ା ପ୍ରତିଭା ସୃଷ୍ଟି କରିବ ବୋଲି ସେ ଆଶା ପୋଷଣ କରିଥିଲେ।

ପ୍ରତିଯୋଗିତାକୁ ସୁଚାରୁ ଓ ସଫଳତାର ସହ ଆୟୋଜନ କରିବାରେ ସହଯୋଗ କରିଥିବା ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ, କ୍ରୀଡ଼ା ବିଭାଗ, ଓଡ଼ିଶା ଆଥଲେଟିକ୍ସ ସଂଘ, ବିଚାରକମଣ୍ଡଳୀ, ପ୍ରଶିକ୍ଷକ, ସ୍ୱେଚ୍ଛାସେବୀ ଓ ସମସ୍ତ ସହଯୋଗୀଙ୍କୁ ଆୟୋଜକଙ୍କ ପକ୍ଷରୁ ବିଜୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । 

ଶେଷରେ ବିଜେତା ଓ ଅଂଶଗ୍ରହଣକାରୀ ସମସ୍ତ କ୍ରୀଡ଼ାବିତ୍‌ଙ୍କୁ ଶୁଭେଚ୍ଛା ଜଣାଇ ଏବଂ ସେମାନଙ୍କ ଉଜ୍ଜ୍ୱଳ କ୍ରୀଡ଼ା ଭବିଷ୍ୟତ କାମନା କରି ୭୨ତମ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା–୨୦୨୬ର କ୍ରୀଡା ପତାକାକୁ ଅବତରଣ ପୂର୍ବକ ଉଦଯାପନ ଘୋଷଣା କରାଯାଇଥିଲା।

Related posts

ଜେକେ କାଗଜ କଳ ରେ ରକ୍ତଦାନ ଶିବିର 

masiha

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

140th FOUNDER’S DAY CELEBRATED IN JK PAPER MILL RAYAGADA

masiha

Leave a Comment

error: Content is protected !!