ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁନ୍ଦର ସମାଜ ଗଠନରେ ଲୋକ କଳାର ଭୂମିକା ଅତୀବ ଗୁରୁତ୍ବପୂର୍ଣ୍ଣ : ବରିଷ୍ଠ କଳାକାର ସଂଘ

ବ୍ରହ୍ମପୁର, // . କଳା ଓ କଳାକାର ହିତୈଷୀ ମହାମଂଚ ‘ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ’ ପକ୍ଷରୁ ସ୍ଥାନୀୟ ପ୍ରକାଶମ୍ ହଲ୍ ଆନ୍ଧ୍ର ଭାଷାବିବର୍ଦ୍ଧିନୀ ସଭା ପ୍ରକୋଷ୍ଠରେ ପବିତ୍ର ଲୋକ କଳା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସଂଘ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାଂସ୍କୃତିକ ଉତ୍ସବରେ ବରିଷ୍ଠ ଶିକ୍ଷାବିତ୍ ତଥା ନାଟ୍ୟ ନିର୍ଦେଶକ ଶଙ୍କର୍ଷଣ ସାବତ ମୁଖ୍ୟ ଆଲୋଚକ ଭାବେ ଯୋଗ ଦେଇ ସୁନ୍ଦର ସମାଜ ଗଠନରେ ଲୋକ କଳାର ଭୂମିକା ଅତୀବ ଗୁରୁତ୍ବପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟତମ ଆଲୋଚକ ଭାବେ ସର୍ବଶ୍ରୀ ସୁଦାମ ପଟ୍ଟନାୟକ, ବାଳକ୍ରୁଷ୍ଣ ସ୍ବାଇଁ, ନକୁଳ ଜେନା, ଶିଶିର ସ୍ବାଇଁ, ଜନାର୍ଦ୍ଦନ ପ୍ରଧାନ, ରାମ ଚନ୍ଦ୍ର ସାହୁ, ବଳରାମ ପ୍ରଧାନ, ଛବି ରାଣୀ ମହାନ୍ତି ପ୍ରମୁଖ ଲୋକ କଳା ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଉଲ୍ଲେଖ କରିଥିଲେ। ଆଗାମୀ ଜୁଲାଇ ତିନି ତାରିଖରେ ହେବାକୁ ଥିବା କଳାକାର ଶୋଭାଯାତ୍ରାରେ ଜିଲ୍ଲାର ସମସ୍ତ କଳାକାର ଅଂଶ ଗ୍ରହଣ କରିବା ନିମନ୍ତେ ସଂଘ ପକ୍ଷରୁ ଅନୁରୋଧ କରାଯାଇଥିଲା। ଏହି ଅବସରରେ ଗୁରୁ ଭଗବାନ ପାତ୍ର ଓ ପ୍ରଦୀପ କୁମାର ସାହୁଙ୍କ ଦ୍ବାରା ଲୋକ ନ୍ରୁତ୍ୟ ଦାସକାଠିଆ ପରିବେଷଣ କରାଯାଇଥିଲା। ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କିଶୋର କପୁର ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ କୁନୁ ବେହେରା ଓ ଚନ୍ଦ୍ରଭାନୁ ନାୟକ ସହଯୋଗ କରିଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ଗଣପତି ଶିଶୁ ମନ୍ଦିରର ଏକାଦଶ ତମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣି ସଭା 

masiha

ମଣି ବରାଳ ପରିବାର ତରଫରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ 

masiha

ନୂଆପଡ଼ା ଉପନିର୍ବାଚନ ପାଇଁ ନିଯୁକ୍ତ ତିନି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ସମସ୍ତ ବିଧାୟକ ପ୍ରାର୍ଥୀ ମାନଙ୍କ ସହିତ ବୈଠକ 

Sunil Chandra Nayak

Leave a Comment

error: Content is protected !!