ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋମନା ବ୍ଲକ୍ ରେ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

କୋମନା ବ୍ଲକ୍ ରେ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

 ନୂଆପଡା, ନୂଆପଡା ଜିଲ୍ଲା କୋମନା ବ୍ଲକ୍ ସଭାଗୃହ ଠାରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ସୋମବାର ଶିବିରରେ ମୋଟ ୬୯ ଟି ଅଭିଯୋଗର ଶୁଣାଣି ପ୍ରଶାସନ କରିଛନ୍ତି। ଏଥିରୁ ୪୯ ଟି ବ୍ୟକ୍ତିଗତ ୧୮ ଟି ଗୋଷ୍ଠୀଗତ ଓ ୨ ଟି ରେଡ୍ କ୍ରସ୍ ସାହାଯ୍ୟ ସମ୍ବନ୍ଧୀୟ ଥିଲା lଏହି ସବୁ ଅଭିଯୋଗ ଉପରେ ଅତିଶିଘ୍ର ସମାଧାନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଶିବିରରେ ନୁରା ଶବର, ଡୁଙ୍ଗୁରିପାଲି ଏଵଂ ବଦ୍ରିକା ବେମାଲ, କୋମନା ଉଭୟଙ୍କୁ ପାଞ୍ଚ ହଜାର ଟଙ୍କାର ଆଶୁ ସହାୟତା ଜିଲ୍ଲା ରେଡକ୍ରସ ପାଣ୍ଠି ରୁ ଯୋଗାଇ ଦିଆ ଯାଇଥିଲା l ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳଙ୍କ ସହିତ , ବନଖଣ୍ଡ ଅଧିକାରୀ ଖରୀଆର ଅଜିଜ ଖାନ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ,  ଏ ପି ଡି ଯୋଗେଶ୍ଵର ଭୋଇ, ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଡଃ ଗୁରୁପ୍ରସାଦ ଜେନା, ବ୍ଲକ୍ ଅଧ୍ୟକ୍ଷା ଅନୁସୁୟା କୁମ୍ଭାର, ବ୍ଲକ୍ ଉପାଧ୍ୟକ୍ଷ ଜୟଦେବ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l କୋମନା ବିଡ଼ିଓ ହେମନ୍ତ ପୁଟା, ତହସିଲଦାର ମନୋରଞ୍ଜନ କେର୍କେଟା ,ଡେପୁଟି କଲେକ୍ଟର ଶେଖ୍ ନସିମ ଶିବିର ପରିଚାଳନାରେ ସହଯୋଗ କରିଥିଲେ l ଏଠାରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ , ଯନ୍ତ୍ରୀ, ଲାଇନ୍ ବିଭାଗ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ , କର୍ମଚାରୀ ଏବଂ ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ। ଏହି ଅବସରରେ ଅଭିଯୋଗ ଶିବିର ପରିସରରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକ ସ୍ଵାସ୍ଥ୍ୟ ଶିବିର ର ଆୟୋଜନ ହୋଇଥିଲା, ଯେଉଁଠାରେ ଭେଷଜ ବିଶେଷଜ୍ଞଡଃ ରମେଶ ଚନ୍ଦ୍ର ପାଠକ ଏଵଂ ସ୍ଵାସ୍ଥ୍ୟ ବିଭାଗ କର୍ମଚାରୀ ଚିକିତ୍ସା ସୁବିଧା ଯୋଗାଇ ଦେଇଥିଲେ l ସେହିପରି ସ୍ଥାନୀୟ ଚିକିତ୍ସାଳୟ ରେ ଗୋଟିଏ ରକ୍ତଦାନ ଶିବିର ମଧ୍ୟ ଆୟୋଜନ ହୋଇଥିଲା।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମେଗା ରକ୍ତଦାନ ଶିବିର ପାଇଁ ଲଡୁଗାଁ ମାରୱାଡି ଯୁବାମଞ୍ଚ ପକ୍ଷରୁ ପ୍ରସ୍ତୁତି

Sunil Chandra Nayak

କେଲିଆ ଶୈବପୀଠରେ ମହାଶିବରାତ୍ରି ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ 

masiha

ଆଦର୍ଶ ପାଠାଗାରର ନବନିର୍ବାଚିତ ସଦସ୍ୟଙ୍କ ଶପଥ ଗ୍ରହଣ ଉତ୍ସବ

Sunil Chandra Nayak

Leave a Comment

error: Content is protected !!