ରୁଣ୍ଡିମହୁଲ ସ୍କୁଲ ପଡ଼ାରେ ସଫେଇ କାର୍ଯ୍ୟକ୍ରମ
ବୌଦ୍ଧ – ୧।୧୦: (ହୃଦାନନ୍ଦ ମେହେର )- ଭାରତ ସରକାରଙ୍କ ଆହ୍ୱାନକ୍ରମେ ଆଜି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ରୁଣ୍ଡିମହୁଲ ପଞ୍ଚାୟତର ସ୍କୁଲ ପଡା ଠାରେ ପଞ୍ଚାୟତ ନୋଡାଲ ଅଧିକାରୀ ସତିଶ ଦାସଙ୍କ ଅଧ୍ୟକ୍ଷତାରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ରୁଣ୍ଡିମହୁଲ ପଞ୍ଚାୟତର ଅଙ୍ଗନୱାଡ଼ି କର୍ମୀ,ଆଶା କର୍ମୀ ଓ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏବଂ ଅଞ୍ଚଳର ଜନସାଧାରଣ ଯୋଗ ଦେଇଥିଲେ ।କାର୍ଯ୍ୟକ୍ରମକୁ ମାଷ୍ଟର ଟ୍ରେନର ପୂର୍ଣ୍ଣଚରଣ ସାହୁ ପରିଚାଳନା କରିଥିଲେ ।