ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୁବନେଶ୍ଵର ରେଡ଼କ୍ରସ ଭଵନ ଠାରେ ଜିଲ୍ଲା ସ୍ତରୀୟ ମିଳିତ ମଞ୍ଚର ରାଜ୍ୟ ଅଧ୍ୟକ୍ଷ ନାରାୟଣ ଦାସ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ                                              

ନବରଙ୍ଗପୁର—-(ମସିହା) ୦୪.୬.୨୦୨୩ ଭୁବନେଶ୍ବର: ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ଏକ ମାତ୍ର ନ୍ୟାର୍ଯ୍ୟ ଦାବି ୪୨୦୦/- ଗ୍ରେଡ ପେ ପୂରଣ କରିବାରେ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ପ୍ରତିବାଦରେ ଆଜି ଭୁବନେଶ୍ଵର ରେଡ଼କ୍ରସ ଭଵନ ଠାରେ ଜିଲ୍ଲା ସ୍ତରୀୟ ମିଳିତ ମଞ୍ଚର ରାଜ୍ୟ ଅଧ୍ୟକ୍ଷ ନାରାୟଣ ଦାସ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ଓଡ଼ିଶାର ତିରିଶ ଗୋଟି ଜିଲ୍ଲାର ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ଅଧ୍ୟକ୍ଷ ଏବଂ ଆବାହକ ଉପସ୍ଥିତ ରହି ନିଜ ନିଜର ମତ ପ୍ରକାଶ ଉପସ୍ଥାପନ କରିଥିଲେ l ସର୍ବସମ୍ମତି କ୍ରମେ ପାରିତ ନିଷ୍ପତ୍ତି ଅନୁସାରେ , ଜୁନ ଏକ ତାରିଖ ଠାରୁ ଚାଲିଥିବା ମିଳିତ ଅମଲା ମଞ୍ଚର ଆନ୍ଦୋଳନ କୁ ପ୍ରତ୍ୟାହାର ନ କରି ଆନ୍ଦୋଳନ କୁ ଜାରି ରଖିବା ପାଇଁ ପ୍ରସ୍ତାବ ପାରିତ ହୋଇଥିଲା l ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଓଡିଶା ଅମଲା ସଂଘର ରାଜ୍ୟ ଅଧ୍ୟକ୍ଷ ହୃଦୟ ବିହାରୀ ମହାପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ତରାସିଆ, ପ୍ରସନ୍ନ କୁମାର ତ୍ରିପାଠୀ, ଓଡ଼ିଆ ରାଜସ୍ୱ ଅମଲା ସଂଘର ରାଜ୍ୟ ଅଧ୍ୟକ୍ଷ ଲୋକେଶ୍ୱର ସାହୁ, ସଭାପତି ତ୍ରିପତି ବାଲାଜୀ ସାହୁ, ସାଧାରଣ ସମ୍ପାଦକ ନରେଶ ଚନ୍ଦ୍ର ମହାପାତ୍ର, ଓଡିଶା ନିବନ୍ଧନ ଅମଲା ସଂଘ ରାଜ୍ୟ ସଭାପତି ବିଭୁଦତ୍ତ ବାରିକ , ନିଖିଳ ଓଡିଶା ଟ୍ରେଜେରୀ ଅମଲା ସଂଘର ରାଜ୍ୟ ସଭାପତି ସମର କାନୁନଗୋ, ସାଧାରଣ ସମ୍ପାଦକ ଶୁଭେନ୍ଦୁ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଓଡିଶା ମହୁମାଛି ସୁରକ୍ଷା ବାହୀନି ଓ ଵୀ ଟ୍ରଷ୍ଟ ଅଫ ଓଡିଶା ତରଫରୁ ବିଶ୍ଵ ମହୁମାଛି ଦିବସ 2024 ଅନୁଷ୍ଟିତ

masiha

ଗଙ୍ଗାଧର ସାହିତ୍ଯରେ ଧାର୍ମିକ ଭାବନାର ଛାପ

masiha

କଞ୍ଜୁମର ୱଲଫେୟାର ଆଣ୍ଡ ଲିଗାଲ କମ୍ପ୍ଲଏନ୍ସ କମିଶନ ଅଫ ଇଣ୍ଡିଆ ତରଫରୁ ଡେଙ୍ଗୁ ଏବଂ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ 

Sunil Chandra Nayak

Leave a Comment

error: Content is protected !!