ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାମଦା ଡିଗ୍ରୀ ମହାବିଦ୍ୟାଳୟରେ ସ୍ବଛତା ହିଁ ସେବା କାର୍ଯ୍ୟକ୍ରମ

ଜାମଦା ଡିଗ୍ରୀ ମହାବିଦ୍ୟାଳୟରେ ସ୍ବଛତା ହିଁ ସେବା କାର୍ଯ୍ୟକ୍ରମ

 ମୟୂରଭଞ୍ଜ – ୦୧/୧୦ ( ମସିହା)ମୟୂରଭଞ୍ଜ ଜିଲ୍ଲାର ସୀମାନ୍ତ ଜାମଦା ବ୍ଳକର ଜାମଦା ଡିଗ୍ରୀ କଲେଜରେ ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ଆନୁକୁଲ୍ୟରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ କଲେଜ ଅଧ୍ୟକ୍ଷ ଅଶୋକ କୁମାର ସୁରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟବକ୍ତା ଭାବେ ପରିବେଶବିତ୍ ଲଳିତ ମହାନ୍ତ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଇଂରାଜୀ ଅଧ୍ୟାପକ ଅଶୋକ ମହାନ୍ତି ପ୍ରାରମ୍ଭିକ ‌ସୂଚନା ଓ ସ୍ବାଗତ ଭାଷଣ ଦେଇଥିଲେ ।ଏନଏସି ଏସ ନିର୍ବାହୀ ଅଧ୍ଯାପକ ଭଗବାନ ଚନ୍ଦ୍ର ପାଳ ଓ ଅଧ୍ୟାପିକା ଲିଜା ସାହୁ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ ।ଅଧ୍ୟକ୍ଷ ସୁର ସ୍ବଚ୍ଛତା ରକ୍ଷା ପାଇଁ ଶପଥ ପାଠ କରାଇଥିଲେ । ଅତିଥି ଗଣ ସ୍ଵଚ୍ଛତା ସେବା କାର୍ଯ୍ୟ ଉପରେ ସମସ୍ତଙ୍କୁ ପ୍ଳାଷ୍ଟିକ ବର୍ଜନ କରିବା,ବୃକ୍ଷ ରୋପଣ,ଜଳାଶୟ ଗୁଡ଼ିକୁ ପ୍ରଦୂଷଣ ମୁକ୍ତ କରିବା,ସ୍ବଚ୍ଛତା ନେଇ ପଡୋଶୀ ଏବଂ ସାଧାରଣ ଜନତାଙ୍କୁ ସଚେତନକରାଇବା ଉଚିତ ବୋଲି କହିଥିଲେ । ସମସ୍ତେ ମିଳିମିଶି ସ୍ଵଛତାକୁ ଗୁରୁତ୍ଵ ଦେଲେ ତାହା ସମାଜ ପାଇଁ ମଙ୍ଗଳପ୍ରଦ ହେବ ବୋଲି କହିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ 

Related posts

ପୌରପାଳିକା ଏ.ଟି.ଏମ ନାଳ ସ୍ଲାପ ମରାମତି ହେଲା,ୟୁନିଅନ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ନାଳର ସ୍ଲାପ ମରାମତି କେବେ?

masiha

ଡାକ୍ତରଙ୍କ ବଦଳି ବାତିଲ କରିବା ନେଇ ପ୍ରତିବାଦ 

masiha

କୋକସରା ବ୍ଲକ ଅନ୍ତର୍ଗତ କାଉଡୋଳା ଗ୍ରାମପଞ୍ଚାୟତ ସମିତି ସଭ୍ୟା ଅଯୋଗ୍ୟ ଘୋଷିତ

masiha

Leave a Comment

error: Content is protected !!