ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଉତ୍ସବ ଘୁମୁରା ଉପଲକ୍ଷେ ଗଣଦୌଡ ପ୍ରତିଯୋଗିତା 

କଳାହାଣ୍ଡି ଉତ୍ସବ ଘୁମୁରା ଉପଲକ୍ଷେ ଗଣଦୌଡ ପ୍ରତିଯୋଗିତା 

ଧର୍ମଗଡ ଠାରେ ଆସନ୍ତା ଜାନୁଆରୀ ୧୫ ରୁ ୧୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସଂପ୍ରସାରିତ କଳାହାଣ୍ଡି ଉତ୍ସବ ଉପଲକ୍ଷେ ଆଜି ଗଣଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବଣ୍ଡାକୁଟୁରା ସ୍ଥିତ କର୍ତ୍ତବ୍ୟ କାର୍ଯ୍ୟାଳୟ ଠାରୁ ଉତ୍ସବ ପଡ଼ିଆ ପର୍ଯ୍ୟନ୍ତ ଦୀର୍ଘ ୯କିମି ରାସ୍ତା ଉପରେ ଏହି ଗଣଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଧର୍ମଗଡ ଉପଜିଲ୍ଲାପାଳ ଧିମାନ ଚକମା ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ଡାକ୍ତର ମୋନିକା ପରଶିରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥଲେ।ଏଥିରେ କଲମପୁର ବ୍ଲକ ର ମଣ୍ଡଳ ଗ୍ରାମର ଗିରିଧାରି ବାଗ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସେହିପରି କଲମପୁର ବ୍ଲକ ପାଣି ଗାଁ ର ଫକିର ନାଗ ଦ୍ଵିତୀୟ ସ୍ଥାନ ଓ କଲମପୁର ବ୍ଲକ ପାଣି ଗାଁ ର କିଶୋର ବେହେରା ତୃତୀୟ ସ୍ଥାନ ହାସଲ କରିଥିଲେ । ଗଣଦୌଡ ସମୟ ରେ ରାସ୍ତାର ଦୁଇ କଡ଼ରେ ଲୋକେ ଠିଆ ହୋଇ ଗଣଦୌଡରେ ସାମିଲ ଯୁବକମାନଙ୍କୁ ଉତ୍ସାହିତ କରିଥିଲେ । ଉତ୍ସବ ପଡ଼ିଆ ଠାରେ ଆୟୋଜିତ ସମ୍ବର୍ଧନା କାର୍ଯ୍ୟକ୍ରମ ରେ ଧର୍ମଗଡ ଉପ ଜିଲ୍ଲାପାଳ ତଥା ଉତ୍ସବ କମିଟି ଅଧ୍ୟକ୍ଷ ଧିମାନ ଚକମା, ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ସାହୁ, ପ୍ରଚାର ପ୍ରସାର କମିଟିର ଅଧ୍ୟକ୍ଷ ବିରଞ୍ଚି ନାରାୟଣ ଜାଲ, ଅର୍ଥ କମିଟି ର ଉପାଧ୍ୟକ୍ଷ ସୁଶ୍ରୀ ହୀରା ବାଗ, ଇଙ୍ଗିତ ପଣ୍ଡା, ବରିଷ୍ଠ କ୍ରୀଡାବିତ୍ ଲକ୍ଷ୍ମୀକାନ୍ତ ବାଗ,କର୍ତ୍ତବ୍ୟ ଅନୁଷ୍ଠାନ ର ମୂଖ୍ୟ କାର୍ଯ୍ୟ ନିର୍ବାହୀ ଅଶୋକ ପଟ୍ଟନାୟକ,ପ୍ରମୁଖ ମଞ୍ଚାସିନ ରହି ବିଜୟୀ କ୍ରୀଡାବିତ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମ କୁ କ୍ରୀଡା ଶିକ୍ଷକ ସନ୍ତୋଷ କୁମାର ପାଣିଗ୍ରାହୀ ପରିଚାଳନା କରିଥିଲେ। କ୍ରୀଡ଼ା କମିଟି ରେ ଅଭୟ ବାଗ,ଶ୍ରବଣ ଜାଲ, ନୟନ ସାହୁ, ସନ୍ତୋଷ ନାଏକ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥଲେ। ମୂଖ୍ୟ ଉତ୍ସବ ରେ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯିବ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

 

Related posts

କାଉଡୋଳା ଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଉଦଘାଟିତ

ଧରାକୋଟ ବ୍ଲକରେ ଜିଲ୍ଲା ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ

Sunil Chandra Nayak

ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

Sunil Chandra Nayak

Leave a Comment

error: Content is protected !!