ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷାର ଜନନୀ ସାବିତ୍ରୀବାଇ ଫୁଲେଙ୍କ ୧୯୪ତମ ଜୟନ୍ତୀ ପାଳିତ

ଶିକ୍ଷାର ଜନନୀ ସାବିତ୍ରୀବାଇ ଫୁଲେଙ୍କ ୧୯୪ତମ ଜୟନ୍ତୀ ପାଳିତ

ଜୁନାଗଡ଼ – ୩/୧/୨୫(ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରସ୍ଥିତ ସଂସ୍କୃତି ଭବନ ଠାରେ ଭାରତର ପ୍ରଥମ ଶିକ୍ଷୟତ୍ରୀ ତଥା ଶିକ୍ଷାର ଜନନୀ କ୍ରାନ୍ତୀଜ୍ୟୋତି ମାତା ସାବିତ୍ରୀବାଇ ଫୁଲେଙ୍କ ୧୯୪ତମ ଜୟନ୍ତୀ ଆଜି ମହା ସମାରୋହରେ ପାଳିତ ହୋଇ ଯାଇଛି । ମାତା ସାବିତ୍ରୀ ପ୍ରେମୀ ଆଜି ମାଁ ଲଙ୍କେଶ୍ୱରି ମନ୍ଦିରର ଠାରୁ ବିଶାଳ ଶୋଭାଯାତ୍ରାରେ ଆସିଥିଲେ । ମାତା ସାବିତ୍ରୀ ବାଇ ଫୁଲେ ଜନ୍ମ ଜୟନ୍ତୀ କମିଟିର ସଭାପତି ଦୁର୍ଗା ପ୍ରସାଦ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କଳାହାଣ୍ଡି ଏଡିଏମ ତନ୍ମୟ କୁମାର ଦରୱାନ , ମୁଖ୍ୟବକ୍ତା ସାନ୍ଧ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷ ମୁଖ୍ୟ ବକ୍ତା ଛବିଲାଲ ସାହୁ , କେସିଙ୍ଗା ମହାବିଦ୍ୟାଳୟ ର ଅଧ୍ୟାପକ ବୈଲୋଚନ ନାଏକ ,ଜୁନାଗଡ଼ ଏନଏସି ଅଧ୍ୟକ୍ଷ୍ୟା ହିମାଦ୍ରି ନାଏକ,ଜୁନାଗଡ଼ ବ୍ଲକ ଅଧ୍ୟକ୍ଷ୍ୟା ସବିତା ମେହେର, କଳାହାଣ୍ଡି ପଣ୍ଡରାମାଳି ସମାଜ କୁଳପତି ପ୍ରକାଶ ଚନ୍ଦ୍ର ନାଏକ, ସଭାପତି ଇଶ୍ଵର ପୂଝାରୀ ,ଏସଟିଏସସି ଓବିସି ମିଳିତ ମଞ୍ଚର ଆବାହକ ଡମ୍ବରୁଧର ଲହଜଲ, ଅଲଓଡିଶା ସିଡୁଲକାଷ୍ଟ ଫେଡ଼ରେସନର ସଭାପତି ଶ୍ରୀବତ୍ସ ତାଣ୍ଡି, ବହୁଜନ ସଂଗ୍ରାମ ସମିତିର ଅଧ୍ୟକ୍ଷ ରଞ୍ଜନ କୁମାର ଜାଲ ,କୁବେର ସମାଜ ସଭାପତି ଉଦ୍ଧବ ସାହୁ, ରମଣୀ ଦୁରିଆ, ଯତୀନ୍ଦ୍ର କର ,ପୂର୍ବତନ ଏନଏସି ଅଧକ୍ଷ୍ୟା ଵିଜୟଲଷ୍ମୀ କନ୍ଦପାନ ପ୍ରମୁଖ ଉଦବୋଧନ ଦେଇଥିଲେ । ପରେ ଅତିଥି ମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ସଭା ପ୍ରାରମ୍ଭରେ ଅତିଥି ମାନଙ୍କଦ୍ୱାରା ମହାପୁରୁଷ ମାନଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ପରେ ଅତିଥିମାନେ ସବେତ୍ରୀ ବାଇ ଫୁଲେଙ୍କ ସ୍ମୃତି ଚାରଣ କରିଥିଲେ। ଏସ ସୁଜାତା ମଞ୍ଚ ପରିଚଳନା କରିଥିବା ବେଳେ ମାତା ସାବିତ୍ରୀ ବାଇ ଫୁଲେ ଜୟନ୍ତି କମିଟିର ସମ୍ପାଦକ ଚିତ୍ତରଞ୍ଜନ ନିଆଲ ଧନ୍ୟବାଦ ଅର୍ପଣ ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ମୟୁରଭଞ୍ଜ ଜିଲ୍ଳାରେ ୧୨ଗୋଟି ରାଜ୍ୟ ପାଇଁ ଭାରତୀୟ ବାୟୁସେନା ତରଫରୁ ଅନୁଷ୍ଠିତ ହେବ ଅଗ୍ନିବୀରବାୟୁ ନିଯୁକ୍ତି ରାଲି

Sunil Chandra Nayak

ରାଇରଙ୍ଗପୁର ରେ’ ଓଡ଼ିଆ ପକ୍ଷ’ ପାଳନ ଅବସରରେ ଉପଖଣ୍ଡ ଶ୍ରମ କାର୍ଯ୍ୟାଳୟ ଆନୁକୁଲ୍ୟରେ ” ଓଡ଼ିଆ ନାମ ଫଳକ ଅଭିଯାନ ସଚେତନତା’ ରଥ ପରିକ୍ରମା 

masiha

ଯୁଗଯାତ୍ରୀ ସାହିତ୍ୟ ସଂସଦର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ଓ ନୂତନ କର୍ମକର୍ତ୍ତା ମନୋନୟନ

masiha

Leave a Comment

error: Content is protected !!