ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଶୁ ଶ୍ରମିକ ନିରାକରଣ ସଚେତନତା ସଭା ଅନୁଷ୍ଠିତ

ଶିଶୁ ଶ୍ରମିକ ନିରାକରଣ ସଚେତନତା ସଭା ଅନୁଷ୍ଠିତ

ରାଉରକେଲା, ତା. ୧୯.୦୬.୨୦୨୬: ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଥିବା ୧୫ ଦିନିଆ ଶିଶୁ ଶ୍ରମିକ ନିରାକରଣ ଅଭିଯାନର ଅଂଶ ସ୍ୱରୂପ ଏକ ଶିଶୁ ଶ୍ରମିକ ନିରାକରଣ ସଚେତନତା ସଭା ଗୁରୁବାର ଦିନ ରାଉରକେଲା ମହାନଗର ନିଗମ (ଆରଏମସି) ସଭାଗୃହରେ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଆରଏମସିର ଯୁଗ୍ମ ଆୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁ ଶ୍ରମିକ ନିରାକରଣ ସହିତ ସେମାନଙ୍କର ପୁନଃଥଇଥାନ ଓ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସମସ୍ତଙ୍କ ମିଳିତ ସହଯୋଗର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।ଅନ୍ୟତମ ଅତିଥିମାନଙ୍କ ମଧ୍ୟରେ ଶିଶୁ କଲ୍ୟାଣ କମିଟି (ସିଡବ୍ଲୁସି) ଅଧ୍ୟକ୍ଷା ଶ୍ରୀମତୀ ସୁମି ଓରାମ, ଚାମ୍ବର ଅଫ୍ କମର୍ସ ଜନସମ୍ପର୍କ ଅଧିକାରୀ ଶ୍ରୀ ସନ୍ଦୀପ ଗୌତମ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଜିଲ୍ଲା ସମନ୍ୱୟକ ଶ୍ରୀ ଆକାଶ ପାତ୍ର, ଯୁଗ୍ମ ଶ୍ରମ ଆୟୁକ୍ତ ଶ୍ରୀ ପ୍ରଣବ ଜେନା, ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀମତୀ ସୁନିତା କିସାନ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ଦର୍ଶନୀ ଏକ୍କା ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ସୀମା ଫାତିମା ଏକ୍କା ପ୍ରମୁଖ ଉପସ୍ଥିତ ଥିଲେ।

ଏହାବ୍ୟତୀତ ଶିଶୁ କଲ୍ୟାଣ କମିଟିର ସଦସ୍ୟବୃନ୍ଦ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧି, ଶିଳ୍ପ ସଂସ୍ଥାର ଅଧିକାରୀ ଓ କର୍ମଚାରୀମାନେ ସଭାରେ ଅଂଶଗ୍ରହଣ କରିଥିଲେ।

ସଭାରେ ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ, ଶିଶୁମାନଙ୍କ ଅଧିକାର ସୁରକ୍ଷା, ଶିଶୁ ସୁରକ୍ଷା ବ୍ୟବସ୍ଥା ଏବଂ ଶିଶୁ ଶ୍ରମିକ ନିଯୁକ୍ତି ସମ୍ବନ୍ଧୀୟ ଆଇନଗତ ଦଣ୍ଡବିଧାନ ସମ୍ପର୍କରେ ବିସ୍ତୃତ ସଚେତନତା ସୃଷ୍ଟି କରାଯାଇଥିଲା। ଏହା ସହିତ ଜିଲ୍ଲାକୁ କିପରି ଶିଶୁ ଶ୍ରମିକମୁକ୍ତ କରାଯାଇପାରିବ, ସେନେଇ ଉପସ୍ଥିତ ସଦସ୍ୟମାନଙ୍କ ମଧ୍ୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କଳାକାରମାନେ କାହାରି ଅବଜ୍ଞାର ପାତ୍ର ନୁହନ୍ତି : କଣ୍ଠଶିଳ୍ପୀ ଶୈଳଭାମା 

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ ରେ ୩୩୪୧ ହିତାଧିକାରୀ ପାଇବେ ପ୍ରଧାନମନ୍ତ୍ରୀ ଆବାସ ଗୃହ : କିନ୍ତୁ ରାଜ୍ୟ ସରକାର ଦେଉଥିବା ଅର୍ଥ ପାଇବା ସନ୍ଦେହ 

Sunil Chandra Nayak

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ତରଫରୁ ଡା.ବି.ଆର. ଆମ୍ବେଦକର ଙ୍କ 132ତମ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!