ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁର୍ଗମ ଜଙ୍ଗଲ ଘାଟି ପାହାଡ଼ ଚଢିଲେ ରାଇକିଆ ବିଡ଼ିଓ : ପ୍ରାଥମିକ ସୁବିଧା ସୁଯୋଗ ନିଶ୍ଚୟ ପ୍ରଦାନ କରାଯିବ 

ଦୁର୍ଗମ ଜଙ୍ଗଲ ଘାଟି ପାହାଡ଼ ଚଢିଲେ ରାଇକିଆ ବିଡ଼ିଓ : ପ୍ରାଥମିକ ସୁବିଧା ସୁଯୋଗ ନିଶ୍ଚୟ ପ୍ରଦାନ କରାଯିବ 

କନ୍ଧମାଳ , ତା, ୧୫/୦୩: (ମନିସ): କନ୍ଧମାଳ ଜିଲା ରାଇକିଆ ବ୍ଲକର ମାଣିକେଶ୍ୱର ପଞ୍ଚାୟତର ଦୁର୍ଗମ ଜଙ୍ଗଲ ମଧ୍ୟରେ ଘାଟି ପାହାଡ଼ ଚଢି ଯିବାକୁ ପଡେ ଡାଙ୍ଗିସି ଗ୍ରାମକୁ। ଜଙ୍ଗଲ ଓ ପାହାଡ ଘେରା ମଧ୍ୟରେ ଥିବା କନ୍ଧମାଳ-ଗଞ୍ଜାମ ସୀମାନ୍ତର ଏହି ଗ୍ରାମରେ ସରକାରଙ୍କ ଯୋଜନା ସଠିକ ଭାବେ ପହଞ୍ଚି ପାରୁନାହିଁ । ଏଭଳି ଏକ ଦୁର୍ଗମ ଅପହଞ୍ଚ ଇଲାକାକୁ ଯାଇ ଲୋକଙ୍କୁ ଭେଟିଛନ୍ତି ରାଇକିଆ ବଡିଓ ସବ୍ୟସାଚୀ ସାହୁ । ରାସ୍ତା ଠାରୁ ଆରମ୍ଭ କରି ଶିକ୍ଷା, ସ୍ବାାସ୍ଥ୍ୟ ଭଳି ଜରୁରୀ ସେବାରୁ ବଞ୍ଚିତ ହେଉଛନ୍ତି ଏହି ଗ୍ରାମବାସୀ। ଗାଁରେ ପ୍ରାଥମିକ ବିଦ୍ୟାଳୟ ନାହିଁ କି ଅଙ୍ଗନଓ୍ବାଡି କେନ୍ଦ୍ର ନାହିଁ । ଗାଁ ରେ ଏକାଧିକ ପିଲା ବିଦ୍ୟାଳୟରେ ନାମ ଲେଖେଇ ନ ପାରି ଅଧାରୁ ପାଠ ଛାଡୁଛନ୍ତି । ସର୍ବନିମ୍ନ ସ୍ବାସ୍ଥ୍ୟ ସେବା ପାଇବାକୁ ହେଲେ ୨୫ କିମି ଦୂର ରାଇକିଆ ସହର ଉପରେ ସମସ୍ତେ ନିର୍ଭରଶୀଳ । ଏ ସବୁ ସମସ୍ୟା ଭିତରେ ସବୁଠାରୁ ବଡ ଚାଲେଞ୍ଜ ଭାବେ ଦେଖାଦେଇଛି। ରାସ୍ତାକାମ ଅଧାପନ୍ତରିଆ ରହି ଯାଇ ଥିବାରୁ ଗାଆଁକୁ ଦୁଇ ଚକିଆ ଯାନ ମଧ୍ୟ ଯାଇ ପାରୁନାହିଁ । ୧୪ ପରିବାର ବସବାସ କରୁଥିବା ଏହି ଗ୍ରାମରେ ସବୁ ଘର ମାଟି ଓ କଚା ଘର । ରାସ୍ତା ନ ଥିବାରୁ ଘର ତିଆରି ସରଞ୍ଜାମ ଆଣିବାରେ ଅସୁବିଧା ଯୋଗୁ ଘର ତିଆରି କରିପାରୁ ନାହାନ୍ତି । ଗାଁ ରେ ଥିବା ଏକ ମାତ୍ର ଚୂଆ ଓ ଝରଣା ପାଣିକୁ ବ୍ୟବହାର କରୁଛନ୍ତି ଗ୍ରାମବାସୀ। ଖରା ଦିନେ ଝରଣା ଶୁଖିଗଲେ ଦୁଇ କିମି ପାହାଡ ଚଢି ପାଣି ଆଣିବାକୁ ପଡୁଛି । ଏସବୁ ଭିତରେ ସାଧାରଣ ଜୀବନ ବିତାଇବା ପାଇଁ ସଙ୍ଘର୍ଷ କରୁଛନ୍ତି ଗ୍ରାମବାସୀ । ଏକ ସପ୍ତାହ ତଳେ ନୂତନ ବିଡିିଓ ଭାବେ ଯୋଗ ଦେଇ ଥିବା ସବ୍ୟସାଚୀ ସାହୁ ଏହି ଗ୍ରାମକୁ ଗସ୍ତ କରି ଲୋକଙ୍କ ସମସ୍ୟାକୁ ବୁଝିବା ସହ ସ୍ଥାନୀୟ ଲୋକେ କିପରି ତ୍ୱରିତ ସେବା ପାଇ ପାରିବେ ସେ ନେଇ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି ଗ୍ରାମରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଦୁଇଟି କୂପ ଖୋଳା ଯାଇଛି। ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯେପରି ସମସ୍ତେ ଗୃହ ପାଇ ପାରିବେ ତାକୁ ପ୍ରାଥମିକତା ଭିତ୍ତିରେ କରାଯିବା ସହ ଅଧାପନ୍ତରିଆ ରାସ୍ତାକୁ ଜିଲା ପ୍ରଶାସନ ସହ ଆଲୋଚନା କରି ଯେପରି ଯାନ ବାହାନ ଚଳାଚଳ ଉପଯୋଗୀ ହୋଇପାରିବ ସେ ଦିଗରେ ପ୍ରାଥମିକତା ଦିଆଯିବ ବୋଲି ବିଡିଓ ଶ୍ରୀସାହୁ ପ୍ରକାଶ କରିଛନ୍ତି ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ଧର୍ମଗଡ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ୟୁଏଏସ ବାତିଲ ଦାବିରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଦାବିପତ୍ର। ଦାବୀ ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

Sunil Chandra Nayak

ଓଷ୍ଟା ପକ୍ଷରୁ ୪୧ତମ ଶିଶୁ ମେଳା

masiha

ଆସିକା ଯୁବ ବିକାଶ ସମ୍ମିଳନୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

masiha

Leave a Comment

error: Content is protected !!