ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଷୋହଳ ପ୍ରହର ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା

ଷୋହଳ ପ୍ରହର ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ତ୍ରିନାଥ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ହେଉଥିବା ତ୍ରିନାଥ ମେଳା ଗୀତିନାଟ୍ୟର ୫୦ବର୍ଷ (ଦଶମ ସଂକଳ୍ପ) ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ପାଳନ ସହ ଷୋହଳ ପ୍ରହର ନାମଯଜ୍ଞ ପାଇଁ ଶୁକ୍ରବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଅଧ୍ୟାତ୍ମିକ ପରିବେଶରେ ମଧ୍ୟରେ ଘଣ୍ଟ, ଶଙ୍ଖ, ହୁଳହୁଳି, ସଂକୀର୍ତ୍ତନ ସହ କଳସ ଯାତ୍ରାରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇ ହୋଇଥିଲେ l ଗ୍ରାମର ବଡ଼ ପୋଖରୀରୁ ଜଳ ଉଠାଇ ଏକ ବିରାଟ ଶୋଭା ଯାତ୍ରାରେ ନଗର ପରିକ୍ରମା କରି ଯଜ୍ଞ ମଣ୍ଡପରେ କଳସ ସ୍ଥାପନ କରିଥିଲେ l ଏଥିରେ ଅନୁଷ୍ଠାନର ମକାରୁ ରଣା ଓ ତାଙ୍କ ଧର୍ମପତ୍ନୀ ବୃନ୍ଦାବତୀ ରଣା ଯଜ୍ଞକର୍ତ୍ତା ଦାୟିତ୍ୱରେ ରହିଥିବା ବେଳେ ପୂଜକ ଡୋଳାମଣି ପଣ୍ଡିଆ ପୂଜାକାର୍ଯ୍ୟ ସଂପାଦନ କରିଥିଲେ l ଆଜି ଷୋହଳ ପ୍ରହର ନାମଯଜ୍ଞ ଆରମ୍ଭ ହେବା ସହ ସୋମବାର ନାମଯଜ୍ଞ ପୂର୍ଣ୍ଣାହୁତି ହେବାର କାର୍ଯ୍ୟକ୍ରମ ରହିଛି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଫାର୍ମାସିଷ୍ଟ ସଙ୍ଘ ର 5 ଦଫା ଦାବୀ ପତ୍ର ପ୍ରଦାନ

Sunil Chandra Nayak

ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୫ ଅନୁଷ୍ଠିତ

masiha

ମକରାଗୁଡାରେ ପିଇବା ପାଣି ସଙ୍କଟ 

masiha

Leave a Comment

error: Content is protected !!