ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଜିଲ୍ଲାରେ ଗଡିଲା ସଚେତନତା ରଥ

ନବରଙ୍ଗପୁର ତା 7/06(ମସିହା)ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା 2025 ସୁଦ୍ଧା ଶିଶୁ ଶ୍ରମ ମୁକ୍ତ ଓଡିଶା ଗଠନର ସଂକଳ୍ପ ନେଇ ରାଜ୍ୟରେ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଜିଲ୍ଲା ସ୍ତରୀୟ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଅଛି ।ଏହି ଅବସରରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଓ ଶ୍ରମ କାର୍ଯ୍ୟାଳୟ ତରଫରୁ ନବରଙ୍ଗପୁର ଜିଲ୍ଲା ରେ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଏହାର ବହୁଳ ପ୍ରସାର ପ୍ରଚାର ପାଇଁ ଏକ ସଚେତନତା ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ରୁ ଶୁଭ ଉଦ୍ଘାଟନ କରାଯାଇଛି। ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ସବୁଜ ପତାକା ଦେଖାଇ ଏହି ସଚେତନତା ରଥ ର ଶୁଭାରମ୍ଭ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଏହି ସଚେତନତା ରଥ ଜିଲ୍ଲାର ଚାରିଗୋଟି ବ୍ଲକ ନବରଙ୍ଗପୁର, ଡାବୁଗାଁ,ତେନ୍ତୁଳୀଖୁଣ୍ଟି ଓ ଉମରକୋଟ ବ୍ଲକ ଅଞ୍ଚଳରେ ଏକ ମାସ ପର୍ଯ୍ୟନ୍ତ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଶିଶୁଙ୍କୁ ଶ୍ରମିକ ଭାବେ କାମରେ ନିୟୋଜିତ କରାଉଥିବା ବ୍ୟକ୍ତି ସାବଧାନ ରହିବା ସହିତ ଖିଲାପ କାରୀଙ୍କ ବିରୁଦ୍ଧରେ ସରକାରଙ୍କର ରହିଥିବା ଦଣ୍ଡ ବିଧାନ ସମ୍ପର୍କରେ ପ୍ରସାର ପ୍ରଚାର କରିବ। ଏହି ଅବସରରେ ସ୍ଥାନୀୟ ଡିପିଆର୍ ସି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା। ଶିଶୁ ଶ୍ରମିକ ଏକ ପୁରାତନ ସମସ୍ୟା ଏହି ସମସ୍ୟାର ସମାଧାନ କିପରି କରାଯାଇପାରିବ ଏବଂ ଜିଲ୍ଲାକୁ ଶିଶୁ ଶ୍ରମ ମୁକ୍ତ ଜିଲ୍ଲା କରିବାରେ ସମସ୍ତ ଙ୍କର ସହଯୋଗର ହାତ ବଢାଇବା ପାଇଁ ଜିଲ୍ଲାପାଳ ଡଃ ମିଶ୍ର ପରାମର୍ଶ ଦେଇଥିଲେ। ଜିଲ୍ଲା ଶ୍ରମ ବିଭାଗ ତରଫରୁ ଏଥି ସମ୍ପୃକ୍ତ୍ ବିଭାଗ,ଅନୁଷ୍ଠାନ,ପ୍ରତିଷ୍ଠାନ ସହିତ ଯୋଗାଯୋଗ ରଖି ଏହି କାଯ୍ୟକ୍ରମ ର ସଫଳ ରୂପାୟନ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲା ଶ୍ରମ ଅଧିକାରୀ ଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ଶ୍ରମ ଅଧିକାରୀ ଆର. କେ ବେହେରା ଜିଲ୍ଲାରେ ଶିଶୁ ଶ୍ରମିକ ନିରାକରଣ ଦିଗରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। 14 ବର୍ଷ ରୁ କମ ବୟସର ଶିଶୁଙ୍କୁ କୌଣସି କାମରେ ନିୟୋଜିତ କରିବା ଦଣ୍ଡନୀୟ ଅପରାଧ। 15 ରୁ 18 ବର୍ଷ ମଧ୍ୟରେ କିଶୋରଙ୍କୁ ବିପଦ ସଙ୍କୁଳ କାମରେ (ବୃତ୍ତି ଓ ପ୍ରକ୍ରିୟା) ନିୟୋଜନ ବାରଣ କରାଯାଇଛି। ଏପରି କାମ କରାଉଥିବା ବ୍ୟକ୍ତିଙ୍କୁ 50 ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ। କେବଳ ଜୋରିମାନା ନୂହେଁ, ବରଂ ଶିଶୁକୁ କୌଣସି କାର୍ଯ୍ୟରେ ଓ କିଶୋରଙ୍କୁ (ବୃତ୍ତି ପ୍ରକ୍ରିୟା) ନିୟୋଜନ କରୁଥିଲେ,ଦୁଇ ବର୍ଷ ଯାଏ କାରାଦଣ୍ଡରେ ଦଣ୍ଡିତ କରାଯିବାର ବ୍ୟବସ୍ଥା ରହିଛି। ଏପରିକି ଉଭୟ ଜେଲଦଣ୍ଡ ଓ ଜୋରିମାନା ହୋଇପାରେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରମ ମଣ୍ଡଳ ଆୟୁକ୍ତ କୁବେର ବେହେରା,ଡି ଏସ୍ ପି, ବବିତା ତ୍ରିପାଠୀ,ଅଧକ୍ଷ୍ୟ ସି ଡବ୍ଲୁ ସି ଅଜନ୍ତା ଶୁଭ ଦର୍ଶିନୀ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିରାମ ହରିଜନ,ଡି ସି ଆକ଼୍ସନ ଏଡ୍ ଫକିର ରାଉତ, ସି ଡବ୍ଲ୍ୟୁ ସି ସଭ୍ୟ,ରବିନ୍ଦ୍ର ପ୍ରଧାନ ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ,ଅନୁଷ୍ଠାନ,ବାଣିଜ୍ୟ ପ୍ରତିଷ୍ଠାନ ର କର୍ମକର୍ତ୍ତା ପ୍ରମୁଖ ଯୋଗଦେଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଆମ୍ବୁଲାନ୍ସ ନଥିବାରୁ ଶିଶୁ ପୁତ୍ରର ଜୀବନ ଗଲା

Sunil Chandra Nayak

ପ୍ରଶାସନ ଆଢ଼ୁଆଳରେ ଦାବକାନି ପ୍ରାଥମିକ ବିଦ୍ୟାଳୟ

masiha

ବରିଷ୍ଠ ସମାଜସେବୀ ଅର୍ଜୁନ ଚାନ୍ଦ ବିୟୋଗ

Sunil Chandra Nayak

Leave a Comment

error: Content is protected !!