ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧନଞ୍ଜୟ ମହାନ୍ତିଙ୍କୁ ସଚେତନ ନାଗରିକ ମଞ୍ଚ ତରଫରୁ ଶ୍ରଦ୍ଧାଞ୍ଜଳି

ରାଉରକେଲା/ ରାଉରକେଲା ର ପ୍ରାକ୍ତନ ବିଧାୟକ ତଥା ପ୍ରାକ୍ତନ ସାଂସଦ ଧନଞ୍ଜୟ ମହାନ୍ତି ଙ୍କ ୧୦୯ତମ ଜୟନ୍ତୀ ଅବସରରେ ସଚେତନ ନାଗରିକ ମଞ୍ଚ ତରଫରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସ୍ବର୍ଗତ ମହାନ୍ତି ଥିଲେ ସୁନ୍ଦରଗଡ ଜିଲ୍ଲା ରାଜନୀତିର ଭଗୀରଥ। ପ୍ରଜାମଣ୍ଡଳର ଅଗ୍ରଣୀ ଯୋଦ୍ଧା ତଥା ନିଷ୍ପେଶିତ ଆଦିବାସୀମାନଙ୍କ ତ୍ରାଣକର୍ତ୍ତା ଭାବେ ସେ ଯେଉଁ କାମ କରିଛନ୍ତି ତାହା ତାଙ୍କୁ ସ୍ମରଣୀୟ କରିଛି ବୋଲି ସଚେତନ ନାଗରିକ ମଞ୍ଚ ର ସାଧାରଣ ସଂପାଦକ ପି ପି ରାୟ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି କହିଛନ୍ତି । ଧନୁବାବୁଙ୍କ ସହ ମିଶି କାର୍ଯ୍ୟ କରିବାର ସୌଭାଗ୍ଯ କୁ ସେ ମନେପକାଇ କହିଲେ ଯେ ସେ ଏକାଧାରରେ ଶ୍ରମିକ, କୃଷକ, ଆଇନଜୀବୀ, ଅଭିନୟ,କ୍ରୀଡା, ସଂଗଠକ ଓ ସର୍ବୋପରି ରାଜନୀତି କ୍ଷେତ୍ରରେ ଯେଉଁ ପରିଚୟ ସୃଷ୍ଟି କରିଥିଲେ ତାହା ଆଜିବି ଅମଳିନ ରହିଛି । ତାଙ୍କ ସହ ବହୁ ବ୍ୟକ୍ତି ଧନୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସ୍ମୃତି ଚାରଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଜୁନାଗଡ଼ ରେ ଭାଜପା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ବନ୍ଧୁଗାଁ ବ୍ଲକରେ ରେକର୍ଡ ସଂଖ୍ୟକ ୩୨୯ ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଉପସ୍ଥିତିରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

masiha

ଗୋଲାମୁଣ୍ଡା: ବିଜୁ ଫୋର ୱେ ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା।ଘଟଣା ସ୍ଥଳରେ ଜଣେ ମୃତ ଦୁଇ ଗୁରୁତର 

masiha

Leave a Comment

error: Content is protected !!