ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ଯୁବ ବିନିମୟ କାର୍ଯ୍ୟକ୍ରମ

ଜିଲ୍ଲା ସ୍ତରୀୟ ଯୁବ ବିନିମୟ କାର୍ଯ୍ୟକ୍ରମ

ଭବାନୀ ପାଟଣା: ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଓ ମାଇ ଭାରତ ଦ୍ୱାରା ଜିଲ୍ଲା ଇ ଟି ସି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଆୟୋଜିତ ଆନ୍ତଃଜିଲ୍ଲା ଯୁବ ବିନିମୟ କାର୍ଯ୍ୟକ୍ରମର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ସମ୍ମାନିତ ଅତିଥି ଭାବେ ଭାରପ୍ରାପ୍ତ କୁଳପତି ଡ. ନିବେଦିତା ନାଥ ମା ମାଣିକେଶ୍ବରୀ ବିଶ୍ଵ ବିଦ୍ୟାଳୟ,ଜିଲ୍ଳା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ଯୁବ ଅଧିକାରୀ ବି . ରମେଶ ନେହରୁ ଯୁବ କେନ୍ଦ୍ର ନବରଙ୍ଗପୁର, ଜିଲ୍ଲା ଯୁବ ଅଧିକାରୀ ନେହରୁ ଯୁବ କେନ୍ଦ୍ର କଳାହାଣ୍ଡି ପ୍ରସନ୍ନ ମେହେର, ଆକାଉଣ୍ଟାଣ୍ଟ ଦୂତୀଆ ବଞ୍ଛୋର୍ ଉପସ୍ଥିତ ଥିଲେ ।

ଅତିଥିମାନେ ସ୍ୱାମୀ ବିବେକାନନ୍ଦଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରାଯାଇଥିଲା। ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ର ଜିଲ୍ଲା ଯୁବ ଅଧିକାରୀ ସମସ୍ତ ଅତିଥିଙ୍କୁ ସ୍ମାରକୀ ପ୍ରଦାନ କରି ସ୍ୱାଗତ କରିଥିଲେ ଏବଂ କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ସୂଚନା ଦେଇଥିଲେ। ଏଥିରେ କଟକ ଜିଲ୍ଳାରୁ ୨୭ଜଣ ଯୁବ ପ୍ରତିଭାଗି ଅଂଶଗ୍ରଣ କରିଥିଲେ।

ମୂଖ୍ୟ ବକ୍ତା ନିବେଦିତା ନାଥ କଳାହାଣ୍ଡି ଓ କଟକ ଜିଲ୍ଲାର ସଂସ୍କୃତି ପରମ୍ପରା ଉପରେ ବିସ୍ତୃତ ଭାବରେ ଅଲୋକପାତ୍ କରିଥଲେ । ଏପରି କାର୍ଯ୍ୟକ୍ରମ ମାଧ୍ୟମରେ ଯୁବପିଢ଼ି ସେମାନଙ୍କର ପ୍ରତିଭା ଏବଂ ନେତୃତ୍ୱ ଦକ୍ଷତାକୁ ନିବିଡ଼ କରିବାର ସୁଯୋଗ ପାଆନ୍ତି। ରାଷ୍ଟ୍ର ନିର୍ମାଣରେ ଯୁବପିଢ଼ିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଏବଂ ଏପରି କାର୍ଯ୍ୟକ୍ରମ ସେମାନଙ୍କୁ ନିଜ ଭିତରେ ଲୁକ୍କାୟିତ ସମ୍ଭାବନାକୁ ଚିହ୍ନିବାରେ ସାହାଯ୍ୟ କରେ ବୋଲି ଉଲ୍ଲେଖ କରିଥିଲେ। ଯୁବ ଅଧିକାରୀ ଶ୍ରୀ ମେହେର ନେହେରୁ ଯୁବ କେନ୍ଦ୍ରର କାର୍ଯ୍ୟ ପ୍ରଣାଳୀ ଉପରେ ଆଲୋକପାତ କରି ଯୁବପିଢ଼ିଙ୍କୁ ଏପରି କାର୍ଯ୍ୟକ୍ରମରେ ଉତ୍ସାହିତ ସହିତ ଅଂଶଗ୍ରହଣ କରିବାକୁ ଆହ୍ୱାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ ଭାବରେ ମଞ୍ଚ ପରିଚାଳନା କରିଥିଲେ ବିନୟ କୁମାର ସାହୁ। ପରିଶେଷରେ ଲେଖପାଳ ଦୂତୀଆ ବଞ୍ଛୋର୍ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ନେହରୁ ଯୁବ କେନ୍ଦ୍ରର ଯୁବ ସ୍ଵେଚ୍ଛାସେବୀ ଶମ୍ଭୁ ବିଶି, ସାଗର ସାହୁ, ଚୁଲମଣି ମାଝୀ, ମନିସ କୁମାର ସାହୁ, ବନ୍ଦିନୀ ମାଝୀ, ପାଙ୍କଜିନି ମାଝୀ ପ୍ରମୁଖ ସହଯୋଗ କରିଥିଲେ। 

( ମ ନି ସ ) 

Related posts

ରାଉରକେଲା ହକର୍ସ ଆସୋସିଏସନ୍ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ

masiha

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଅଭିଯାନ (PMSMA)ର ୧୦ ବର୍ଷ ପୂର୍ତି ଅବସରରେ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଉତ୍ସବ ପାଳିତ

ନୂଆପଡ଼ାରେ ସାମାଜିକ ସୁରକ୍ଷା ଯୋଜନାର ସମୀକ୍ଷା କଲେ ଜିଲ୍ଲାପାଳ l ଜିଲ୍ଲାରେ ଆରମ୍ଭ ହେବ” ଦିବ୍ୟାଙ୍ଗ ସହାୟତା ଅଭିଯାନ” l ପ୍ରଥମ “ଦିବ୍ୟାଙ୍ଗ ମିତ୍ର ପୁରସ୍କାର ” ରେ ପିଲାଲାଲ ଜଗତ ସମ୍ମାନିତ ହେଲେ 

Sunil Chandra Nayak

Leave a Comment

error: Content is protected !!