ଚର୍ଚ୍ଚା ରେ ସରକାରୀ ପ୍ରୟୋଗଶାଳାକୁ ଅସାଧୁ କମ୍ପାନୀ ନାମରେ ମାଲିକାନା କରିଦିଆଯାଉ
ଯୋଡ଼ା/ଭୁବନେଶ୍ୱର:-ରାଜ୍ୟର ଯୋଡ଼ା ଏବଂ କୋଇଡା ଦୁଇ ଖଣି-ମଣ୍ଡଳର ହାଏଗ୍ରେଡ଼ ଖଣିଜ ପଦାର୍ଥର ମାନ ‘ବା’ ଗ୍ରେଡ଼ ନିର୍ଦ୍ଧାରଣ ନିମନ୍ତେ ସରକାରଙ୍କ ପକ୍ଷରୁ ଯୋଡ଼ାରେ ସରକାରୀ ଉପନିର୍ଦ୍ଧେଶକ ରସାୟନ ବିସ୍ଲେସଣ କାର୍ଯ୍ୟାଳୟ ବା ସରକାରୀ ପ୍ରୟୋଗଶାଳା(ଡ଼ିଡ଼ିସିଏ)ଥିବାର ଦେଖିବାକୁ ମିଳେ।ହେଲେ ଯୋଡ଼ାସ୍ଥିତ ସରକାରୀ ଏହି ପ୍ରୟୋଗଶାଳାର ଦାୟତ୍ୱରେ ଡ଼ିଡ଼ିସିଏ ଦାସମାତ ସୋରେନ ଏବଂ ତାଙ୍କର କେବଳ ଦୁଇ ମୁଖ୍ୟ ସହଯୋଗୀ ସସ୍ମିତାକୁ ମୁରଲୀ ଦେ ଦୁର୍ନୀତି’ଅନୀତି କାର୍ଯ୍ୟକଳାପ ତଥା ଗ୍ରେଡ଼ସ୍କାମ ରିପୋର୍ଟ କେବଳ କେତେକ ଅସାଧୁ କମ୍ପାନୀ ହିତ ଦ୍ୱାରା ଉକ୍ତ ପ୍ରୟୋଗଶାଳା ଆଉ ସରକାରୀ ହୋଇ ରହିନାହିଁ। କାରଣ କେବେଠାରୁ ସ୍ଥାନୀୟ କେତେକ ଘରୋଇ କମ୍ପାନୀଙ୍କର କର୍ମଚାରୀ ଅଧୀନକୁ ଯୋଡ଼ା ସରକାରୀ ପ୍ରୟୋଗଶାଳା ଚାଲିଯାଇଥିବା ସହ ପ୍ରାୟ’ଦିନ ଏହି ଘରୋଇ କମ୍ପାନୀର କର୍ମଚାରୀଙ୍କ ସହିତ ପ୍ରୟୋଗଶାଳାର ଡ଼ିଡ଼ିସିଏ, ସସ୍ମିତା ଏବଂ ମୁରଲୀ ଏକତ୍ରିତ ହୋଇ,ନାନାଦି ଦୁର୍ନୀତି’ଅନୀତି ତଥା ଗ୍ରେଡ଼ସ୍କାମ ମହାଦୁର୍ନୀତି କାର୍ଯ୍ୟ ଭିଆଉ ଥିବାର ଦୃଶ୍ୟ ଦେଖିବାକୁ ମିଳେ, ଯାହା ସାଧାରଣ ଖଣିବାସୀ ପ୍ରମାଣିତ ଫୋଟୋ / ଭିଡିଓ ଯୋଡ଼ା ଆସିଥିବା କିମିଟିର ମୁଖ୍ୟ ଶ୍ରୀ ରଜତ କୁମାର କରଙ୍କୁ(ଏଡିଜି)ଗତ ବୁଧବାର ମଧ୍ୟାହ୍ନରେ ଦେଖାଇବା ହୋଇଥିବାର ଜାଣିବାକୁ ମିଳେ।ହେଲେ ଭାରତ’ବର୍ଷର ଯୋଡ଼ା ଏବଂ କୋଇଡା ଦୁଇ ମଣ୍ଡଳର ଲୁହାପଥର ନମୁନା ଗୁଣ୍ଡ ପରୀକ୍ଷା ଯୋଡ଼ା ପ୍ରୟୋଗଶାଳାରେ ହୋଇଲେ ଯାଇ ସରକାରଙ୍କ ରାଜସ୍ୱ ସମୃଦ୍ଧ ହୋଇଥିବା କଥା କିନ୍ତୁ ଡ଼ିଡ଼ିସିଏ ଦାସମାତ ସୋରେନ ଲୁହାପଥର ନମୁନାକୁ ଗୁପ୍ତ ରଖିବା ବଦଳରେ, ନିଜେ ଡ଼ିଡ଼ିସିଏ ଏବଂ ମୁରଲୀ ଓ କମ୍ପାନୀ କର୍ମଚାରୀ ସଭିଏଁ ଏକତ୍ରିତ ହୋଇ କ୍ୟାମେରା ବିହୀନ ଗୃହରେ ଡୁପ୍ଲିକେଟ ପାଉଡର ଗୁଣ୍ଡ ଟ୍ୟୁବରେ ଭର୍ତ୍ତି କରି ପରୀକ୍ଷା କରିବା ଏବଂ ଗୁପ୍ତ ରେଣ୍ଡାମାଇଜେସନ ମେସିନ ଥିବା ସୁଦ୍ଧା ପ୍ରମୁଖ ଚାରି କମ୍ପାନୀର ନମୁନା ପରୀକ୍ଷା କେବଳ ଏକାକୀ ମାତ୍ରାଧିକ ସସ୍ମିତାକୁ ପରୀକ୍ଷା ନିମନ୍ତେ ଦେବାର ମହାଦୁର୍ନୀତି ହୋଇଥିବାରେ,ସରକାରଙ୍କ ରାଜସ୍ୱ ଶଙ୍କଟ ଦେଇ ଗତି କରିବା ହୁଏ।ଏପରିକି ସରକାର ଏବଂ ଖଣି-ନିର୍ଦ୍ଧେଶଳୟ ପକ୍ଷରୁ ଲୁହାପଥର ନମୁନା ପରୀକ୍ଷା ରିପୋର୍ଟ ପାଇବା ନିମନ୍ତେ କମ୍ପାନୀଙ୍କ ପାଇଁ ୱେବ୍ସାଇଟର ସୁବିଧା ଥିବା ସୁଦ୍ଧା ମହିଳା କର୍ମଚାରୀ ନିକଟରେ କମ୍ପାନୀ କର୍ମଚାରୀ ମାଳ’ମାଳ ହୋଇବା ପ୍ରମାଣ କରେ ପ୍ରୟୋଗଶାଳାରେ ନାନାଦି କାର୍ଯ୍ୟ କରିବାରେ ସର୍ବେସର୍ବା ପାଲଟିଛନ୍ତି କେତେକ କମ୍ପାନୀ କର୍ମଚାରୀ। ତେବେ ଦୀର୍ଘ ପ୍ରତ୍ୟକ ମାସ ଧରି ରିସର୍ଚ୍ଚ ଲାବୋରଟରୀରୁ ଜେଡିସିଏ ସୁକାନ୍ତ ମିଶ୍ର ଯୋଡ଼ା ପ୍ରୟୋଗଶାଳାକୁ ଆସିବା ସୁଦ୍ଧା ଏଯାଏ ନାନାଦି ଦୁର୍ନୀତି’ଅନୀତି ତଥା ଗ୍ରେଡ଼ସ୍କାମ ସମ୍ବନ୍ଧୀୟ ଜଣାଇବା ସୁଦ୍ଧା ଅତି ଗେଲ୍ହା କେଉଁ କାରଣରୁ ପାଲଟିଥିବା ଡ଼ିଡ଼ିସିଏ ସୋରେନର ଖୁସି ନିମନ୍ତେ,ଯୋଡ଼ା ପ୍ରୟୋଗଶାଳାକୁ ତାଙ୍କ ପ୍ରିୟ କମ୍ପାନୀର କର୍ମଚାରୀ ଗଣଙ୍କ ନାମରେ ଘୋଷିତ କିମ୍ବା ମାଲିକାନା ଯଥା ସମ୍ଭବ କରିଦିଆଯାଉ,କାରଣ ପ୍ରଳୟଙ୍କାରୀ ଗ୍ରେଡ଼ସ୍କାମ କରିଥିବା ସୁଦ୍ଧା କାର୍ଯ୍ୟାନୁଷ୍ଠାନ ନିମନ୍ତେ ଯଦି ସୋରେନ, ସସ୍ମିତା ଏବଂ ମୁରଲୀ ପ୍ରତି ଯଦି କୌଣସି ସମସ୍ୟା ଉପୁଜୁଛି ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହୁଏରୁ ଜଣାଯାଏ।
ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍

