ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ତହସିଲ ରେ ବିଭିନ୍ନ କାର୍ଯ୍ୟ ବିଳମ୍ବିତ ହେଉଥିବାରୁ ତ୍ୱରାନ୍ୱିତ କରିବା ନେଇ ଜିଲ୍ଲା ଆଇନ ଜୀବୀ ସଂଘ ର ଆଲୋଚନା

ତେନ୍ତୁଳିଖୁଣ୍ଟି -୦୪/୦୨/୨୩ – ଜିଲ୍ଲା ଆଇନଜୀବୀ ସଂଘ ତରଫରୁ ସଭାପତି ନରସିଂହ ନାଥତ୍ରିପାଠୀ ଓ ସମ୍ପାଦକ ରାମପ୍ରସାଦ ପାତ୍ର ଆଜି ତେନ୍ତୁଳିଖୁଣ୍ଟି ତହସିଲ୍ କାର୍ଯ୍ୟାଳୟ ଯାଇ ତହସିଲଦାର ପ୍ରଦୀପ କର ଙ୍କ ସହ ଆଲୋଚନା କରିଥିଲେ। ଡିମାର୍କେସନ, ୧୦୭ ସି. ଆର୍. ପି. ସି. ଭଳି ତହସିଲ ର ବିଭିନ୍ନ କାମ ଗୁଡିକ ଅହେତୁକ ବିଳମ୍ବ କରାଯାଉଥିବା ଯୋଗୁଁ ତହସିଲଦାର ଯଥାଶୀଘ୍ର ଏଗୁଡ଼ିକ ପ୍ରତି ଦୃଷ୍ଟି ଦେବାକୁ କହିଥିଲେ । ସଂଘ ସଭାପତି ଶ୍ରୀ ନରସିଂହ ନାଥ ତ୍ରିପାଠୀ, ସମ୍ପାଦକ ରାମ ପ୍ରସାଦ ପାତ୍ର, ଉପ-ସଭାପତି ବିଧୁ ଶେଖର ତ୍ରିପାଠୀ, କାର୍ଯ୍ୟକାରିଣୀ ସଦସ୍ୟ ରବୀନ୍ଦ୍ର ଜଗନ୍ନାଥ ନାୟକ, ଆଇନଜୀବୀ ସନ୍ତୋଷ ନାୟକ ଓ ବିନୟ ପ୍ରକାଶ ଛାତି ଏହି ଆଲୋଚନା ରେ ଯୋଗଦେଇ ଥିଲେ ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ପ୍ରଶାସନ ସରକାରୀ ଯାଗା ଉପରୁ ଭାଙ୍ଗିଲା ଘର 

Sunil Chandra Nayak

ତୈଳ ଓ ରନ୍ଧନ ଗ୍ୟାସ ଯୋଗାଣ ରେ ସୃଷ୍ଟି ହୋଇଥିବା ଅସ୍ଥିରତାକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ 

ଗ୍ରାମପଥ ର କବି ବିନୋଦ ଚନ୍ଦ୍ର ନାୟକଙ୍କ ଜୟନ୍ତୀ ପାଳନ

Sunil Chandra Nayak

Leave a Comment

error: Content is protected !!