ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ତହସିଲ ରେ ବିଭିନ୍ନ କାର୍ଯ୍ୟ ବିଳମ୍ବିତ ହେଉଥିବାରୁ ତ୍ୱରାନ୍ୱିତ କରିବା ନେଇ ଜିଲ୍ଲା ଆଇନ ଜୀବୀ ସଂଘ ର ଆଲୋଚନା

ତେନ୍ତୁଳିଖୁଣ୍ଟି -୦୪/୦୨/୨୩ – ଜିଲ୍ଲା ଆଇନଜୀବୀ ସଂଘ ତରଫରୁ ସଭାପତି ନରସିଂହ ନାଥତ୍ରିପାଠୀ ଓ ସମ୍ପାଦକ ରାମପ୍ରସାଦ ପାତ୍ର ଆଜି ତେନ୍ତୁଳିଖୁଣ୍ଟି ତହସିଲ୍ କାର୍ଯ୍ୟାଳୟ ଯାଇ ତହସିଲଦାର ପ୍ରଦୀପ କର ଙ୍କ ସହ ଆଲୋଚନା କରିଥିଲେ। ଡିମାର୍କେସନ, ୧୦୭ ସି. ଆର୍. ପି. ସି. ଭଳି ତହସିଲ ର ବିଭିନ୍ନ କାମ ଗୁଡିକ ଅହେତୁକ ବିଳମ୍ବ କରାଯାଉଥିବା ଯୋଗୁଁ ତହସିଲଦାର ଯଥାଶୀଘ୍ର ଏଗୁଡ଼ିକ ପ୍ରତି ଦୃଷ୍ଟି ଦେବାକୁ କହିଥିଲେ । ସଂଘ ସଭାପତି ଶ୍ରୀ ନରସିଂହ ନାଥ ତ୍ରିପାଠୀ, ସମ୍ପାଦକ ରାମ ପ୍ରସାଦ ପାତ୍ର, ଉପ-ସଭାପତି ବିଧୁ ଶେଖର ତ୍ରିପାଠୀ, କାର୍ଯ୍ୟକାରିଣୀ ସଦସ୍ୟ ରବୀନ୍ଦ୍ର ଜଗନ୍ନାଥ ନାୟକ, ଆଇନଜୀବୀ ସନ୍ତୋଷ ନାୟକ ଓ ବିନୟ ପ୍ରକାଶ ଛାତି ଏହି ଆଲୋଚନା ରେ ଯୋଗଦେଇ ଥିଲେ ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଟିପିଏସ୍ଓଡିଏଲ୍ ତରଫରୁ ଛାତ୍ରବୃତ୍ତି ଏବଂ ଦକ୍ଷତା ବିକାଶ ମାଧ୍ୟମରେ ମହିଳା ସଶକ୍ତିକରଣ ଦିଗରେ ଅଭିନବ ପଦକ୍ଷେପ

Sunil Chandra Nayak

କେନ୍ଦ୍ରାପଡାରେ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

masiha

ନବରଙ୍ଗପୁର ଜିଲ୍ଲାର ବାର୍ଷିକ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଏବଂ ଅନୁଷ୍ଠାନର ମୁଖପତ୍ର ଷୋଡ଼ଶ ଶ୍ରୀତୁଳସୀ ପତ୍ରିକା ଉନ୍ମୋଚନ ଉତ୍ସବ -୨୦୨୪ 

masiha

Leave a Comment

error: Content is protected !!