ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାଉରକେଲା ପୋଲିସର ଚଢାଉରେ ୧ କିଲୋ ୬୦୦ ଗ୍ରାମ ଗଞ୍ଜେଇ ସହ ଜଣେ ଗିରଫ୍

ରାଉରକେଲା ପୋଲିସର ଚଢାଉରେ ୧ କିଲୋ ୬୦୦ ଗ୍ରାମ ଗଞ୍ଜେଇ ସହ ଜଣେ ଗିରଫ୍

ରାଉରକେଲା : ପୋଲିସ ପକ୍ଷରୁ ଚଢାଉ କରାଯାଇ ୧ କିଲୋ ୬୦୦ ଗ୍ରାମ ଗଞ୍ଜେଇ ସହିତ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଗିରଫ କରାଯାଇଥିବା ବ୍ଯକ୍ତି ହେଲେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ସୁରକାପଙ୍ଗା ଗ୍ରାମର ଟିକେଶ୍ୱର ମହାନନ୍ଦ (୩୭)। 

          ସୂଚନା ଅନୁସାରେ ଆଜି ୨୫ ତାରିଖ ଅପରାହ୍ନ ୧ଟା ୦୫ ସମୟରେ ସେକ୍ଟର-୭ ଥାନାର ସବ୍ଇନିସପେକ୍ଟର ରାକେଶ କୁମାର ସ୍ୱାଇଁ ନଭେମ୍ବର ୨୫ ସକାଳ ୬ଟା ସମୟରେ ଅନ୍ୟ ପୋଲିସ କର୍ମଚାରୀଙ୍କ ସହିତ ସକାଳ ପେଟ୍ରୋଲିଂ ଡ୍ୟୁଟି କରୁଥିବା ସମୟରେ ଖବର ପାଇଥିଲେ ଯେ ଇସ୍ପାତ ଫୁଟବଲ୍ ଷ୍ଟାଡିୟମ ନିକଟରେ କେହି ଜଣେ ବେଆଇନ ଗଞ୍ଜେଇ ଚାଲାଣ କରୁଥିବା ସୂଚନା ପାଇଥିଲେ। ଏହି ସୂଚନା ପାଇବା ପରେ ଏସଆଇ ଆର କେ ସ୍ଵାଇଁ ଏବଂ ଅନ୍ୟାନ୍ୟ ପୋଲିସ୍ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ଦେଖିଲେ ଯେ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଥାନା ଅଧିନସ୍ଥ ସୁରକାପଙ୍ଗା ଗ୍ରାମର ଟିକେଶ୍ୱର ମହାନନ୍ଦ (୩୭) ବେଆଇନ ଭାବରେ ଗୋଟିଏ ପ୍ଲାଷ୍ଟିକ ବ୍ଯାଗରେ ୧ କେଜି ୬୦୦ ଗ୍ରାମ ଚୋରା ଗଞ୍ଜେଇ ନେଇ ବିକ୍ରୟ ପାଇଁ ଯାଉଥିଲେ। ତେଣୁ ଜଣେ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ୍ ଏବଂ ସାକ୍ଷୀଙ୍କ ଉପସ୍ଥିତିରେ ଅଭିଯୁକ୍ତ ଟିକେଶ୍ୱର ମହାନନ୍ଦଙ୍କ ଠାରୁ ଉକ୍ତ ଗଞ୍ଜେଇକୁ ଜବତ କରାଯାଇଥିଲା। ଅଭିଯୁକ୍ତ ଟିକେଶ୍ୱର ମହାନନ୍ଦ (୩୭)ଙ୍କୁ ନଭେମ୍ବର ୨୫ ତାରିଖ ଅପରାହ୍ନ ୨ଟା ୩୦ ସମୟରେ ଗିରଫ କରାଯାଇଥିଲା ଏବଂ କୋର୍ଟକୁ ପଠାଯାଇଥିଲା

     ଅଭିଯୁକ୍ତଙ୍କ ନିକଟରୁ ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ପ୍ଲାଷ୍ଟିକ୍ ବ୍ୟାଗରେ ଥିବା ୧ କେଜି ୬୦୦ ଗ୍ରାମ ଗଞ୍ଜେଇ, ଗୋଟିଏ ଟେକ୍ନୋ ସ୍ପାର୍କ ୧୦ସି ମୋବାଇଲ୍ ଏବଂ ନଗଦ ୭୫୦ ଟଙ୍କା ଜବତ କରାଯିବା ସହିତ ୧୯୮୫ ଏନଡିପିଏସ୍ ଆକ୍ଟ ୨୦(ବି) (ii)ରେ ସେକ୍ଟର-୭ ଥାନାରେ କେସ୍ ନମ୍ବର ୨୬୮ ରୁଜୁ କରାଯାଇ ଟିକେଶ୍ୱର ମହାନନ୍ଦିଆକଙ୍କୁ କୋର୍ଟଚାଲାଣ କରାଯାଇଛି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଭିଜିଲାନ୍ସ ଜାଲରେ ଡାବୁଗାଁ ଥାନା ପୋଲିସ ଏଏସଆଇ 

masiha

କଲମପୁର ରୁ ଗିରଫ ହେଲା ୧୦ ବର୍ଷ ରୁ ଅଧିକ ବର୍ଷ ଧରି ଫେରାର ଅଭିଯୁକ୍ତ

ଜୁଆ ଆଡ୍ଡା ଉପରେ ଚଢ଼ଉ,ପାଞ୍ଚ ଗିରଫ, ନଗଦ ଟଙ୍କା ଜବତ

Sunil Chandra Nayak

Leave a Comment

error: Content is protected !!