ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋ ସ୍କୁଲ ପକ୍ଷରୁ ମେଦିନୀପୁର ରେ ଅନୁଚିନ୍ତନ କାର୍ଯକ୍ରମ -୨୦୨୩

ଭବାନୀପାଟଣା:- ତା ୨୪.୦୨.୨୩ ଭବାନୀପାଟଣା ବ୍ଲକ୍ ଅର୍ନ୍ତଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ମେଦିନୀପୁର ରେ ମୋ ସ୍କୁଲ ପକ୍ଷରୁ ବିଦ୍ୟାଳୟସ୍ତରୀୟ ଅନୁଚିନ୍ତନ କାର୍ଯ୍ୟକ୍ରମ -୨୦୨୩ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ପ୍ରଦୀପ କୁମାର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ଵବଧାନ ଓ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ର ଛାତ୍ର-ଛାତ୍ରୀ , ଛାତ୍ର-ଅବିଭାବକ, ପୁରାତନ ଛାତ୍ର ସଂସଦ , ବିଦ୍ୟାଳୟ ପରିଚାଳନା କମିଟୀ ,ଜନ ପ୍ରତିନିଧି ସହ ସମସ୍ତ ଜନମାନସ ଙ୍କର ଆନ୍ତରିକ ଓ ନିରବିଛିନ୍ନ ସହଯୋଗ କ୍ରମେ ଗାଁ ବିଦ୍ୟାଳୟ ନବିକରଣ, ସୁସ୍ଥ ଓ ସୁନ୍ଦର ପରିବେଶ ସୃଷ୍ଟି, ଶତପ୍ରତିଶତ ସମସ୍ତ ଛାତ୍ରଛାତ୍ରୀଙ୍କ ଶିକ୍ଷାଗ୍ରହଣ ସର୍ବୋଚ ପରି ବିଦ୍ୟାଳୟର ସାମଗ୍ରୀକ ଉନ୍ନତି ହୋଇ ବିଦ୍ୟାଳୟ ଏକ ମନ୍ଦିର ସଦୃଶ୍ୟ ହୋଇ ପାରିବ ବୋଲି କାର୍ଯ୍ୟକ୍ରମରେ ଯୋଗଦାନ କରି ପ୍ରବିଣ ଶିକ୍ଷାବିତ ବଳଭଦ୍ର ମିଶ୍ର ଆଲୋଚନା କରିଥିଲେ । ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭଉଦ୍ଘାଟନ କରି ଶ୍ରୀଯୁକ୍ତ ମିଶ୍ର ଶିକ୍ଷା-ଶିକ୍ଷାୟତନ ର ଅଭିବୃଦ୍ଧି ନିମନ୍ତେ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମର ଭୁରୀୟ ପ୍ରଶଂସା କରିଥିଲେ। ସମ୍ମାନୀତ ଅତିଥିଭାବେ ବିଦ୍ୟାଳୟ ପରିଚାଳନା କମିଟୀ ଅଧକ୍ଷା ମଞ୍ଜୁରୀ ନାଗ , ଉପାଧ୍ଯକ୍ଷ ଆଶିସ୍‌ପଣ୍ଡା , ସଦସ୍ୟା ବିଦୁମତୀ ସୁନାନୀ, ସିଆରସି ତୁଳସୀ ରାମ ସାହୁ ପ୍ରମୁଖ ଯୋଗଦାନ କରି ବିଦ୍ୟାଳୟର ସାମ ଗ୍ରୀକ ଉନ୍ନତୀ ନିମନ୍ତେ ସମସ୍ତେ ମିଳିତ ହୋଇ ଉସର୍ଗୀକୃତ କାର୍ଯ୍ୟ କରିବାପାଇଁ ମତବ୍ୟକ୍ତ କରିଥିଲେ ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ବରିଷ୍ଟ ଶିକ୍ଷୟିତ୍ରୀ କଲ୍ୟାଣୀ ଦାଶ ଓ ଲକ୍ଷ୍ମୀବଗର୍ତ୍ତୀ ସଂଯୋଜନା କରିଥିଲେ। ଏହି ବର୍ଣ୍ଣାତ୍ୟ କାର୍ଯ୍ୟକ୍ରମରେ ନିଜର ଉତ୍ସର୍ଗୀକୃତ ସେବା ବିଦ୍ୟାଳୟ କୁ ଦେଇ ପଦନ୍ନୋତି କାରଣ ଗୁ ଅନ୍ୟତ୍ର ବଦଳୀ । ହୋଇ ଯାଉଥିବାରୁ ଶିକ୍ଷୟିତ୍ରୀ ଜୋତ୍ସ୍ନାମୟୀ ଦୋରା ଙ୍କୁ ମାନପତ୍ର ଏବଂ ଉତରୀୟ ଦେଇ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ସହ କର୍ମୀ, ପରିଚାଳନ କମିଟି ଏବଂ ସର୍ବୋ ପରି ଛାତ୍ର-ଛାତ୍ରୀ ଙ୍କ ଠାରୁ ସମ୍ମାନ ପାଇ ଶ୍ରୀମତୀ ଦୋରା ଭାବବିହୂଳ ହୋଇ କାନ୍ଦି ପଳାଇଥିଲେ ଏବଂ ମେଦିନୀପୁର ବିଦ୍ୟାଳୟ ର ସାମଗ୍ରୀକ ଉନ୍ନତିରେ ନିଜେ ଜଣେ ସହଯୋଗୀ ହୋଇ ରହିବେ ବୋଲି ସଂକଳ୍ପ ନେଇଥିଲେ । ଶିକ୍ଷୟିତ୍ରୀ ସଂଯୁକ୍ତା ଦାଶ, ନଶାମଣୀ ଦେଇ , ସୁଚେତା ଦାଶ, ସଭ୍ୟା ମଞ୍ଜରୀ ପଟନାୟକ ଓ ପ୍ରତିଭା ଦାଶ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିବା ସ୍ଥଳେ ବିଦ୍ୟାଳୟ କ୍ୟାପଟେନ ସୁଶ୍ରୀ କୌଶଲ୍ୟା ପୁଟେଲ ଧନ୍ୟବାଦ୍‌ ଅର୍ପଣ କରିଥିଲେ ।

ମସିହା ନିଉଜ ସର୍ଭିସ୍ 

Related posts

୫୫ନଂ ଜାତୀୟ ରାଜପଥ ସିମିନଈ ପଞ୍ଚୁପଟି ନିକଟରେ ଦୁର୍ଘଟଣା

Sunil Chandra Nayak

ଆର କେ ଜୁନିୟର କଲେଜରେ”ସଡ଼କ ସୁରକ୍ଷା ସଚେତନତା” କାର୍ଯ୍ୟକ୍ରମ

masiha

ଧର୍ମଗଡ ଓକିଲ ସଂଘ ପକ୍ଷରୁ ସ୍ବାଭିମାନ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!