ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁରରେ ଡଃ ସଦାଶିବ ତ୍ରିପାଠୀ ଜୟନ୍ତୀ ପାଳିତ

ନବରଙ୍ଗପୁର ତା 21/4(ମସିହା)ନବରଙ୍ଗପୁର ମାଟିର ଯୋଗ୍ୟ ତମ ସନ୍ତାନ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ଓଡିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ ସଦାଶିବ ତ୍ରିପାଠୀଙ୍କ 113 ତମ ଜୟନ୍ତୀ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସଦର ମହକୁମା ନବରଙ୍ଗପୁର ଠାରେ ମହାସମାରୋହରେ ପାଳନ ହୋଇଯାଇଛି ।ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ତାନୀୟ ସଦାଶିବ ତ୍ରିପାଠୀ ପାର୍କ ସ୍ଥିତ ଡକ୍ଟର ସଦାଶିବ ତ୍ରିପାଠୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।ଏଥିରେ ମୁଖ୍ୟ ଅତିଥିଭାବେ ମାନ୍ୟବର ଲୋକସଭା ସାଂସଦ ରମେଶ ଚନ୍ଦ୍ର ମାଝୀ,ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ ନବରଙ୍ଗପୁର ସଦାଶିବ ପ୍ରଧାନୀ, ଆରକ୍ଷୀ ଅଧୀକ୍ଷକ ଏସ୍,ସୁଶ୍ରୀ,ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ,ପୌରପାଳିକା ନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ୍, କେଦାରନାଥ ତ୍ରିପାଠୀ, ଡକ୍ଟର ବିଜୟ କୁମାର ମିଶ୍ର, ବିଜୟ କୁମାର ଚୌଧୁରୀ,ଯୋଗଦେଇ ଡକ୍ଟର ସଦାଶିବ ତ୍ରିପାଠୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ମାଲ୍ୟାର୍ପଣ ସମାରୋହରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି,ଅନୁଷ୍ଠାନ ର କର୍ମକର୍ତ୍ତା, ଗଣମାଧ୍ୟମ ର ପ୍ରତିନିଧି ଯୋଗଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ମାଲ୍ୟାର୍ପଣ କାର୍ଯ୍ୟକ୍ରମର ସମାପନ ପରେ ସ୍ଥାନୀୟ ରାଜା ଚୈତନ୍ୟ ଦେବ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ ଲୋକସଭା ରମେଶ ଚନ୍ଦ୍ର ମାଝୀ, ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ ନବରଙ୍ଗପୁର ସଦାଶିବ ପ୍ରଧାନୀ, କେଦାରନାଥ ତ୍ରିପାଠୀ, ମୁନ୍ନା ତ୍ରିପାଠୀ , ନିରଞ୍ଜନ ମିଶ୍ର, ବିଜୟ ଚୌଧୁରୀ, ଜେମାମଣି ବିଶୋଇ,ଶିରାକ ଉଦ୍ଦିନ,ମୁଖ୍ୟ ବକ୍ତା ଭାବେ ଡକ୍ଟର ବିଜୟ ମିଶ୍ର, ଯୋଗଦେଇ ଡକ୍ଟର ତ୍ରିପାଠୀ ଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରି ତାଙ୍କର ସ୍ମୃତି ଚାରଣ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ମାଝୀ ତାଙ୍କ ବକ୍ତବ୍ୟରେ ସଦାଶିବ ତ୍ରିପାଠୀଙ୍କ ଆଦର୍ଶ, ସରଳ, ନିଷ୍ଠା,ତ୍ୟାଗ ଜୀବନୀ ଉପରେ ଉଲ୍ଲେଖ କରି ଆଜିର ଯୁବପିଢ଼ି, ଛାତ୍ର ଛାତ୍ରୀ ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ଆହ୍ଵାନ ଦେଇଥିଲେ। ସମ୍ମାନିତ ଅତିଥି ଶ୍ରୀ ପ୍ରଧାନି ତାଙ୍କ ବକ୍ତବ୍ୟରେ ଡକ୍ଟର ସଦାଶିବ ତ୍ରିପାଠୀ କିପରି ଶିକ୍ଷକ ଚାକିରୀ ଛାଡି ସ୍ଵାଧୀନତା ସଂଗ୍ରାମ ରେ ଝାସ ଦେଇ ଇଂରେଜ ବିରୁଦ୍ଧରେ ଲଢ଼େଇ କରି ଜେଲ୍ ଯିବା ସହିତ ରାଜ୍ୟ ରାଜନୀତିରେ ସୁନାମ ଅର୍ଜନ କରିବା ସହିତ ଓଡିଶାର ମୁଖ୍ୟମନ୍ତ୍ରୀ ହୋଇପାରିଥିଲେ ସେସମ୍ପର୍କରେ ଆଲୋକପାତ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରଇତ ମହାନ୍ ଆତ୍ମା ଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଛାତ୍ର ଛାତ୍ରୀ, ଯୁବ ପିଢି, ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ପରାମର୍ଶ ଦେଇଥିଲେ। ବକ୍ତା ଡକ୍ଟର ମିଶ୍ର, ଡକ୍ଟର ତ୍ରିପାଠୀ ଙ୍କ ଆଦର୍ଶ ଆତ୍ମ ଜୀବନୀ ଉପରେ ଆଲୋକପାତ କରିଥିଲେ। ଡକ୍ଟର ସଦାଶିବ ତ୍ରିପାଠୀଙ୍କ ଆଦର୍ଶ ଜୀବନୀ ବିଦ୍ୟାଳୟ ପାଠ୍ୟ ପୁସ୍ତକ ରେ ସ୍ଥାନ ପାଇଲେ ଛାତ୍ର ଛାତ୍ରୀ ତାଙ୍କ ବିଷୟରେ ଅଧିକ ଜାଣିବା ପାଇଁ ସୁଯୋଗ ପାଇ ପାରନ୍ତେ ,ଏଥିପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ କୁଇଜ୍ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଇଥିଲା। ଏସବୁ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ ପରିଚାଳନା କରିଥିଲେ।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିରାମ ହରିଜନ,ପ୍ରଧାନ ଶିକ୍ଷୟିତ୍ରୀ ଶକୁନ୍ତଳା ମହାନ୍ତି, ମନୋଜ କୁମାର ପଟ୍ଟନାୟକ, ଦିଲୀପ କୁମାର ମଲ୍ଲିକ, ଶିକ୍ଷକ,ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ,ବରିଷ୍ଟ ନାଗରିକ, ଗଣମାଧ୍ୟମ ର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।ଶେଷରେ ମନୋଜ କୁମାର ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ନର୍ଲା ଓକିଲ ସଂଘ ର ନିର୍ବାଚନ 

masiha

ବିଶିଷ୍ଟ ଶିକ୍ଷାବିତ୍ ଜଗଦୀଶ ଦାସଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଂଜଳି ଅର୍ପଣ 

masiha

Preparatory Meeting Held for the Celebration of the 3rd Death Anniversary of Smt.Sanjukta Devi.

Sunil Chandra Nayak

Leave a Comment

error: Content is protected !!