ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଖିଳ ଭାରତୀୟ ସାହିତ୍ୟ ପରିଷଦର ମାସିକ ସାହିତ୍ୟ ଆସର 

ଅଖିଳ ଭାରତୀୟ ସାହିତ୍ୟ ପରିଷଦର ମାସିକ ସାହିତ୍ୟ ଆସର 

ଶ୍ରୀଜଗନ୍ନାଥ ଚେତନା ମାନବ ସମାଜକୁ ରସାମୃତ କରିଛି 

ରାଉରକେଲା: ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲା ଶାଖା ଓ ରାଉରକେଲା କଲେଜ, ରାଉରକେଲାର ମିଳିତ ଆନୁକୂଲ୍ୟରେ ମାସିକ ସାରସ୍ଵତ ସମାବେଶ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ତଥା ରାଉରକେଲା କଲେଜର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନାଙ୍କ ସଭାପତିତ୍ବ ଓ କରୁଣାକର ପାଟ୍ଟଶାଣୀଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଲୋଚ୍ୟ ବିଷୟ ଶ୍ରୀଜଗନ୍ନାଥ ଚେତନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବିଷୟ ବିଶେଷଜ୍ଞ ଭାବେ ବିଶିଷ୍ଟ ଆଲୋଚକ ସଞ୍ଜୀବ କୁମାର ଭୋଇ ଯୋଗଦେଇ ଏକ ମାର୍ମିକ ଆଲୋଚନା କରିବା ସହ ଶ୍ରୀଜଗନ୍ନାଥ ଚେତନା ମାନବ ସମାଜକୁ ରସାମୃତ କରିଛି ବୋଲି ମତ ରଖିଥିଲେ। ସେ ତାଙ୍କ ବକ୍ତବ୍ୟରେ ଶ୍ରୀମନ୍ଦିରର ବାଇଶି ପାହାଚ, ଚନ୍ଦନଯାତ୍ରା, କାଞ୍ଚି ଅଭିଯାନ, ଗଉଡ-ଗୁଡିଆ ହାତରୁ ଦହି-ସରବତ ଖାଇବା ପରମ୍ପରା,ଈଶାନେଶ୍ବର ମନ୍ଦିର, ଶ୍ରୀମନ୍ଦିର ପୁଷ୍ପ ବାଟିକା, ଛପନଭୋଗ, ଲକ୍ଷ୍ମୀ ଓ ଶ୍ରୀ ଜଗନ୍ନାଥ, ଜଗନ୍ନାଥ ବିମଳାଙ୍କୁ କୋଳରେ ବସାଇ ସାଧନା, ଶଙ୍ଖକ୍ଷେତ୍ର, ହାତୀ ବେଶ, ସ୍ନାନ ପୂର୍ଣ୍ଣିମା ଓ ପ୍ରତୀକ ସ୍ନାନ, ଅବକାଶ ନୀତି, ସକାଳ ଭୋଗ, ବଲ୍ଲଭ ଭୋଗ, ଭୋଗ ପ୍ରସାଦ, ମହାପ୍ରସାଦ, ରୋଷଶାଳ, ଶ୍ରୀମନ୍ଦିରରେ ସେବାୟତ, ପଟ୍ଟଦିଅଁ, ଆଡପ ଅଭଡ଼ା,ବାଘ ପାଟିଆ, ଗରୁଡଙ୍କୁ ଆରିସା କୋରା ଭୋଗ, ଗୀତଗୋବିନ୍ଦ ଓ ତିଳଛ ମହାପାତ୍ରଙ୍କ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।ମହାନଗର ସମ୍ପର୍କ ପ୍ରମୁଖ ଧରିତ୍ରୀ ପାଇକରାୟଙ୍କ ସ୍ବାଗତ ଭାଷଣ ଓ ସଂଯୋଜନା ତଥା ମାଧବ ନଗର ଶାଖା ସଭାପତି ବ୍ରଜେନ୍ଦ୍ର ଦାଶ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲା ବେଳେ ସଭାପତି ଡ. ଜେନା ସମାବେଶର ଆଭିମୁଖ୍ୟ ଓ ଆଲୋଚ୍ୟ ବିଷୟ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ। ରାଉରକେଲା କଲେଜର ଓଡ଼ିଆ ବିଭାଗର ପ୍ରାକ୍ତନ ଛାତ୍ରୀ ଅପର୍ଣ୍ଣା ପାହାରୀ ଭିତ୍ତି ପ୍ରବନ୍ଧ ପାଠ କରିଥିଲାବେଳେ ଅନୁଷ୍ଠାନର ଉପସଭାପତି ଗାଳ୍ପିକା ସୁଜାତା ପ୍ରଧାନ ‘ଭୁଲ’ ଶୀର୍ଷକ ଗଳ୍ପ ପାଠ କରିଥିଲେ। ଦ୍ବିତୀୟ ଅଧିବେଶନରେ ପରିଷଦର ରାଉରକେଲା ଶାଖା ସଂଗଠନ ସମ୍ପାଦକ କବି କୁଞ୍ଜବିହାରୀ ରାଉତଙ୍କ ସଭାପତିତ୍ବରେ ଆୟୋଜିତ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ମାଧବ ନଗର ଶାଖାର ସହ-ସମ୍ପାଦକ ଡଃ ଶକୁନ୍ତଳା ନାୟକ ଗୁପ୍ତା ପ୍ରାକ୍ ସୂଚନା ପ୍ରଦାନ କରିଥିଲେ। ସୌମ୍ୟରଂଜନ ମହାନ୍ତି ଓ ଶ୍ରେୟସୀ ସହୁଙ୍କ ସଂଯୋଜନାରେ ଅଳକା ମହାନ୍ତି, ପ୍ରିୟଙ୍କା ପଲେଇ, ମୋନାଲିସା ବେହେରା, ଡ. ଶକୁନ୍ତଳା ନାୟକ ଗୁପ୍ତା, ଅଜୟ କୁମାର ମହାନ୍ତି, ବିଭୁ ନାୟକ, ରମାକାନ୍ତ ସାମଲ, ଶ୍ବେତ କୁମାର ବେହେରା, ଗାୟତ୍ରୀ ଦାସ, ଲଳିତା ବେହେରା, ବ୍ରଜେନ୍ଦ୍ର ଦାଶ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ। ଶେଷରେ ମାଧବ ନଗର ଶାଖାର ସଂଗଠନ ସମ୍ପାଦକ ସୁଶାନ୍ତ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଅଜୟ କୁମାର ପାଣି, କାଶୀନାଥ ନନ୍ଦୀ, କରୁଣାକର ପାଟ୍ଟଶାଣୀ, ଶ୍ବେତା ପରିଡ଼ା, ପ୍ରୀତି ସିଂ, ଦେବସ୍ମିତା ପଟ୍ଟନାୟକ, ଲକି ପାହାରୀ, ରେଣୁବାଳା ଦାସ, ପ୍ରଭାତ କୁମାର ଦାସ, ଗୈାତମ ଦାସ, ଶ୍ରୀଧର ସୁନା, ଅଜୟ କୁମାର ବେହେରା, ଆଭାଷ କୁମାର ହୋତା, ମନୋଜ କୁମାର ଚୌଧୁରୀ, ପୁଷ୍ପା ରାଣୀ ପଟେଲ ପ୍ରମୁଖ ଉପସ୍ଥିତ ରହି ସମାବେଶକୁ ସଫଳ କରାଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କୃଷ୍ଣାନନ୍ଦପୁର ଫାଣ୍ଡିକୁ ଥାନାର ମାନ୍ୟତା, ଭିଡିଓ କନଫରେନ୍ସରେ ମୁଖ୍ୟମନ୍ତ୍ରୀ କଲେ ଉଦ୍ଘାଟନ

Sunil Chandra Nayak

ବାଦାମପାହାଡ ସରସ୍ବତୀଶିଶୁ ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

Sunil Chandra Nayak

ନର୍ଲାବ୍ଲକ୍ ରେ ଫାଇଲେରିଆ ନିରାକରଣ ନିମନ୍ତେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ

masiha

Leave a Comment

error: Content is protected !!