ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁମ୍ଭିକୋଟା , କୁଟୁଳି ଓ ନାକିଟିରେ ବୁଲିଲା ବିକାଶ ବାହନ

କୁମ୍ଭିକୋଟା , କୁଟୁଳି ଓ ନାକିଟିରେ ବୁଲିଲା ବିକାଶ ବାହନ 

ରାୟଗଡ ତା ୧୩-୬-୨୦୨୫ —   ରାୟଗଡ ବ୍ଳକର କୁମ୍ଭିକୋଟା , କୁଟୁଳି ଓ ନାକିଟି ଗ୍ରାମ ପଞ୍ଚାୟତ ରେ ଶୁକ୍ରବାର ବିକାଶ ବାହନ ଜନ ସଚେତନତା ସୃଷ୍ଟି ନିମନ୍ତେ ପ୍ରଚାର ଓ ପ୍ରସାର କରିଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଜିତ କୁମାର ମିଶ୍ର, ଏବିଡିଓ କାଳୁ ଚରଣ ନାୟକ ଓ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀ ବହୁ ସଂଖ୍ୟାରେ ବିକାଶରଥକୁ ସ୍ବାଗତ କରିଥିଲେ। ନାଚଗୀତର ମୁର୍ଛନାରେ ମୁଖରିତ ସଭାସ୍ଥଳରେ ସରକାରଙ୍କ ବହୁମୂଖୀ ଯୋଜନା ଗୁଡିକ ବିଷୟରେ ଜନସଚେତନତା ସୃଷ୍ଟି କରାଯାଇଥିଲା। ଅନବରତ ଅନ୍ତଦ୍ୱନ୍ଦ ଗୃହ ଯୋଜନାରେ ଜଣେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ, ଛପନ ଜଣଙ୍କୁ ନୂତନ ଜବକାର୍ଡ, ତିନି ଜଣଙ୍କୁ ନୂତନ ରେସନ କାର୍ଡ, ସି ଏମ କିସାନ ଯୋଜନାରେ ଏକ ହଜାର ପଚିଶି ଜଣଙ୍କୁ ନୂତନ କାର୍ଡ ଓ ଏକଶତ ଲୋକଙ୍କୁ ଚାରା ବଣ୍ଟନ ସହ ବୃକ୍ଷରୋପଣ କରାଯାଇଥିଲା । ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗ ଦେଇ ନିଜ ନିଜର ସୁବିଧା ସୁଯୋଗ ବିଷୟରେ ଆଲୋଚନା କରିଥିଲେ। ଏହାର ସୁପ୍ରଭାବ ଧିରେ ଧିରେ ଲୋକଙ୍କ ଉପରେ ପଡୁଥିବା ବ୍ଲକ ନୋଡାଲ ଅଧିକାରୀ କାଳୁ ଚରଣ ନାୟକ କହିଛନ୍ତି । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଶାନ୍ତି ଶକ୍ତି ଭବନରେ ନଶାମୁକ୍ତ ଭାରତ–ବିକଶିତ ଭାରତ’ ଅଭିଯାନ ଉଦଘାଟିତ 

Sunil Chandra Nayak

ଗାନ୍ଧୀ ମଣିଷ ମହାନ୍ ଜନନାୟକ ଦୋଳ ଗୋବିନ୍ଦ ପ୍ରଧାନଙ୍କ ଜନ୍ମ ଶତ ବାର୍ଷିକ ଉତ୍ସବ ପାଳିତ 

Sunil Chandra Nayak

କାଳୀକୃଷ୍ଣ ସଂଘର ନୂଆଁଖାଇ ଭେଟଘାଟ ଶ୍ରୀ ଶ୍ରୀ ସତ୍ୟାନନ୍ଦ ଦର୍ଶନ ପୁସ୍ତକ ଉନ୍ମୋଚିତ

Sunil Chandra Nayak

Leave a Comment

error: Content is protected !!