ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କେନ୍ଦ୍ର ରେଳମନ୍ତ୍ରୀ ଙ୍କୁ ଯୁବ କଂଗ୍ରେସ ତରଫରୁ ଦାବୀ ପତ୍ର

ନର୍ଲା/ମସିହା /24/08/23// କେନ୍ଦ୍ର ରେଳମନ୍ତ୍ରାଳୟ କଳାହାଣ୍ଡି ଜିଲ୍ଲା ନର୍ଲାରୋଡ଼ ଠାରେ କୋଭିଡ -19 ପୂର୍ବରୁ ଯେଉଁ ସବୁ ଟ୍ରେନ ରହୁଥିଲା ତାହା ବର୍ତ୍ତମାନ ସୁଦ୍ଧା ରହୁନଥିବା ଯୋଗୁଁ ଯାତ୍ରୀ ମାନେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ନର୍ଲାରୋଡ଼ ରେଳ ଷ୍ଟେସନର ବିଭିନ୍ନ ସମସ୍ୟାକୁ ନେଇ ନର୍ଲାନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଦୀପୁ ପାତ୍ରଙ୍କ ନେତୃତ୍ୱ ରେ ବରିଷ୍ଠ କଂଗ୍ରେସ ନେତା ସୁଦାମ ଚରଣ ପଧାନ,ନିତିନ କୁମାର ବାଗ,ଉପେନ୍ଦ୍ର ପଧାନ, ପିଣ୍ଟୁ ନାଗ, କୁଞ୍ଜ ବଛା, ଅକ୍ଷୟ ନାଗ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ରହି ଷ୍ଟେସନ ମ୍ୟାନେଜର ଶ୍ରୀ ବେହେରା ମାଧ୍ୟମରେ ରେଳମନ୍ତ୍ରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ଉକ୍ତ ଦାବିପତ୍ର ରେ ଉଲ୍ଲେଖ ଅଛି ନର୍ଲାରୋଡ ଠାରେ କିପରି ସମତା, ଏଲେପି ଓ ତିରୁପତି ଏକ୍ସପ୍ରେସ ଶୀଘ୍ର ରହିବ ନଚେତ ରେଳରୋକ ଆନ୍ଦୋଳନ ହେବ ସେନେଇ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି l

ଦୀପକ ଠାକୁର, ନର୍ଲା

Related posts

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନିୟମିତତା ବିରୋଧ ରେ ବିଜେପି ପକ୍ଷରୁ ବ୍ଲକ ଘେରାଉ

Sunil Chandra Nayak

ହିନ୍ଦୋଳ ଏନ୍ ଏ ସି ନିର୍ବାଚନ ପାଇଁ ବିଜେଡ଼ି ର ନାମାଙ୍କନ ପତ୍ର ଦାଖଲ

Sunil Chandra Nayak

ଲମ୍ବୋଦର ନିଆଲଙ୍କୁ ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ଟିକଟ ପ୍ରଦାନ କରିବାକୁ ଦାବି,ସାମ୍ୱାଦିକ ସମ୍ମିଳନୀ କଲା ଖଡ଼ିଆଳ ବିଜେଡ଼ି

masiha

Leave a Comment

error: Content is protected !!