ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ
ପାପଡାହାଣ୍ଡି,15/11, ମନିସ —ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରିଙ୍କ ମାଝୀଗୁଡାସ୍ଥିତ ଵାସ ଭଵନରେ ବୁଧବାର ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି | ପାପଡାହାଣ୍ଡି ବ୍ଲକ ଭଣ୍ଡିଆ ଗ୍ରାମର 50 ରୁ ଉର୍ଦ୍ଧ କର୍ମୀ କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଥିଲେ | ବଳି ଭତରା, ନାରାୟଣ ଭତରା ଓ ତ୍ରିନାଥ ମଣ୍ଡଳ ଙ୍କ ନେତୃତ୍ୱ ରେ ଏହି କର୍ମୀ ମାନେ ଯୋଗ ଦେଇଥିଲେ | ବିଧାୟକ ରନ୍ଧାରି କର୍ମୀ ମାନଙ୍କୁ ଉପ ଢ଼ୋକନ ଦେଇ ସମ୍ନାନୀତ କରିଥିଲେ | କାର୍ଯ୍ୟକ୍ରମରେ ବ୍ଲକ ବିଜେଡି ସଭାପତି ବିଦ୍ୟାଧର ମଲିକ, ଜିଲ୍ଲା ବିଜେଡି ଉପସଭାପତି ବଦ୍ରି ନାରାୟଣ ସିଂ, ଜିଲ୍ଲା ଯୁବ ବିଜେଡି ସଭାପତି ଶିବା ନନ୍ଦ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ |