ଖଣି ବ୍ୟବସାୟୀ ନିରାକାର ହତ୍ୟା ଘଟଣା ,
ଆଉ ଜଣେ ଅଭିଯୁକ୍ତ ଙ୍କୁ କୋର୍ଟଚାଲାଣ କଲା ପୋଲିସ
କାମାକ୍ଷାନଗର –(ମନିସ )15/11/23 // କାମାକ୍ଷାନଗର ଥାନା ଆଳତୁମା ରାମିଆଳ ନଦୀ ନିକଟରେ ଗତ ସେପ୍ଟେମ୍ବର ମାସ ରେ ହୋଇଥିବା ନିରାକାର ହତ୍ୟା ଘଟଣା ରେ ବଢ଼ିଚାଲିଛି ଅଭିଯୁକ୍ତ ଙ୍କ ସଂଖ୍ୟା l ଆଜି ଏହି ଘଟଣା ରେ ଆଉ ଜଣେ ଅଭିଯୁକ୍ତ ସୁବାଷ ନାୟକ କୁ ଗିରଫ କରି କୋର୍ଟ ଚାଲାଣ କରିଛି କାମାକ୍ଷାନଗର ପୋଲିସ l ସୁବାଷ କୁ ମିଶାଇ ନିରାକାର ହତ୍ୟା ଘଟଣା ରେ ମୋଟ ଚାରି ଜଣକୁ କୋର୍ଟଚାଲାଣ କରିଛି ପୋଲିସ l ମୁଖ୍ୟ ଅଭିଯୁକ୍ତ ଭାବେ ଦିବ୍ୟଦର୍ଶନ ମାହୁନ୍ତ, ଓ ନିରାକାର କୁ ଛଅ ଲକ୍ଷ ଟଙ୍କାରେ ସୁପାରୀ ନେଇ ହତ୍ୟା କରିଥିବା ନେଇ ରାକେଶନାଥ ଓ ଦେବ ବରଜା ଙ୍କୁ ପୂର୍ବରୁ ପୋଲିସ କୋର୍ଟଚାଲାଣ କରିସାରିଛି l ଗତକାଲି ରାକେଶ ନାଥ ଓ ଦେବ ବରଜା କୁ କୋର୍ଟଚାଲାଣ କରିବାର ଚବିଶଘଣ୍ଟା ନପୂରୁଣୁ ଆଜି ସୁବାଷ କୁ ଗିରଫ କରି କୋର୍ଟ ଚାଲାଣ କରି କାମାକ୍ଷାନଗର ପୋଲିସ ଏହି ହତ୍ୟାକାଣ୍ଡ କେସ ରେ ସଫଳତା ପାଇଛି l