ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡରେ ୭୦ ତମ ସର୍ବଭାରତୀୟ ସମବାୟ ସପ୍ତାହ ପାଳିତ

ରାୟଗଡରେ ୭୦ ତମ ସର୍ବଭାରତୀୟ ସମବାୟ ସପ୍ତାହ ପାଳିତ

 ୭୦ ତମ ସର୍ବଭାରତୀୟ ସମବାୟ ସପ୍ତାହ ପାଳନ ଅବସରରେ ନଭେମ୍ବର ୧୪ ତାରିଖିରୁ ୨୦ ତାରିଖ ଯାଏଁ ଏକ ସପ୍ତାହ ବ୍ୟାପ୍ତି ପାଳନ କରାଯିବ, ଏହି ଅବସରରେ ରାୟଗଡ ସମବାୟ ସମିତି ପକ୍ଷରୁ ମଙ୍ଗଳବାର ୧୪ ତାରିଖ ଦିନ ସକାଳ ୭ ଘଟିକା ସମୟରେ ଜିଲ୍ଲା ସଦର ମହକୁମା ଠାରେ ଏକ ଗଣଦୈଡର ଆୟୋଜନ କରାଯାଇଥିଲା |ଏଥିରେ ରାୟଗଡ ସ୍ୱୟଂଶାସିତ ମହାବିଦ୍ୟାଳୟ, ୟୁଜିଏମ୍ଆଇଟି, ରାୟଗଡ, ଜିଆଇସିଆର ରାୟଗଡ, ଓଡିଶା ଆଦର୍ଶ ବିଦ୍ୟାଳୟ, ତାଡମା, ସମବାୟ ସମିତିର କର୍ମଚାରୀ, ରାୟଗଡ, ସମବାୟ ବିଭାଗର କର୍ମଚାରୀ ଓ ଜନସାଧାରଣ ଅଂଶଗ୍ରହଣ କରିଥିଲେ । ଆୟୋଜିତ ଏହି ଗଣଦୈଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକରୁ ଆରମ୍ଭ ହୋଇ ଓଭର ବ୍ରିଜ୍, ଗାନ୍ଧୀ ଉଦ୍ୟାନ, ମଝିଘରିଆଣୀ ମନ୍ଦିର ରିଙ୍ଗରୋଡ୍, ଫାୟାଷ୍ଟେସନ୍, ଲାୟନସ୍ କ୍ଲବ୍ ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମାପ୍ତ ହୋଇଥିଲା । ଏହି ଗଣ ଦୈଡରେ ପୁରୁଷ ବର୍ଗରେ ପ୍ରଥମ ସ୍ଥାନରେ ରାଜନା ଧ୍ୱୋନୀ, ଓଡିଶା ଆଦର୍ଶ ବିଦ୍ୟାଳୟ, ତାଡମା, ଦ୍ୱିତୀୟ ଦେବରାଜ ବିଶ୍ୱାଳ, ରାୟଗଡ ସ୍ୱୟଂଶାସିତ ମହାବିଦ୍ୟାଳୟ, ଏବଂ ତୃତୀୟରେ ଲୋକେନ୍ଦ୍ର ଟାଙ୍ଗରଙ୍ଗା, ରାୟଗଡ ସ୍ୱୟଂଶାସିତ ମହାବିଦ୍ୟାଳୟ । ମହିଳା ବର୍ଗରେ ପ୍ରଥମ ଜଳିତା ମାଝୀ, ରାୟଗଡ ସ୍ୱୟଂଶାସିତ ମହାବିଦ୍ୟାଳୟ, ଦ୍ୱିତୀୟ ପ୍ରତିମା ମିଣିଆକା, ରାୟଗଡ ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ତୃତୀୟରେ ରିଙ୍କି ଜାକାକା, ରାୟଗଡ ସ୍ୱୟଂଶାସିତ ମହାବିଦ୍ୟାଳୟ । ଏହି ଗଣଦୈଡରେ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ ମାନ୍ୟବର ବିଧାୟକ ରାୟଗଡ ଏବଂ ସମ୍ମାନିତ ଅତିଥି ଭାବେ ଉପନିବନ୍ଧକ ସମବାୟ ସମିତି ସମୁହ, ରାୟଗଡ, ଅଧ୍ୟକ୍ଷା ରାଡଗଡ ସ୍ୱୟଂଶାସିତ ମହାବିଦ୍ୟାଳୟ, ଜିଲ୍ଲା କ୍ରୀଡା ଅଧିକାରୀ, ରାୟଗଡ ଏବଂ ସହ ନିବନ୍ଧକ, ସମବାୟ ସମିତି ସମୁହ, ରାୟଗଡ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବନ୍ଧୁଗାଁରେ ନୂତନ ବିଡ଼ିଓଙ୍କ ଯୋଗଦାନ

Sunil Chandra Nayak

ରାଇରଙ୍ଗପୁର ଉଦ୍ୟାନ ବିଭାଗ ଆନୁକୂଲ୍ୟରେ ଏକ ଦୀବସୀୟ ବ୍ଳକ ସ୍ତରୀୟ ଛତୁ ଚାଷ ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର

Sunil Chandra Nayak

ପରଜଙ୍ଗ ବ୍ଲକରେ ଢେଙ୍କାନାଳ ୱେବ ମେଡିଆ ସାମ୍ବାଦିକ ସଂଘର ସାଧରଣା ବୈଠକ

Sunil Chandra Nayak

Leave a Comment

error: Content is protected !!