ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗୋରୁମହିଷାଣୀର ବିଦେଶୀ ମଦ ଦୋକାନରେ ମାଲିକଙ୍କୁ ଗୁଳି ମାରି ଟଙ୍କା ଲୁଟ୍,ମଦ ମାଲିକ ଗୁରୁତର,କଟକ ସ୍ଥାନାନ୍ତରିତ 

ଗୋରୁମହିଷାଣୀର ବିଦେଶୀ ମଦ ଦୋକାନରେ ମାଲିକଙ୍କୁ ଗୁଳି ମାରି ଟଙ୍କା ଲୁଟ୍,ମଦ ମାଲିକ ଗୁରୁତର,କଟକ ସ୍ଥାନାନ୍ତରିତ 

 ମୟୂରଭଞ୍ଜ – ୬/୦୫ // ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଗୋରୁମହିଷାଣୀ ବଜାରରେ ଥିବା ଥାନା ପାଖରୁ ୪୦୦ ମିଟର ଦୂର ଏକ ବିଦେଶୀ ମଦ ଦୋକାନର ମାଲିକଙ୍କ ଉପରେ ଗୁଳି ମାରିମାରି ଲକ୍ଷାଧିକ ଟଙ୍କା ଲୁଟ୍ କରି ଫେରାର ହୋଇଗଲେ ଦୁଇ ଅଜଣା ଦୁବୃର୍ତ୍ତ । ସୂଚନାଯୋଗ୍ୟ ଆଜି ମଙ୍ଗଳବାର ଗୋରୁମହିଷାଣୀ ସାପ୍ତାହିକ ହାଟ ।ବଜାର ପୁରା ଗହଳି ଥିଲା । ଅପରାହ୍ନର ୨ ଟା ପାଖାପାଖି ସମୟରେ ଏକ କଳା ପଲସର ( JHO5CW7856)ରେ ଦୁଇ ଜଣ ଅଜଣା ଦୁବୃର୍ତ୍ତ ମଦ ଦୋକାନ ପାଖରେ ପହଞ୍ଚି କାଉଣ୍ଟରରୁ ମଦ ଆଣି ପିଇ ଟଙ୍କା ନ ଦେଇ ଖସି ପଳାଇ ଯାଉଥିଲେ ।ମଦ ଦୋକାନୀ ମାଲିକ ଶଵ୍ଯଶାଚୀ ମହାନ୍ତି (୫୦ ) ମଦ ଟଙ୍କା ମାଗିବାରୁ ସେମାନେ ଉତ୍ୟକ୍ତ ହୋଇ ଗୁଳି ମାରିଥିଲେ ।ଗୁଳି ତାଙ୍କ ଜଙ୍ଘରେ ବାଜିଥିଲା । ଦୁବୃର୍ତ୍ତ ଦୁଇଜଣ ବାଇକ୍ ଷ୍ଟାର୍ଟ କରି ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ବାଇକ୍ ଷ୍ଟାର୍ଟ ନ ହେବାରୁ ସେମାନେ ସାମନା ପଟୁ ଆସୁଥିବା ଏକ ବାଇକ୍ କୁ ବନ୍ଧୁକ ଦେଖାଇ ତାଙ୍କ ପାଖରୁ ବାଇକ ଛଡ଼ାଇ ନେଇ ମାତ୍ର ୮ /୧୦ କିମି ସିମାନ୍ତ ଝାଡ଼ଖଣ୍ଡ ଅଂଚଳକୁ ଖସି ପଳାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଛି ‌। ଗୁରୁତରଙ୍କୁ ପ୍ରଥମେ ଗୋରୁମହିଷାଣୀ ଡାକ୍ତରଖାନାରେ ଆଶୁ ଚିକିତ୍ସା କରାଯାଇ ରାଇରଙ୍ଗପୁର ଡାକ୍ତରଖାନା ଅଣା ଯାଇଥିଲା ।ପରେ ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି ‌ ।ଦିନ ଦ୍ୱିପ୍ରହରରେ ଜନଗହଳି ଥିବା ସତ୍ବେ ଏବଂ ଥାନା ପାଖରୁ ୪୦୦/୫୦୦ ଦୂରରେ ଏଭଳି ଗୁଳିକାଣ୍ଡ ଗୋରୁମହିଷାଣୀ ଅଂଚଳରେ ଭୟର ବାତାବରଣ ସୃଷ୍ଟି କରିଛି । ଘଟଣାକୁ ନେଇ ଗୋରୁମହିଷାଣୀ ଥାନାରେ ୪୨/୨୫ ରୁଜୁ ହେବା ସହ ପୋଲିସ ତଦନ୍ତକୁ ଜୋରଦାର କରିଛି।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

କୁସୁମୀ ପ୍ରାଥମିକ ବିଦ୍ୟାଳୟ ରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି

Sunil Chandra Nayak

ସିସିଆରରେ ଜିଲ୍ଲାପାଳଙ୍କ ଜାଲ ଦସ୍ତଖତ ମାମଲା,ଗିରଫ ହେଲେ ରାଜସ୍ବ ନିରୀକ୍ଷକ

Sunil Chandra Nayak

କାଜୁ ବାଡ଼ରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

masiha

Leave a Comment

error: Content is protected !!